www.samajalive.in
Monday, December 8, 2025
24.1 C
Bhubaneswar

କଂଗ୍ରେସ-ଚୀନ ଏମଓୟୁ ପିଟିଶନ ଉପରେ ଆଶ୍ଚର୍ଯ୍ୟ ପ୍ରକାଶ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୨୦୦୮ ଅଗଷ୍ଟ ୭ ତାରିଖରେ କଂଗ୍ରେସ ଚୀନର ଶାସକ କମ୍ୟୁନିଷ୍ଟ ପାର୍ଟି ସହିତ ବୁଝାମଣା ପତ୍ର(ଏମଓୟୁ) ସ୍ବାକ୍ଷର କରିଛି ଏବଂ ଏନଆଇଏ ଦ୍ବାରା ଏହାର ତଦନ୍ତ କରିବାକୁ ସୁପ୍ରିମକୋର୍ଟରେ ପିଟିଶନ ରୁଜୁ ହୋଇଛି। ଶୁକ୍ରବାର ଏହି ପିଟିଶନ ଉପରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହିତ ଏହା କିପରି ସମ୍ଭବ ବୋଲି ପ୍ରଶ୍ନ କରିଛିନ୍ତି। ଏକ ରାଜନୈତିକ ଦଳ ଅନ୍ୟ ଏକ ଦେଶ ସହିତ କିପରି ଏମଓୟୁ ସ୍ବାକ୍ଷର କରିବ ବୋଲି ପ୍ରଧାନ ବିଚାରପତି ଏସ.ଏ. ବୋବଡେ ପ୍ରଶ୍ନ କରିବା ସହିତ ଏହାକୁ ଖାରଜ କରିଦେଇଛନ୍ତି। ଏହା ସହିତ ଆବେଦନକାରୀଙ୍କୁ ହାଇକୋର୍ଟ ଯିବାକୁ ନିର୍ଦେଶ ଦେଇଛନ୍ତି। ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଛନ୍ତି, ଏହି ପ୍ରସଙ୍ଗ ଅତ୍ୟନ୍ତ ଗମ୍ଭୀର ଏବଂ ଆମ ଅନୁଭୂତି ମଧ୍ୟରେ ଏକ ରାଜନୈତିକ ଦଳ ଅନ୍ୟ ଏକ ଦେଶ ସହିତ ଚୁକ୍ତି କରିବା ଆମେ କେବେ ଶୁଣିନାହୁଁ।

ସୂଚନା ଅନୁସାରେ, ଗୋଆ କ୍ରୋନିକଲ୍‌ର ମୁଖ୍ୟ ସମ୍ପାଦକ ସାଭିଓ ରୋଡ୍ରିଗ୍‌ସ ଏବଂ ଦିଲ୍ଲୀର ଜଣେ ଆଡ୍‌ଭୋକେଟ ଶଶାଙ୍କ ଶେଖର ଝା କଂଗ୍ରେସ ବିରୋଧରେ ଏହି ପିଟିଶନ ଦାୟର କରିଥିଲେ। ତେବେ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ କହିଥିଲେ ଯେ, ଯଦି ଆପଣ ପିଟିଶନରେ କିଛି ସଂଶୋଧ କରିବାକୁ ଚାହୁଁଛନ୍ତି, ତେବେ ଅନୁମତି ଦିଆଯିବ। କିନ୍ତୁ ଯଦି ତଥ୍ୟ ଭୁଲ୍‌ ରହିଥାଏ ତେବେ ଆପଣଙ୍କ ବିରୋଧରେ ମାମଲା ରୁଜୁ ହେବ। ମାତ୍ର ଆବେଦନକାରୀ ଯୁକ୍ତି  ଦର୍ଶାଇଥିଲେ ଯେ, ଚୀନ ସହିତ ଚୁକ୍ତି ବିଷୟରେ ସବିଶେଷ ତଥ୍ୟ ସାର୍ବଜନୀନ କରିବା ଲାଗି ସେ କଂଗ୍ରେସକୁ କହିଥିଲେ। କିନ୍ତୁ ଏହି ପୁରୁଣା ଦଳ ଏ ଦିଗରେ କୌଣସି ଧ୍ୟାନ ନ ଦେବାରୁ କୋର୍ଟଙ୍କ ଦ୍ବାରସ୍ଥ ହେବାକୁ ପଡ଼ିଲା।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories