www.samajalive.in
Sunday, December 7, 2025
26.1 C
Bhubaneswar

ବଢ଼ିପା​‌ରେ ଏସ୍‌ବିଆଇ ମୁଖ୍ୟଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ : ଭାରତୀୟ ​‌​‌ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଅଧ୍ୟକ୍ଷ ରଜନୀଶ କୁମାର ଆଉ ଅଧିକ ଦିନ ଏହି ପଦରେ ରହିପାରନ୍ତି । କାରଣ ଆଗକୁ ଏସ୍‌ବିଆଇ ମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି ଘଟିବା ଯଥେଷ୍ଟ ସମ୍ଭାବନା ରହିଛି । ଶ୍ରୀ କୁମାର ଏହି ପଦରୁ ଆସନ୍ତା ଅକ୍ଟୋବରରେ ଅବସର ନେବାକୁ ଯାଉଛନ୍ତି । ଆହୁରିମଧ୍ୟ ସରକାର ତାଙ୍କୁ ଏସ୍‌ବିଆଇ ଅଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ଇଣ୍ଟର ଭ୍ୟୁରେ ଅଂଶଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି । ତେବେ ଶ୍ରୀ କୁମାରଙ୍କ ବ୍ୟତୀତ ବ୍ୟାଙ୍କର ତିନି ଏମ୍‌ଡି ଦୀନେଶ କୁମାର ଖାରା, ଅରଜିତ୍‌ ବାସୁ ଏବଂ ସି.ଏସ୍‌. ସେଟ୍ଟୀ ଏହି ପଦ ପାଇଁ ଇଣ୍ଟର ଭ୍ୟୁରେ ମଧ୍ୟ ଭାଗ ନେବେ । ଚଳିତମାସ ୧୮ କିମ୍ବା ୧୯ରେ ବ୍ୟାଙ୍କ ​ବୋର୍ଡ ବ୍ୟୁରୋ ଡିଜିଟାଲ ମାଧ୍ୟମରେ ଉକ୍ତ ଇଣ୍ଟର ଭ୍ୟୁ ନେଇପାରନ୍ତି । ଏହାଛଡା ଏସ୍‌ବିଆଇରେ ବର୍ତ୍ତମାନ ଚତୁର୍ଥ ଏମ୍‌ଡି ପଦ ଖାଲିପଡିଛି । ଅରୁଣଧତି ଭଟ୍ଟଚାର୍ଯ୍ୟଙ୍କ ପରେ ଶ୍ରୀ କୁମାର ୨୦୧୭ରେ ଏସ୍‌ବିଆଇ ଅଧ୍ୟକ୍ଷ ପଦରେ ନିଯୁକ୍ତ ହୋଇଥିଲେ । ଆସନ୍ତା ଅକ୍ଟୋବର ୭ରେ ଏହି ପଦରେ ତାଙ୍କ କାର୍ଯ୍ୟକାଳ ଶେଷ ହେଉଛି ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories