www.samajalive.in
Friday, December 12, 2025
16.1 C
Bhubaneswar

ବ୍ଲାକ୍‌ ରୋଜ୍‌ ପ୍ରସଙ୍ଗ ଘନେଇଲା : ତୁରନ୍ତ ରିପୋର୍ଟ ଦେବାକୁ ଡିଜିଙ୍କୁ ନିର୍ଦେଶ

ଭୁବନେଶ୍ବର : ଦୀର୍ଘ ଏଗାର ବର୍ଷା ତଳେ ପାରାଦ୍ବୀପରେ ବୁଡ଼ି ରହିଥିବା ବ୍ଲାକ୍‌ ରୋଜ୍‌ର କଳା ଇତିହାସ ଉପରୁ ଏବେ କଳା ବାଦଲ ହଟିବାକୁ ଯାଉଛି। ବାରମ୍ବାର ପତ୍ର ଲେଖା ଗଲେ ମଧ୍ୟ କ୍ରାଇମ ବ୍ରାଞ୍ଚ ଏହାର ତଦନ୍ତ ଶେଷ କରୁ ନଥିବାରୁ ଗୃହ ବିଭାଗ ଚିନ୍ତା ପ୍ରକଟ କରିଛି। ଯାହାକୁ ନେଇ ସରକାର ଏବେ ତତ୍ପରତା ପ୍ରକାଶ କରିଛନ୍ତି। ୨୦୧୯ ଜାନୁଆରୀରୁ ଇତିମଧ୍ୟରେ ଚାରିଟି ଚିଠି ଲେଖା ଗଲାଣି ହେଲେ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରୁନାହିଁ। ଯାହା ଫଳରେ ଘଟଣାର ସତ୍ୟତା ଲୋକଲୋଚନକୁ ଆସି ପାରୁ ନାହିଁ। ଏହି ଘଟଣାରେ ସିବିଆଇର ହସ୍ତକ୍ଷେପ ରହିଥିବାରୁ ତୁରନ୍ତ ତଦନ୍ତ ରିପୋର୍ଟ ପ୍ରଦାନ ପାଇଁ ରାଜ୍ୟ ପୁଲିସ ମହାନିର୍ଦେଶକଙ୍କୁ ଗୃହ ବିଭାଗ ପକ୍ଷରୁ ପତ୍ର ଲେଖା ଯାଇଛି।
ଏ ସଂକ୍ରାନ୍ତରେ ଗୃହ ବିଭାଗ ଅତିରିକ୍ତ ଶାସନ ସଚିବ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଚଳିତ ମାସ ୬ ତାରିଖରେ ପୁଲିସ ମହାନିର୍ଦେଶକଙ୍କୁ ଦେଇଥିବା ପତ୍ରରେ ଦର୍ଶାଇଛନ୍ତି ଯେ ୨୦୦୯ ସେପ୍‌ଟେମ୍ବର ୯ରେ ଘଟଣା ମଙ୍ଗୋଲିଆ ସାମୁଦ୍ରିକ ଜାହାଜ ‘ଏମ୍‌ଭି ବ୍ଲାକ୍‌ ରୋଜ୍‌’ ପାରାଦ୍ବୀପରେ ବୁଡ଼ିଯାଇଥିଲା। ଉକ୍ତ ଘଟଣାର ତଦନ୍ତ ପାଇଁଁ ଅକ୍ଟୋବର ୯ରେ ମାମଲାଟିକୁ ସରକାର କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ। ହେଲେ ଇତିମଧ୍ୟରେ କ୍ରାଇମ୍ ବ୍ରାଞ୍ଚର କୌଣସି ତଦନ୍ତ ରିପୋର୍ଟ ସରକାଙ୍କ ହସ୍ତଗତ ହୋଇ ନାହିଁ। ଅନ୍ୟ ପକ୍ଷରେ ବିଭାଗ ପକ୍ଷରୁ ୨୦୧୯ ନଭେମ୍ବର ଓ ଡିସେମ୍ବର ଏଵଂ ଚଳିତ ବର୍ଷ ମାର୍ଚ୍ଚ ୧୨ ତାରିଖରେ ୩ଟି ଚିଠି କରାଗଲାଣି। ହେଲେ କ’ଣ ପାଇଁ ରିପୋର୍ଟରେ ବିଳମ୍ବ ହେଉଛି ତାହା ଜଣାପଡୁନାହିଁ। ଏହି ମାମଲାଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ କାଳ ବିଳମ୍ବ ନ କରି ମାମଲାଟିକୁ ହସ୍ତାନ୍ତର କରିବା ପାଇଁ ଏବଂ ତଦନ୍ତ ରିପୋର୍ଟ ପ୍ରଦାନ ପାଇଁ ପତ୍ରରେ ଉଲ୍ଲେଖ ରହିଛି।
ସୂଚନଯୋଗ୍ୟ ଯେ, ମଙ୍ଗୋଲିଆ ବଣିକଙ୍କ ଏହି ବ୍ଲାକ୍‌ ରୋଜ୍‌ ଜାହାଜରେ ୨୩ହଜାର୮୪୭ ମେଟ୍ରିକ୍‌ ଟନ୍‌ ଖଣିଜ ସମ୍ପଦ ପରିବହନ ହେଉଥିଲା। ସେଥିରେ ଶତାଧିକ କୋଟି ଟଙ୍କାର ଖଣିଜ ସମ୍ପଦ ବୁଡ଼ି ରହିଥିଲେ ମଧ୍ୟ ଏହାକୁ ନେବା ପାଇଁ କାହିଁକି କେହି ତତ୍ପରତା ଦେଖାଉନାହାନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟ ପକ୍ଷରେ ପାରାଦ୍ବୀପ ବନ୍ଦରର ତଥ୍ୟ କହୁଛି ଯେ ବ୍ଲାକ୍‌ ରୋଜ୍‌ରୁ ତେଲ ବାହାର କରିବା ଏବଂ ମୃତକଙ୍କୁ ଉଦ୍ଧାର କରିବା ପାଇଁ ୧୭.୬୫ କୋଟି ଖର୍ଚ୍ଚ ହୋଇ ସାରିଲାଣି। ସବୁଠାରୁ ବଡ଼ କଥା ହେଲା ବ୍ଲାକ୍‌ ରୋଜ୍‌ ବୁଡ଼ିବା ସମୟରେ ଶତାଧିକ ଟନ୍ ମତ୍ସ୍ୟ ଓ ସାମୁଦ୍ରିକ ଜୀବ ମରି ଭାସିଥିଲେ। ଏଥି ଯୋଗୁଁ ପରିବେଶ ଏକପ୍ରକାର ପୂତିଗନ୍ଧମୟ ହୋଇ ଉଠିଥିଲା। ତେବେ ଦୀର୍ଘ ବର୍ଷ ଧରି କ୍ରାଇମ ବ୍ରାଞ୍ଚ କାହିଁକି ଏହି ସଙ୍ଗିନ ମାମଲାକୁ ଚାପି ଧରିଛି ଏବଂ ଏବେ ଗୃହ ବିଭାଗ ପକ୍ଷରୁ କ’ଣ ପାଇଁଁ ତତ୍ପରତା ପ୍ରକାଶ ପାଉଛି ତାକୁ ନେଇ ବୁଦ୍ଧିଜୀବୀ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories