www.samajalive.in
Wednesday, December 10, 2025
23.1 C
Bhubaneswar

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ରେ ୧୫ ବିଲିୟନ୍ ଡଲାର ନିବେଶ କରିବ ସାଉଦି ଆରାମ୍‌କୋ

ନୂଆଦିଲ୍ଲୀ,୧୦ା୮: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌)ରେ ୧୫ ବିଲିୟନ୍ ଡଲାରର ପୁଞ୍ଜିନିବେଶ କରିବ ବିଶ୍ବର ବୃହତ୍‌ ତୈଳ କମ୍ପାନୀ ସାଉଦି ଆରାମ୍‌କୋ ା ତେବେ ପ୍ରସ୍ତାବ ଉପରେ ଉଭୟ କମ୍ପାନୀ ମଧ୍ୟରେ କଥାବାର୍ତ୍ତା ଜାରି ରହିଥିବା ଜଣାଯାଇଛି । ରବିବାର ଦିନ କମ୍ପାନୀର ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା ଅବସରରେ ଏ ନେଇ ସୂଚନା ଦେଇଛନ୍ତି ଆରାମ୍‌କୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମୀନ ନାସର । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ରେ ୧୫ ବିଲିୟନ୍ ଡଲାର ପୁଞ୍ଜିନିବେଶ ପ୍ରସ୍ତାବ ଉପରେ ଉଭୟ ପକ୍ଷ ମଧ୍ୟରେ ଏବେ ବି କଥାବାର୍ତ୍ତା ଜାରି ରହିଥିବା ପ୍ରକାଶ କରି ଏ ସମ୍ପର୍କରେ ଅଂଶୀଦାରମାନଙ୍କୁ ଉଚିତ୍ ସମୟରେ ନୂତନ ତଥ୍ୟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ବାର୍ଷିକ ରିପୋର୍ଟରେ ମଧ୍ୟ ଏହି ପ୍ରସ୍ତାବ ନେଇ ସାଉଦି ଆରାମ୍‌କୋ ସହ କଥାବାର୍ତ୍ତା ଜାରି ରହିଥିବା ଉଲ୍ଲେଖ କରାଯାଇଥିଲା। ଏଥିସହିତ ନିକଟରେ ଅନୁଷ୍ଠିତ ହୋଇଥିବା କମ୍ପାନୀର ବାର୍ଷିକ ସାଧାରଣ ବୈଠକରେ କୋଭିଡ୍‌-୧୯ ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ପରିବର୍ତ୍ତିତ ପରସ୍ଥିତିରେ ଏହି ନିବେଶ କଥାବାର୍ତ୍ତା ଚୁଡାନ୍ତ ହେବା ବିଳମ୍ବିତ ହୋଇଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନୀ ସୂଚନା ଦେଇଥିଲେ । ତେବେ ମିଳିତ ଭାବେ ସହଭାଗିତାକୁ ଆଗେଇନେବା ପାଇଁ ଉଭୟ କମ୍ପାନୀ ପ୍ରତିବଦ୍ଧ ଥିବା ସେ କହିଥିଲେ । କମ୍ପାନୀର ୨୦୧୯ରେ ଅନୁଷ୍ଠିତ ବାର୍ଷିକ ସାଧାରଣ ବୈଠକରେ ସାଉଦି ଆରାମ୍‌କୋ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ରିଫାଇନାରୀ ଓ ପେଟ୍ରୋକେମିକାଲ୍ସ କାରବାରରେ ୨୦ ପ୍ରତିଶତ ଅଂଶଧନ ପାଇଁ ୧୫ ବିଲିୟନ୍ ଡଲାର ପୁଞ୍ଜିନିବେଶ କରିବା ପ୍ରସ୍ତାବ ରହିଥିବା ମୁକେଶ ଅମ୍ବାନୀ ସୂଚନା ଦେଇଥିଲେ ।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories