www.samajalive.in
Monday, December 8, 2025
13.1 C
Bhubaneswar

ହସ୍ତତନ୍ତ ଏବଂ ହସ୍ତକଳା ଆମ ଇତିହାସକୁ ଗରିମାମୟ କରିଛି – ମୋଦୀ

ଆଜି ଜାତୀୟ ହସ୍ତତନ୍ତ ଦିବସ ଅବସରରେ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ଆଜି ଏକ ଭର୍ଚୁଆଲ୍‍ ସମାବେଶ ଆୟୋଜନ କରାଯାଇଛି। ଏଥିରେ ଭାରତର ବିଭିନ୍ନ ପ୍ରାନ୍ତରରେ ଥିବା ବୁଣାକାର ଗୋଷ୍ଠୀ, ଏନ୍‍.ଆଇ.ଏଫ୍‍.ଟି. କ୍ୟାମ୍ପସ୍‍, ସମସ୍ତ ୨୮ଟି ହସ୍ତତନ୍ତ ସେବା କେନ୍ଦ୍ର, ଜାତୀୟ ହସ୍ତତନ୍ତ ବିକାଶ ନିଗମ ଏବଂ ଅନ୍ୟମାନଙ୍କୁ ଅନ୍‍ଲାଇନ୍‍ ମାଧ୍ୟମରେ ସାମିଲ ହେଉଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବିଗତ ଶହେ ବର୍ଷର ଗୌରବମୟ ଇତିହାସକୁ ଭାରତର ହସ୍ତତନ୍ତ ଏବଂ ହସ୍ତକଳା ଅଧିକ ଗରିମାମୟ କରିଛି।

ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକାଶବାଣୀର ମନ୍‍ କୀ ବାତ୍‍ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତୀୟ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର ଅଧିକରୁ ଅଧିକ ବ୍ୟବହାର କରିବା ଲାଗି ଆହ୍ୱାନ ଦେଇଥିଲେ। ଏ ସଂପର୍କରେ ଜନସାଧାରଣଙ୍କ ମଧ୍ୟରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରିବା ଲାଗି ସେ କହିଥିଲେ। ଏହାଦ୍ୱାରା ସ୍ଥାନୀୟ କାରିଗର ଏବଂ ବୁଣାକାର ଉପକୃତ ହେବେ ବୋଲି ମୋଦୀ କହିଥିଲେ। ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ସ୍ମୃତି ଇରାନୀ ଟ୍ୱିଟ୍‍ କରି କହିଛନ୍ତି, କୋଭିଡ୍‍ ମହାମାରୀ କାଳରେ କାନ୍ଥ ଓ ଘରର ସାଜସଜ୍ଜା, ମାସ୍କ୍‍ ଓ ପରିଧାନ ସମେତ ବିଭିନ୍ନ କ୍ଷେତ୍ରରେ ହସ୍ତତନ୍ତ ଆମର ଜୀବନକୁ ସମୃଦ୍ଧ କରିବ।

- Advertisement -

ଭାରତରେ ହାତ ତିଆରି ସାମଗ୍ରୀର ଅଧିକରୁ ଅଧିକ ବ୍ୟବହାର କରିବା ପାଇଁ ସେ ଏହି ଅବସରରେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ୧୯୦୫ ମସିହା ଆଜିର ଦିନରେ ସ୍ୱଦେଶୀ ଜାଗରଣ ଅଭିଯାନ ଶୁଭାରମ୍ଭର ସ୍ମାରକୀ ସ୍ୱରୁ ଏହି ଦିନଟିକୁ ଜାତୀୟ ହସ୍ତତନ୍ତ ଦିବସ ଭାବେ ପାଳନ କରାଯାଇଥାଏ। ଜନସାଧାରଣଙ୍କ ମଧ୍ୟରେ ହସ୍ତତନ୍ତ ଶିଳ୍ପ ଏବଂ ସାମାଜିକ ଅର୍ଥନୈତିକ ବିକାଶ ଦିଗରେ ଏହାର ଅବଦାନ ସଂପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ଲକ୍ଷ୍ୟ ରହିଛି।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories