www.samajalive.in
Friday, December 5, 2025
26.1 C
Bhubaneswar

କଂଗ୍ରେସର ତ୍ରାଣକର୍ତା ହୋଇ ପାରିବେ ରାହୁଳ: ମୁଡ଼୍ ଅଫ୍ ଦି ନେସନ

ରାହୁଳଙ୍କ ସପକ୍ଷରେ ସର୍ବାଧିକ ୨୩% ମତ

୨୦୧୯ ସାଧାରଣ ନିର୍ବାଚନରେ ଦଳର ବିପର୍ଯ୍ୟୟ ପରେ ସଭାପତି ପଦରୁ ଅବ୍ୟାହତି ନେଇଥିବା ରାହୁଳଙ୍କ ଉପରେ ତଥାପି ଲୋକଙ୍କ ଭରସା ଅଛି । କେବଳ ରାହୁଳ ହିଁ କଂଗ୍ରେସକୁ ବିପର୍ଯ୍ୟୟରୁ ଉଦ୍ଧାର କରିପାରିବେ ବୋଲି ଅଧିକାଂଶ ଲୋକ ବିଶ୍ଵାସ କରୁଛନ୍ତି । ଇଣ୍ଡିଆ ଟୁଡ଼େ ପକ୍ଷରୁ ପ୍ରକାଶିତ ‘ମୁଡ଼୍ ଅଫ୍ ଦି ନେସନ’ରେ ଭାଗ ନେଇଥିବା ଲୋକଙ୍କ ମଧ୍ୟରୁ ସର୍ବାଧିକ ଭୋଟ ରାହୁଳଙ୍କ ସପକ୍ଷରେ ଯାଇଛି ।

୧୨୦୨୧ ଲୋକଙ୍କୁ ନେଇ କରାଯାଇଥିବା ସର୍ଭେରେ ରାହୁଳଙ୍କ ସପକ୍ଷରେ ୨୩% ଲୋକ ମତ ଦେଇଛନ୍ତି । ରାହୁଳ ଦଳର ସଭାପତି ପଦ ଛାଡ଼ିଥିବା ସତ୍ବେ ତାଙ୍କ ଉପରେ ଅଧିକାଂଶ ଲୋକ ବିଶ୍ଵାସ କରୁଛନ୍ତି । ଅନ୍ୟପକ୍ଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧୀ ସମସ୍ତେ ରାହୁଳଙ୍କଠାରୁ ଢ଼େର ପଛରେ ଅଛନ୍ତି । ଅର୍ଥନୀତିଜ୍ଞ ଡ଼. ମନମୋହନ ସିଂହ କଂଗ୍ରେସକୁ ଉଦ୍ଧାରିପାରିବେ ଏହା ୧୮% ଲୋକ ବିଶ୍ଵାସ କରୁଛନ୍ତି । ତେବେ ମହମୋହନ କଂଗ୍ରେସକୁ ଉଦ୍ଧାରି ପାରିବେ ଏ କଥାକୁ ୧୪% ଭୋଟର ବିଶ୍ଵାସ କରିପାରୁନାହାନ୍ତି କିମ୍ବା ଏ ସମ୍ପର୍କରେ କୌଣସି ମତ ଦେବାକୁ ସକ୍ଷମ ହୋଇ ନାହାନ୍ତି।

- Advertisement -

ସୋନିଆ ଗାନ୍ଧୀ କଂଗ୍ରେସକୁ ସମ୍ଭାଳି ପାରିବେ ଓ ଆଗକୁ ବମାଇ ପାରିବେ ଏ ବିଶ୍ଵାସ ୧୪% ଲୋକ ରଖିଥିବାବେଳେ ଅନୁରୂପ ସଂଖ୍ୟକ ଭୋଟର ପ୍ରିୟଙ୍କାଙ୍କ ଉପରେ ଭରସା କରିଛନ୍ତି । ସେ ମଧ୍ୟ ୧୪% ସମର୍ଥନ ହାସଲ କରିଛନ୍ତି ।  ଅନ୍ୟପକ୍ଷରେ କମଳନାଥଙ୍କ ସପକ୍ଷରେ ୩%, ପି.ଚିଦାମ୍ବରମଙ୍କ ସପକ୍ଷରେ ୩%, ସଚିନ ପାଇଲଟଙ୍କ ସପକ୍ଷରେ ୩% ଓ ଅଶୋକ ଗେହଲଟଙ୍କ ସପକ୍ଷରେ ୨% ଭୋଟ ଆସିଛି ।

 

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories