www.samajalive.in
Sunday, December 7, 2025
13.1 C
Bhubaneswar

କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ କୋଭିଡ ପରିସ୍ଥିତି ସମୀକ୍ଷା

ପୁରୀ: କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଅନିଲ କୁମାର ସାମଲ ଜିଲ୍ଲାରେ କୋଭିଡ ପରିସ୍ଥିତିର ସମୀକ୍ଷା କରିଛନ୍ତି । ଜିଲ୍ଲା ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଶ୍ରୀ ସାମଲ ଜିଲ୍ଲାରେ କରୋନା ମୁକାବିଲା ନିମନ୍ତେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଅବଗତ ହେବା ସହ କରୋନା ଚିକିତ୍ସା କେନ୍ଦ୍ରରେ ଉପଲବ୍ଧ ସୁବିଧା ଓ ଡାକ୍ତରମାନେ ନୀୟମିତ ଭାବେ ରୋଗୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଉପରେ ଗୁରୁତ୍ବାରୋପ କରିଥିଲେ । ଉପଲବ୍ଧ ସେବା ଓ ଭଲମନ୍ଦ ସଂପର୍କରେ ଜାଣିବା ପାଇଁ ରୋଗୀମାନଙ୍କ ସହ ସିଧାସଳଖ କଥା ହେବେ ବୋଲି ରାଜସ୍ବ କମିଶନର କହିଛନ୍ତି।

ଅନ୍ୟପକ୍ଷରେ ଜିଲ୍ଲାପାଳ ଶ୍ରୀ ବଲଓ୍ବନ୍ତ ସିଂ ଜିଲ୍ଲାରେ କୋଭିଡ ସ୍ଥିତି,କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ର, କୋଭିଡ କେୟାର ସେଣ୍ଟର,କୋଭିଡ କେୟାର ହୋମ ସଂପର୍କରେ ଜଣାଇଥିଲେ । ଜିଲ୍ଲାରେ ଏପର୍ଯ୍ୟନ୍ତ ୨୯ ହଜାର କରୋନା ପରୀକ୍ଷା କରାଯାଇଛି । ଜିଲ୍ଲାରେ ଏପର୍ଯ୍ୟନ୍ତ ୧୧୨୬ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେଥିମଧ୍ୟରୁ ୬୯୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । କରୋନା ଆରୋଗ୍ୟ ହାର ୬୨ ପ୍ରତିଶତ ରହିଛି ଓ ଆରୋଗ୍ୟ ହାର ଆହୁରି ବୃଦ୍ଧି ପାଇବ ବୋଲି ଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି । ବର୍ତ୍ତମାନ ୫୬ଟି ସ୍ଥାନକୁ କଣ୍ଟେନମରଣ୍ଟ ଜୋନରେ ରଖାଯାଇଛି । ସଂକ୍ରମିତ ରୋଗ ଚିକିତ୍ସାଳୟରେ ଥିବା କରୋନା ସ୍ବାସ୍ଥ୍ୟ କେନ୍ଦ୍ରରେ ଶଯ୍ୟା କ୍ଷମତାକୁ ଖୁବଶୀଘ୍ର ୧୦୦କୁ ବୃଦ୍ଧି କରାଯାଇ ଅଧିକ ଡାକ୍ତର ଓ ସହାୟକ କର୍ମୀ ମୁତୟନ କରାଯିବ । ବର୍ତ୍ତମାନ ଜିଲ୍ଲାର ୧୦ଟି କୋଭିଡ ଯତ୍ନ କେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କରୋନା ରୋଗୀ ମାନଙ୍କ ପାଇଁ ୮୯୩ ଶଯ୍ୟା ବ୍ୟବସ୍ଥା ରହିଛି । ଏଥିନିମନ୍ତେ ଆନୁଷଙ୍ଗିକ କାମ ଶେଷ କରିବାକୁ ବିଭାଗୀୟ ଅଧିକାରିଙ୍କୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି । ସେହିଭଳି ବେସରକାରୀ ଭାବେ କାର୍ଯ୍ୟ କରୁଥିବା ଡାକ୍ତରଙ୍କୁ ମୁଖ୍ୟଚିକିତ୍ସାଳୟରେ ରୋଗୀ ଦେଖିବା କାମରେ ନିୟୋଜିତ ଓ କରୋନା ସଂକ୍ରମିତ ଗର୍ଭବତୀ ମହିଳା ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ସଂକ୍ରାନ୍ତରେ ମଧ୍ୟ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଖିଳେଶ୍ବର ସିଂ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ବିନୟ କୁମାର ଦାସ, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ପୌରସଂସ୍ଥା ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories