www.samajalive.in
Friday, December 5, 2025
26.1 C
Bhubaneswar

ସୁଧୁରୁଛି ଅର୍ଥବ୍ୟବସ୍ଥା, କିନ୍ତୁ ନକାରାତ୍ମକ ରହିବ ଜିଡିପି: ଶକ୍ତିକାନ୍ତ ଦାସ

ମୁମ୍ବଇ: କରୋନା ମହାମାରୀ ଯୋଗୁ ଦୁର୍ବଳ ହୋଇପଡ଼ିଥିବା ଭାରତୀୟ ଅର୍ଥବ୍ୟବସ୍ଥାରେ ସୁଧାର ଆରମ୍ଭ ହୋଇଛି। ବିଶ୍ଵର ଅର୍ଥବ୍ୟବସ୍ଥା ଖରାପ ଥିବାବେଳେ ଭାରତରେ ଆର୍ଥିକ ସୁଧାର ଆସୁଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ଅନ୍ୟପଟେ ୨୦୨୦-୨୧ରେ ମୋଟ ଘରୋଇ ଉତ୍ପାଦ(ଜିଡିପି) ଅଭିବୃଦ୍ଧି ହାର ନେଗେଟିଭ୍‌ ବା ନକାରାତ୍ମକ ରହିବ ବୋଲି ସେ କହିଛନ୍ତି। ୩ ଦିନ ଧରି ଚାଲିଥିବା ଆରବିଆଇ ମୁଦ୍ରା ନୀତି କମିଟି(ଏମପିସି) ବୈଠକ ଗୁରୁବାର ଶେଷ ହେବା ପରେ ଏଥିରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଦାସ ସାମ୍ବାଦିକ ସମ୍ମିଳନୀ ଜରିଆରେ ଘୋଷଣା କରିଛନ୍ତି।

ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଆରବିଆଇ ରେପୋଟ ରେଟ୍‌ରେ କୌଣସି ପରିବର୍ତ୍ତନ କରିନାହିଁ। ପୂର୍ବ ଭଳି ଏହା ୪% ରହିଛି। ଏମପିସି ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ହୋଇଛି। ତେଣୁ ଗ୍ରାହକଙ୍କୁ ଇଏମଆଇ ଏବଂ ଋଣର ସୁଧ ହାରରେ କୌଣସି ଆଶ୍ଵସ୍ତି ମିଳିବ ନାହିଁ। ସେହିପରି ରିଭର୍ସ ରେପୋ ରେଟ୍‌ ୩.୩୫% ରଖାଯାଇଛି। ଏହା ସହିତ ଏମଏସଏଫ ଏବଂ ବ୍ୟାଙ୍କ ରେଟ୍‌ ୪.୨୫%ରେ ଅପରିବର୍ତ୍ତିତ ରହିଛି। ଭାରତରେ ଆର୍ଥିକ ସୁଧାର ଆରମ୍ଭ ହୋଇଗଲାଣି। ବିଶ୍ଵ ଅର୍ଥବ୍ୟବସ୍ଥା ଦୁର୍ବଳ ଥିଲେ ହେଁ ଆମ ବିଦେଶୀ ମୁଦ୍ରା ଭଣ୍ଡାରରେ ବୃଦ୍ଧି ଜାରି ରହିଛି। ଖୁଚୁରା ମହଙ୍ଗା ଦର ନିୟନ୍ତ୍ରଣରେ ଅଛି। କରୋନା ଭୂତାଣୁ ଯୋଗୁ ଚଳିତବର୍ଷର ପ୍ରଥମ ୬ ମାସ ମହଙ୍ଗା ଦରରେ ବୃଦ୍ଧି ଘଟିବା ଆଶଙ୍କା ରହିଛି, କିନ୍ତୁ ୨ୟ ୬ମାସରେ ଏଥିରେ ହ୍ରାସ ଘଟିବା ସମ୍ଭାବନା ଅଛି।

- Advertisement -

ଅନ୍ୟପଟେ ୨୦୨୦-୨୧ରେ ଜିଡିପି ଅଭିବୃଦ୍ଧି ହାର ନେଗେଟିଭ୍‌ ରହିବ ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି। ସେ ଆହୁରି କହିଛନ୍ତି, ଚଳିତ ବର୍ଷ ଜୁନରେ ବାର୍ଷିକ ମହଙ୍ଗା ଦର ମାର୍ଚ୍ଚର ୫.୮୪ ପ୍ରତିଶତ ତୁଳନାରେ ଜୁନରେ ୬.୦୯ ପ୍ରତିଶତ ରହିଛି। ଏହା ଆରବିଆଇର ମିଡିୟମ ଟର୍ମ ଟାର୍ଗେଟଠାରୁ ଅଧିକ। ଆରବିଆଇର ଟାର୍ଗେଟ ୨ରୁ ୬% ରହିଥାଏ। ଏହାବ୍ୟତୀତ ନାବାର୍ଡ ଏବଂ ନ୍ୟାଶନାଲ ହାଉସିଂ ବୋର୍ଡକୁ ୧୦ ହଜାର କୋଟି ଟଙ୍କା ଦେବାକୁ ଘୋଷଣା କରାଯାଇଛି। ଏହା ଏନବିଏଫସି ଏବଂ ରିୟଲ ଇଷ୍ଟେଟ୍‌ କ୍ଷେତ୍ରକୁ ସଙ୍କଟରୁ ଉଦ୍ଧାର କରିବାରେ ସହାୟକ ହେବ ବୋଲି କୁହାଯାଇଛି। ସମାଧାନ ଯୋଜନା ପାଇଁ ବରିଷ୍ଠ ବ୍ୟାଙ୍କର କେ. ଭି., କାମତଙ୍କ ଅଧ୍ୟକ୍ଷତାରେ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଥିବା ଦାସ କହିଛନ୍ତି। ସେହିପରି ଋଣ ମୋରେଟୋରିୟମ ସମ୍ପର୍କରେ କୌଣସି ଘୋଷଣା କରାଯାଇ ନାହିଁ। ଏହି ଅବଧି ଆସନ୍ତା ୩୧ ତାରିଖରେ ଶେଷ ହେଉଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories