www.samajalive.in
Sunday, December 7, 2025
13.1 C
Bhubaneswar

ନଳକୂପ ପାଣି ବାଣ୍ଟୁଛି ରୋଗ: ଖନନ ଠାରୁ ପିଣ୍ଡି ନିର୍ମାଣରେ ଦୁର୍ନୀତିର ଗନ୍ଧ , ୩୦ ପଞ୍ଚାୟତରେ ତଦନ୍ତ ଦାବି କଲା କଂଗ୍ରେସ

ବଡ଼ସାହି:  ସଂକ୍ରାମକ ରୋଗ ଠାରୁ ଆରମ୍ଭ କରି ଦୂରାରୋଗ୍ୟ ରୋଗ ଦୂଷିତ ପାଣି ସେବନ ପାଇଁ ହୋଇଥାଏ। ସରକାର ଏଥିପାଇଁ ବିଶୁଦ୍ଧ ପାଣି ସେବନ ପାଇଁ ସଚେତନ କରୁଥିବା ବେଳେ ସ୍ୱତନ୍ତ୍ର ବିଭାଗ ଆନୁକୂଲ୍ୟରେ ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳରେ କିପରି ଜନସାଧାରଣ ତାହା ପାଇବେ ସେ ନେଇ ପର୍ଯ୍ୟାପ୍ତ ଅନୁଦାନ ଯୋଗାଉଛନ୍ତି। ପରନ୍ତୁ ତାହା ବାସ୍ତବ କ୍ଷେତ୍ରରେ କିପରି କାର୍ଯ୍ୟକାରୀ ହେଉଛି ତା’ର ନିଚ୍ଛକ ଉଦାହରଣ ସାଜିଛି ମୟୁରଭଞ୍ଜ ଜିଲା ବଡ଼ସାହି ବ୍ଲକର ମାନଗୋବିନ୍ଦପୁର ପଞ୍ଚାୟତ, ୫ନଂ ୱାର୍ଡ଼ରେ ଥିବା ନଳକୂପ ବନ୍ୟାଞ୍ଚଳ ପାଇଁ ବର୍ଷକ ତଳେ ସ୍ଥାପିତ ନଳକୂପ ଉଚ୍ଚପିଣ୍ଡି ନିର୍ମାଣ ହୋଇଥିଲା। ପରନ୍ତୁ ନିମ୍ନ ମାନର କାର୍ଯ୍ୟ ପାଇଁ କିଛି ମାସ ଗଲା ପରେ ଅଧା ପିଣ୍ଡି ଭୁଷୁଡ଼ି ପଡ଼ିଛି। ନଳକୂପରୁ ଅବ୍ୟହୃତ ଦୂଷିତ ପାଣି ପୁଣି ମୂଳକୁ ପଶି ଏକଚକ୍ର ଦ୍ୱାରା ଲୋକଙ୍କ ପିଇବା ଯୋଗ୍ୟ ହେଉଛି। ଜଳସମସ୍ୟା ଦୂର ପାଇଁ ଏହି ୱାର୍ଡ଼ରେ ନଳକୂପ ପ୍ରତିଷ୍ଠା ପରେ ସମସ୍ତେ ଖୁସି ହୋଇଥିଲେ।

ମାତ୍ର ବର୍ତ୍ତମାନ ଦୂଷିତ ପାଣି ସେମାନଙ୍କ ଘରେ ଘରେ ରୋଗ ବାଣ୍ଟୁଛି। ଚୁଲିରେ ବସିଥିବା ହାଣ୍ଡିରୁ ଗୋଟିଏ ଚାଉଳ ପରଖିଲେ ଯେପରି ଭାତର ମାନ ଜଣାପଡ଼େ, ସେହିପରି ବଡ଼ସାହି ବ୍ଲକର ୩୦ଟି ପଞ୍ଚାୟତରେ ନଳକୂପ ଖନନ ଠାରୁ ସ୍ଥାପନରେ ହୋଇଥିବା ମହାଦୁର୍ନୀତି ତଦନ୍ତ ହେଲେ ଜଣାପଡ଼ିବ। ଗ୍ରାମ୍ୟ ଜଳପରିମଳ ବିଭାଗ ଓ ପଞ୍ଚାୟତର ମିଳିତ ଆନୁକୂଲ୍ୟରେ ନିର୍ମାଣ ହେଉଛି ଏପରି ପ୍ରକଳ୍ପ। ପଞ୍ଚାୟତର ଅର୍ଥରେ ଠିକାଦାର କାର୍ଯ୍ୟ କରୁଥଇବା ବେଳେ ତା’ର ଅଟକଳ ଠାରୁ ବିଲ ମଞ୍ଜୁରୀ ଦାୟିତ୍ୱ ବିଭାଗର। ଗୋଟିଏ ନଳକୂପ ଖନନ ସହିତ ପିଣ୍ଡି ନିର୍ମାଣ ପାଇଁ ପ୍ରାୟ ଏକ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ ବରାଦ ଥିବା ବେଳେ ଅଧାରୁ କମ ଅର୍ଥ ଖର୍ଚ୍ଚ ପରେ ଆତ୍ମସାତ ହେଉଛି। ଯାହା ଫଳରେ ପ୍ରକଳ୍ପର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପ୍ରକଳ୍ପ ନିର୍ମାଣର ଅଳ୍ପ ସମୟ ସୀମା ମଧ୍ୟରେ ମାନଗୋବିନ୍ଦପୁରର ଏହି ନଳକୂପ ଭଳି ହେଉଛି। ଅନେକ ସ୍ଥାନରେ ପିଣ୍ଡି ଠିକ ଥିଲେ ହେଁ ଖନନ ସମୟରେ ଅଳ୍ପ ଗଭୀର ଯାଏଁ ପାଇପ ଦେଉଥିବାରୁ ବର୍ଷର ସବୁ ସମୟରେ ପାଣି ଯୋଗାଉନାହିଁ। ବର୍ଷା ଦିନରେ କାଦୁଅ ମିଶା ପାଣି ପ୍ରାୟ ଶତାଧିକ ନଳକୂପରେ ବାହାରୁଛି। କଂଗ୍ରେସର ବଡ଼ସାହି ଜୋନ ସଭାପତି ଶଶାଙ୍କ ଶେଖର କର ଏପରି ଅଭିଯୋଗ ଆଣିଛନ୍ତି। ସମ୍ପୂର୍ଣ୍ଣ ବ୍ଲକର ୩୦ଟି ପଞ୍ଚାୟତରେ ସଦ୍ୟ ନିର୍ମାଣ ହୋଇଥିବା ନଳକୂପ ପ୍ରକଳ୍ପ ଗୁଡ଼ିକର ସେ ତଦନ୍ତ ଦାବି କରିଛନ୍ତି। ବଡ଼ସାହି ବ୍ଲକର ବିଭାଗୀୟ କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ପ୍ରଧାନଙ୍କୁ ମାନଗୋବିନ୍ଦପୁର ପଞ୍ଚାୟତର ନଳକୂପ ଅବ୍ୟବସ୍ଥା ସମ୍ପର୍କରେ ପଚାରିବାରୁ ତାଙ୍କ ପାଖରେ ଖବର ନାହିଁ କହିଛନ୍ତି। ପଞ୍ଚାୟତ ଖବର ଦେଲେ ଦେଖିବେ ବୋଲି କହିଛନ୍ତି। ଅନ୍ୟ ପକ୍ଷରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋଜ ମହାନ୍ତଙ୍କୁ ପଚାରିବାରୁ, ‘ମୁଁ ଏବେ ଦାୟିତ୍ୱ ନେଇଛି, କିଏ ନିର୍ମାଣ କରିଥିଲା ଜାଣିନି। ତେବେ ମରାମତି ପାଇଁ ଅଟକଳ ପ୍ରସ୍ତୁତ ପରେ ସରପଞ୍ଚଙ୍କ ନିର୍ଦେଶରେ ସେ ବ୍ଲକକୁ ପଠାଇଛନ୍ତି ବୋଲି କହିଛନ୍ତି।’ ବିଭାଗ-ପଞ୍ଚାୟତ ପରସ୍ପରକୁ କାଦୁଅ ପିଙ୍ଗାଫିଙ୍ଗି ଲାଗିଥିବା ବେଳେ ନଳକୂପ ଉପରେ ନିର୍ଭରଶୀଳ ଜନସାଧାରଣ ପାଣିରୁ ରୋଗକୁ ଆମନ୍ତ୍ରଣ କରୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories