www.samajalive.in
Sunday, December 7, 2025
26.1 C
Bhubaneswar

ମହାନଦୀ ଜଳ ବିବାଦ ମାମଲା : ଆଜି ଭିଡିଓ କନଫେରେନ୍ସିଂ ଜରିଆରେ ଟ୍ରିବ୍ୟୁନାଲରେ ଶୁଣାଣି

ଭୁବନେଶ୍ଵର : ଓଡିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳ ବିବାଦ ମାମଲାରେ ଆଜି ଟ୍ରିବୁନାଲରେ ମାମଲାର ଶୁଣାଣି ହେବ । ମାମଲାର ପ୍ରସଙ୍ଗ ଚୂଡାନ୍ତ ହେବା ପରେ ଆଜି ଭିଡିଓ କନଫରେସିଂ ଜରିଆରେ ଟ୍ରିବ୍ୟୁନାଲରେ ପ୍ରଥମ ଶୁଣାଣି ହେବ । ଗତ ଶୁଣାଣିରେ ୩୬ଟି ପ୍ରସଙ୍ଗ ଚୂଡାନ୍ତ ହୋଇଥିଲା। ତାକୁ ନେଇ ମାମଲରେ କିପରି ପରିଚାଳନା ହେବ ତାହା ନିର୍ଦ୍ଧାରଣ କରି ପାରନ୍ତି ଟ୍ରିବୁନାଲ । ଶୁଣାଣି ପୂର୍ବରୁ ଓଡିଶା ମାମଲା ସମ୍ବନ୍ଧିତ ଆଡମିଶନ୍ ଓ ଡିନାଏଲ ପ୍ରକ୍ରିୟାକୁ ଶେଷ କରି ଟ୍ରିବ୍ୟୁନାଲରେ ଆବଶ୍ୟକୀୟ ଦସ୍ତାବିଜ ଦାଖଲ କରିଛି । ତେବେ, ଛତିଶଗଡ଼ ଓ ଅନ୍ୟ ପକ୍ଷଭୁକ୍ତ ରାଜ୍ୟମାନେ ଆଡମିଶନ ଓ ଡିନାଏଲ ପ୍ରକ୍ରିୟାକୁ ଚୂଡ଼ାନ୍ତ କରିନଥିବା ଜଣାପଡ଼ିଛି । ତେବେ ଓଡିଶା ପକ୍ଷରୁ କିଭଳି ମାମଲାକୁ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରାଯିବ ସେ ନେଇ ଓଡିଶାର ଆଇନଜୀବି ରଣନୀତି ପ୍ରସ୍ତୁତ କରିଛନ୍ତି।

ଗତମାସ ୧୧ ତାରିଖରେ ଟ୍ରିବ୍ୟୁନାଲ ମାମଲାର ଶୁଣାଣି ପାଇଁ ଓଡିଶା, ଛତିଶଗଡ଼ ସମେତ ଅନ୍ୟ ପକ୍ଷଭୁକ୍ତ ରାଜ୍ୟମାନଙ୍କ ପକ୍ଷରୁ ଦାଖଲ କରାଯାଇଥିବା ପ୍ରସଙ୍ଗ ତାଲିକାରୁ, ପ୍ରାଥମିକ ପର୍ୟ୍ୟାୟରେ ୩୬ଟି ପ୍ରସଙ୍ଗ ନିର୍ଦ୍ଧାରଣ କରିଥିଲେ। ଇସ୍ୟୁ ଫ୍ରେମ୍‌ରେ ଓଡିଶାର ସର୍ବାଧିକ ପ୍ରସଙ୍ଗକୁ ସାମିଲ କରାଯାଇଥିଲା । ଟ୍ରିବୁନାଲ ପ୍ରସଙ୍ଗ ଗୁଡିକର ଶୁଣାଣି ପୂର୍ବରୁ ଥିବା ପ୍ରକ୍ରିୟାକୁ ଯେମିତିକି ଇସ୍ୟୁ ଫ୍ରେମ ପରର ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା, ସାକ୍ଷ ମାନଙ୍କ ପ୍ରମାଣ ତାଲିକା, ପ୍ରମାଣ ସଂପର୍କୀତ ସତ୍ୟପାଠ, ସେମାନଙ୍କ କ୍ରସ ଏଗଜାମିନେଶନ ଶେଷ କରିବା ପରେ ଫ୍ରସଙ୍ଗକୁ ନେଇ ଶୁଣାଣି କରିବେ ବୋଲି ସୂଚନା ମିଳଛି। ତେବେ ଆଜି ଶୁଣାଣି କିପରି ରହିବ ଏବଂ ଟ୍ରିବୁନାଲ କିପରି ମାମଲାର ଦିଶା ନିର୍ଧାରଣ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories