ହିସାର: ଥାଇଲାଣ୍ଡର ଜଣେ ମହିଳା ପର୍ଯ୍ୟଟକଙ୍କୁ ହୋଟେଲରେ ଗଣବଳାତ୍କାର କରାଯାଇଛି। ହୋଟେଲ ମ୍ୟାନେଜର ନିଜର ସହଯୋଗୀମାନଙ୍କ ସହିତ ମିଶି ଏହି ଜଘନ୍ୟ ଅପରାଧ ଘଟାଇଛନ୍ତି। ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହରିୟାଣାର ହିସାର ଅଞ୍ଚଳରେ ଥିବା ଏକ ହୋଟେଲରେ ଗତ ଶନିବାର ଭୋର ୪ଟରେ ଏହି ଘଟଣା ଘଟିଛି।
ଥାଇଲାଣ୍ଡର ଏହି ୪୧ ବର୍ଷୀୟା ମହିଳା ଗତ ୬ ତାରିଖରେ ହିସାର ଆସିଥିଲେ। ସେ ରେଡ୍ ସ୍କୋୟର ମାର୍କେଟରେ ଥିବା ଏକ ହୋଟେଲରେ ରହୁଥିଲେ। ସେ ନିଜର ଜଣେ ବନ୍ଧୁଙ୍କ ସହିତ ୭ ତାରିଖ ଦିନ ମାର୍କେଟ ଯାଇଥିଲେ। ମାର୍କେଟରୁ ଫେରି ହୋଟେଲରେ ରହୁଥିବା ନିଜ ରୁମରେ ଥିଲେ। ରାତିରେ ସେ ଶୋଇପଡ଼ିଥିଲେ। ୮ ତାରିଖ ଭୋର ୪ଟାରୁ ହୋଟେଲ ମ୍ୟାନେଜର ଅନ୍ୟ ସହଯୋଗୀଙ୍କ ସହିତ ମିଶି ତାଙ୍କ ରୁମ୍ରେ ପଶି ମହିଳାଙ୍କୁ ବଳାତ୍କାର କରିଥିଲେ। ମହିଳା ଜଣକ ପାଟି କରିବାରୁ ହୋଟେଲରେ ରହୁଥିବା ଅନ୍ୟ ଲୋକମାନେ ପହଞ୍ଚିଥିଲେ। ପରେ ଏ ନେଇ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ମୁଖ୍ୟ ଅଭିଯୁକ୍ତ ତଥା ହୋଟେଲ ମ୍ୟାନେଜର ଗୁଲଶନକୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି।



