www.samajalive.in
Friday, December 5, 2025
26.1 C
Bhubaneswar

ମୋଦୀ ୨ କୋଟି ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ, ଏବେ ୧୪ କୋଟି ବେରୋଜଗାର ହୋଇଗଲେ: ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଯୁବପିଢ଼ିଙ୍କ ବେରୋଜଗାରୀ ସମସ୍ୟା ବଢୁଥିବାରୁ ସେ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି।

ଟ୍ବିଟରରେ ଏକ ଭିଡିଓ ଶେୟାର କରି ରାହୁଲ କହିଛନ୍ତି, ନରେନ୍ଦ୍ର ମୋଦୀ ଯେତେବେଳେ ପ୍ରଧାନମନ୍ତ୍ରୀ ବନିଲେ ସେତେବେଳେ ସେ ଦେଶର ଯୁବପିଢ଼ିଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ପ୍ରତିବର୍ଷ ୨ କୋଟି ଯୁବତୀଯୁବକଙ୍କୁ ରୋଜଗାର ଦେବେ। ବହୁତ ବଡ଼ ସ୍ବପ୍ନ ଦେଖାଇଲେ। କିନ୍ତୁ ସତ୍ୟ ଏବେ ପଦାରେ ପଡ଼ିଛି। ନରେନ୍ଦ୍ର ମୋଦୀଙ୍କ ନୀତି ୧୪ କୋଟି ଲୋକଙ୍କୁ ବେରୋଜଗାର କରିଦେଇଛି। ରାହୁଲ କହିଛନ୍ତି ଯେ ଏହା କ’ଣ ପାଇଁ ହେଲା। ତ୍ରୁଟିପୂର୍ଣ୍ଣ ନୀତି ପାଇଁ ହେଲା। ବିମୁଦ୍ରାକରଣ ତ୍ରୁଟିପୂର୍ଣ୍ଣ, ଜିଏସଟି ତ୍ରୁଟିପୂର୍ଣ୍ଣ ଏବଂ ଏବେ ଲକ୍‌ଡାଉନ। ଏହି ୩ଟି ତତ୍ତ୍ଵ ହିନ୍ଦୁସ୍ତାନର ଢାଞ୍ଚାକୁ, ଅର୍ଥନୈତିକ କ୍ଷେତ୍ରକୁ ନଷ୍ଟ କରିଦେଇଛି। ଏବେ ଏହା ହିଁ ସତ୍ୟ ଯେ ହିନ୍ଦୁସ୍ତାନ ନିଜର ଯୁବପିଢ଼ିଙ୍କୁ ଚାକିରି ଦେଇପାରିବ ନାହିଁ। ସେଥିଲାଗି ଯୁବ କଂଗ୍ରେସ ରାସ୍ତାକୁ ଓହ୍ଲାଉଛି। ମୁଁ ଖୁସି ଯେ ଯୁବ କଂଗ୍ରେସ ଏହି ପ୍ରସଙ୍ଗକୁ ପ୍ରତି ସଡ଼କରେ ଉଠାଇବ। ପୂରା ଦମ୍‌ରେ ଯୁବ କଂଗ୍ରେସ ବେରୋଜଗାରୀ ପ୍ରସଙ୍ଗ  ଉଠାଇବାକୁ ଯାଉଛି ବୋଲି ରାହୁଲ କହିଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories