www.samajalive.in
Wednesday, December 10, 2025
14.1 C
Bhubaneswar

ବିହାର ଆଇପିଏସ ଅଧିକାରୀଙ୍କୁ କ୍ବାରେଣ୍ଟାଇନ ସେଣ୍ଟରରୁ ଛାଡ଼ିଲା ବିଏମସି

ପଟନା: ବୃହନମୁମ୍ବଇ ନଗର ନିଗମ(ବିଏମସି) ବିହାରର ଆଇପିଏସ ଅଧିକାରୀ ବିନୟ ତିୱାରୀଙ୍କୁ ଶୁକ୍ରବାର କ୍ବାରେଣ୍ଟାଇନ ସେଣ୍ଟରରୁ ଛାଡ଼ିଛି। ବିହାର ପୁଲିସ ପକ୍ଷରୁ ଏ ନେଇ ଚିଠି ଲେଖାଯିବା ପରେ ବିନୟଙ୍କୁ କ୍ବାରେଣ୍ଟାଇନ କେନ୍ଦ୍ରରୁ ଯିବାକୁ ବିଏମସି ଅନୁମତି ଦେଇଛି। ବିନୟ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ପାଇଁ ମୁମ୍ବଇ ଯାଇଥିବାବେଳେ ପୁଲିସ ତାଙ୍କୁ ବାଧ୍ୟତାମୂଳକ ଭାବେ କ୍ବାରେଣ୍ଟାଇନ ସେଣ୍ଟରରୁ ପଠାଇ ଦେଇଥିଲା। ଏହାକୁ ନେଇ ମୁମ୍ବଇ ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

ତେବେ ବିଏମସି ବିନୟଙ୍କୁ ସର୍ତ୍ତମୂଳକ ଭାବେ କ୍ବାରେଣ୍ଟାଇନ ସେଣ୍ଟରରୁ ଛାଡ଼ିଛି। ତାଙ୍କୁ ଅଗଷ୍ଟ ୮ ସୁଦ୍ଧା ମୁମ୍ବଇ ଛାଡ଼ିବାକୁ କୁହାଯାଇଛି। ଏ ସମ୍ପର୍କରେ ବିନୟ କହିଛନ୍ତି, ବିଏମସି ମୋତେ ଟେକ୍‌ଷ୍ଟ ମେସେଜ ଜରିଆରେ କ୍ବାରେଣ୍ଟାଇନ ସେଣ୍ଟରରୁ ଯିବାକୁ ସୂଚିତ କରିଛି। ମୁଁ ଆଜି ପାଟନା ଚାଲିଯାଉଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories