BJD Bijuli 480×75 Mob

ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ, ୪ ଗିରଫ

BJD Bijuli 480×75 Mob

ଦେବଗଡ/ରିଆମାଳ:ଦେବଗଡ ଜିଲା ପୁଲିସ ପକ୍ଷରୁ ଆଜି ରିଆମାଳ ଥାନା ଓ କୁଣ୍ଢେଇଗୋଳା ଥାନା ଅଞ୍ଚଳରେ ଅଚାନକ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ ସହ ୪ ଜଣଙ୍କୁ ଗିରଫ କରାଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରିଆମାଳ ଓ କୁଣ୍ଢେଇଗୋଳା ଥାନାଂଚଳରେ ଅବାଧ ବେଆଇନ ମଦ କାରବାର ଚାଲିଥିବା କୌଣସି ସୂତ୍ରରୁ ସୂଚନା ପାଇ ଦେବଗଡ ଏସ୍‌ଡିପିଓ ସୁଲେମାନ ଏକ୍କାଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ବିଭାଗର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଆଜି ରିଆମାଳ ଥାନାରୁ ମାତ୍ର ୩୦/୪୦ ମିଟର ଦୂରତ୍ୱ ମଧ୍ୟରେ ଥିବା ଏକ ପାନ ଦୋକାନରେ ଚଢାଉ କରିଥିଲେ। ଚଢାଉ ସମୟରେ ଦୋକାନ ମଧ୍ୟରୁ ୪ଟି ବିଦେଶୀ ମଦ ବୋତଲ ବାହାରିବାରୁ ପୁଲିସ ଉକ୍ତ ମଦ ବୋତଲ ଗୁଡିକୁ ଜବତ କରିବାସହ ପାନ ଦୋକାନିଙ୍କୁ ମଧ୍ୟ ଗିରଫ କରିଥିଲା। ଏଥିସହ ରିଆମାଳ ଡାକ୍ତରଖାନାର ଠିକ ସମ୍ମୁଖରେ ରହିଥିବା ଏକ ପାନ ଦୋକାନରେ ମଧ୍ୟ ଚଢାଉ କରିଥିଲା। ଚଡାଉ ସମୟରେ ଦୋକାନ ମଧ୍ୟରୁ ୪ଟି ବିଦେଶୀ ମଦ ବୋତଲ ଜବତ କରିବାସହ ପାନ ଦୋକାନିଙ୍କୁ ମଧ୍ୟ ଗିରଫ କରିଥିଲା।
ଅନୁରୂପ ଭାବେ ଏହି ସ୍ୱତନ୍ତ୍ର ସ୍କ୍ୱାର୍ଡ ଉକ୍ତ ଥାନା ଅନ୍ତର୍ଗତ ଇଚ୍ଛାପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ୧୪ ବୋତଲ ବିଦେଶୀ ମଦ ଏବଂ ୭ ଲିଟର ଦେଶୀ ପାଉଚ ମଦ ଜବତ ସହ ତାଙ୍କୁ ଗିରଫ କରିଥିଲା। ଏହାପରେ ଏହି ସ୍ୱତନ୍ତ୍ର ସ୍କ୍ୱାର୍ଡ କୁଣ୍ଢେଇଗୋଳା ଅନ୍ତର୍ଗତ ପଦମପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଚଢାଉ କରି ତାଙ୍କ ଘରୁ ୪୦ ଲିଟର ଦେଶୀ ମଦ ଜବତ କରିବାସହ ତାଙ୍କୁ ମଧ୍ୟ ଗିରଫ କରିଥିବା ଜଣାପଡିଛି।

Comments are closed.