ମୋସୁଲ ସହର ଅଟ୍ଟାଳିକା ଭଗ୍ନାବଶେଷ ତଳୁ ୫,୨୨୮ ମୃତଦେହ ଉଦ୍ଧାର

0

ମୋସୁଲ : ଇରାକର ମୋସୁଲ ସହରର ଏକ କୋଠାର ଭଗ୍ନାବଶେଷ ତଳୁ ମାସକ ମଧ୍ୟରେ ୫,୨୨୮ ମୃତଦେହ ଉଦ୍ଧାର କରାଯାଇଛି। ଏହା ମଧ୍ୟରେ ୨,୬୫୮ ସାଧାରଣ ନାଗରିକ ଏବଂ ୨,୫୭୦ ଆଇଏସ୍‍ ଆତଙ୍କବାଦୀଙ୍କ ମୃତଦେହ ରହିଛି ବୋଲି ମୋସୁଲ ପୌର ପରିଷଦ ଅଧିକାରୀ ଲାୟାଥ ଜିଆନି ପ୍ରକାଶ କରିଛନ୍ତି। ଗୁରୁବାର କୋଠାର ଭଗ୍ନାଂବଶେଷ ତଳୁ ୬ଟି ମୃତଦେହ ମିଳିଥିଲା। ଏହା ତଳେ ଆହୁରି ୫୦୦ରୁ ୭୦୦ ମୃତଦେହ ଥିବା ଆଶା କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି। ଚିହ୍ନଟ ହେବା ପରେ ମୃତ ସାଧାରଣ ନାଗରିକ ଏବଂ ଇସଲାମିକ ଷ୍ଟେଟ୍‍ ଆତଙ୍କବାଦୀଙ୍କ ମୃତଦେହ ପୃଥକ ପୃଥକ ଭାବେ ପୋତାଯିବ। ଭଗ୍ନାବଶେଷକୁ ତାଡ଼ି ଶବ ଉଦ୍ଧାର କରିବା ପାଇଁ ବ୍ୟବହୃତ ମେସିନ ସଠିକ୍‍ ଭାବେ କାର୍ଯ୍ୟ କରିପାରୁନଥିବାରୁ ସମସ୍ତ ମୃତଦେହ ଉଦ୍ଧାର କରିବାରେ ବିଳମ୍ବ ହେଉଛି। ଉଲ୍ଲେଖ ଯେ ୯ ମାସର ସଂଘର୍ଷ ପରେ ଇରାକ ସେନା ମୋସୁଲ ସହରକୁ ଆଇଏସ୍‍ କବଳରୁ ମୁକ୍ତ କରିଥିଲେ। ୨୦୧୭ ଜୁଲାଇରେ ଇରାକ ସରକାର ମୋସୁଲକୁ ଆତଙ୍କବାଦ ମୁକ୍ତ ଘୋଷଣା କରିଥିଲେ। ୨୦୧୪ରେ ମୋସୁଲ ଆଇଏସ୍‍ ଆତଙ୍କବାଦୀଙ୍କ କବଳକୁ ଚାଲିଯାଇଥିଲା। ଏହି ସମୟ ମଧ୍ୟରେ ସଂଘର୍ଷରେ ଅନେକ ଅଟ୍ଟାଳିକା ଓ ଘର ଧ୍ୱଂସ ହୋଇଯାଇଥିଲେ। ଧ୍ୱସ୍ତ କୋଠା ତଳେ ଅନେକ ଲୋକ ଚାପି ହୋଇରହିଥିବା ସନ୍ଦେହ କରାଯାଉଛି।

kalyan agarbati
Leave A Reply