ଜାପାନରେ ୭ଜଣଙ୍କୁ ଫାଶୀ

0

ଟୋକିଓ : ଜାପାନରେ ବିଷାକ୍ତ ଗ୍ୟାସ ଆକ୍ରମଣ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ଏୟୁଏମ୍‍ ସିନରିକୋୟ ଧାର୍ମିକ ସଂଘର ପ୍ରତିଷ୍ଠାତା ସୋକୋ ଆସାହାରାଙ୍କୁ ଫାଶୀ ଦିଆଯାଇଛି। ଶୁକ୍ରବାର ଆସାହାରାଙ୍କ ସହିତ ତାଙ୍କ ସଂଗଠନର ଅନ୍ୟ ୬ଜଣଙ୍କୁ ମଧ୍ୟ ଫାଶୀ ଦିଆଯାଇଛି। ଆସାହାରାଙ୍କ ପରାମର୍ଶକ୍ରମେ ତାଙ୍କ ସଂଗଠନର ସଦସ୍ୟମାନେ ପ୍ଲାଷ୍ଟିକ ବ୍ୟାଗରେ ବିଷାକ୍ତ ଗ୍ୟାସ ନେଇ ଟୋକିଓର ସହରତଳି ଅଞ୍ଚଳରେ ଯାତାୟତ କରୁଥିବା ଟ୍ରେନ ମଧ୍ୟରେ ଛାଡିଥିଲେ। ଏହି ଗ୍ୟାସ ପ୍ରଭାବରେ ୧୩ଜଣଙ୍କର ମୃତ୍ୟୁ ହେବା ସହ ୬୨୦୦ ଯାତ୍ରୀ ଅସୁସ୍ଥ ହୋଇଥିଲେ। ୧୯୯୫ ମାର୍ଚ୍ଚ ୨୦ର ଏହି ଘଟଣା ଜାପାନ ଇତିହାସରେ ସବୁଠାରୁ ବଡ ଆତଙ୍କବାଦୀ କାର୍ଯ୍ୟକଳାପ ବୋଲି ବିବେଚନା କରାଯାଇଆସୁଛି।

kalyan agarbati
Leave A Reply