www.samajalive.in
Tuesday, December 9, 2025
15.1 C
Bhubaneswar

କେରଳରେ ପ୍ରବଳ ବର୍ଷା ପରେ ଭୁସ୍ଖଳନ; ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି

ଥିରୁଭାନନ୍ଥପୂରମ: କେରଳରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ସୃଷ୍ଟି ହୋଇଛି। ଇଡୁକ୍କୀ ଜିଲାର ରାଜମଲା ଅଞ୍ଚଳରେ ବର୍ଷା ଫଳରେ ଭୁସ୍ଖଳନ ଘଟିଛି। ଏଥିରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ମାଟି ତଳେ ଚାପି ହୋଇଯାଇଥିବା ଅନ୍ୟ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ମାଟି ତଳେ ଅନ୍ୟ କେହି ଫଶି ରହିଛନ୍ତି କି ନାହିଁ ତାହା ଜାଣିବା ଲାଗି ଏନଡିଆରଏଫ ଏବଂ ବନ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ପାଇଁ ହେଲିକପ୍ଟର ପଠାଇବା ଲାଗି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବାୟୁସେନା ସହିତ ଯୋଗାଯୋଗ କରାଯାଇଥିବା ସୂଚନା ମିଳିଛି। କୁହାଯାଉଛି ଯେଉଁ ସ୍ଥାନରେ ଭୂସ୍ଖଳନ ଘଟିଛି ସେଠାରେ ୪ଟି ଶିବିରରେ ୮୦ରୁ ଅଧିକ ଶ୍ରମିକ ରହୁଥିଲେ। ତେଣୁ ମାଟିତଳେ ଆହୁରି ୬୫ ଜଣ ଫଶିଥିବା ଆଶଙ୍କା କରାଯାଉଛି।
ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି- ଇଡୁକିରେ ଭୂସ୍ଖଳନ ଘଟଣାରେ ମୁଁ ଦୁଃଖିତ। ଏହି ଦୁଃଖରେ ମୃତମାନଙ୍କ ସମ୍ପର୍କୀୟଙ୍କୁ ମୋର ସମବେଦନା। ମୁଁ ପ୍ରାର୍ଥନା କରୁଛି ଯେ ଆହତ ଲୋକମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ। ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୫୦ହଜାର ଟଙ୍କା ପ୍ରଦାନ କରାଯିବା ପାଇଁ ଘୋଷଣା କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories