www.samajalive.in
Sunday, December 7, 2025
26.1 C
Bhubaneswar

ନ୍ୟାୟ ବ୍ୟବସ୍ଥା ପ୍ରତି ରାଜ୍ୟ ସରକାରଙ୍କର ଖାତିର ନାହିଁ: କଂଗ୍ରେସ

ଭୁବନେଶ୍ଵର: ରାଜ୍ୟ ସରକାର ନ୍ୟାୟିକ ବ୍ୟବସ୍ଥାକୁ ଅବମାନନା କରୁଛନ୍ତି ଓ ତାଙ୍କ ଅଫିସରମାନେ ମଧ୍ୟ ଏହାକୁ ଖାତିର କରୁନାହାନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ଦଳର ନେତା ସୁଦର୍ଶନ ଦାସ କହିଛନ୍ତି ଯେ  ଓଡ଼ିଶା ଔଷଧ ନିଗମରେ ପିପିଇ କିଟ୍ ଓ ଅନ୍ୟାନ୍ୟ ସାମଗ୍ରୀ କ୍ରୟ ନେଇ ହୋଇଥିବା ଅନିୟମିତତା ସମ୍ପର୍କରେ ଲୋକାୟୁକ୍ତଙ୍କ ନୋଟିସ ସତ୍ବେ ବରିଷ୍ଠ ଆଇଏଏସ ଅଫିସର ହେମନ୍ତ ଶର୍ମା ହାଜର ନ ହେବ ଅତ୍ୟନ୍ତ ନିନ୍ଦନୀୟ ଘଟଣା ଏବଂ ଲୋକାୟୁକ୍ତଙ୍କୁ ବେଖାତିର ମନୋଭାବ । ଏକ ବିବୃତିରେ ଶ୍ରୀ ଦାସ କହିଛନ୍ତି ଯେ କରୋନା ମହାମାରି ସମୟରେ ଓଡିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତିକୁ ନେଇ କଂଗ୍ରେସ ପକ୍ଷରୁୁ ଗତ ଜୁନ୍ ୭ ତାରିଖରେ ମାନ୍ୟବର ଲୋକାଯୁକ୍ତଙ୍କ ପାଖରେ ପିଟିସନ ଦାଖଲ ହୋଇଥିଲା। କୋଭିଡ୍‍ ଜିନିଷପତ୍ର କିଣାକିଣି କମିଟିର ଅଧ୍ୟକ୍ଷ ତଥା ଶିଳ୍ପ ବିଭାଗ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଓଡିଶା ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଥିଲା । ଏଥିନିମନ୍ତେ ଲୋକାୟୁକ୍ତ ଉଭୟ ଅଧିକାରୀଙ୍କୁ ନୋଟିସ ପ୍ରଦାନ କରିବା ସହ ଆଜି ପକ୍ଷ ରଖିବାକୁ ନିର୍ଦେଶ ଦେଇଥିଲେ । ମାତ୍ର ଦୁର୍ଭାଗ୍ୟର ବିଷୟ ଯେ ଉପରୋକ୍ତ ଅଫିସର ମାନେ ଆଜି ସୁଦ୍ଧା କୈାଣସି ଉତ୍ତର ଦେଲେ ନାହିଁ କିମ୍ବା ଆଜିର ଶୁଣାଣି ସମୟରେ ସେମାନେ ନିଜର ପକ୍ଷ ରଖିବାପାଇଁ ଉଚିତ୍ ମଣିଲେ ନାହିଁ । ଏଭଳି ମନୋଭାବ ଦେଶର ନ୍ୟାୟିକ ବ୍ୟବସ୍ଥା ପ୍ରତି ବେଖାତିର ମନୋଭାବର ପରିଚୟ ବୋଲି କଂଗ୍ରେସ ଦଳ ବିଚାର କରେ। ଦେଶର ନ୍ୟାୟିକ ବ୍ୟବସ୍ଥା ପ୍ରତି ଆସ୍ଥା ଏବଂ ସମ୍ନାନ ଜଣାଇବା ଦେଶର ନାଗରିକ ମାନଙ୍କର କର୍ତ୍ତବ୍ୟ ଏବଂ ଏହାକୁ ସରକାର ସୁନିଶ୍ଚିତ କରିଥାଆନ୍ତି। ମାତ୍ର ଏହି କ୍ଷେତ୍ରରେ ସରକାର ନିଜେ ନ୍ୟାୟିକ ବ୍ୟବସ୍ଥାପ୍ରତି ବିଶ୍ୱାସ ଏବଂ ସମ୍ମାନକୁ ଭୁଲୁଣ୍ଠିତ କରିଛନ୍ତି। ଏହା ଏକ ଅକ୍ଷମଣିୟ ଅପରାଧ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।
ଆବେଦନକାରୀ ଶ୍ରୀ ଦାସ ଏ ସମ୍ପର୍କରେ ଲୋକାୟୁକ୍ତଙ୍କ ଦୃଷ୍ଟି ଆକର୍ଷଣ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ଲୋକାଯୁକ୍ତର ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ଅଜିତ ସିଂ ଏବଂ ବିଶେଷକ ସଭ୍ୟ ଡ଼ ଦେବବ୍ରତ ସ୍ୱାଇଁଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସନ୍ତା ସେପ୍ଟେମ୍ବର ୧୪ ତାରିଖରେ ପରବର୍ତୀ ଶୁଣାଣି ନିମନ୍ତେ ଦିନ ଧାର୍ଯ୍ୟ କରିଛନ୍ତି ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories