www.samajalive.in
Friday, December 5, 2025
26.1 C
Bhubaneswar

ମାନିଲା ପ୍ରତିରକ୍ଷା ମନ୍ତ୍ରଣାଳୟ; ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କରିଥିଲେ ଚୀନ ସୈନ୍ୟ

ନୂଆଦିଲ୍ଲୀ: ଭାରତୀୟ ଅଞ୍ଚଳରେ ଚୀନସୈନ୍ୟ ଅନୁପ୍ରବେଶ କରିଥିଲେ। ଗତ ମେ ମାସରେ ପୂର୍ବ ଲଦାଖ ଅଞ୍ଚଳରେ ଚୀନ ସୈନ୍ୟ ଅନୁପ୍ରବେଶ କରିଥିବା ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ବୀକାର କରିଛି। ପେନ୍‌ଗୋଙ୍ଗ ସୋ ହ୍ରଦ ଏବଂ ଗୋଗରା ଅଞ୍ଚଳରୁ ଦୁଇ ଦେଶର ସୈନ୍ୟଙ୍କୁ ପଛକୁ ହଟାଇନେବାକୁ ଭାରତ ଓ ଚୀନ ମଧ୍ୟରେ ୫ ଥର ଆଲୋଚନା ଶେଷ ହୋଇଥିବାବେଳେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏପରି ତଥ୍ୟ ଜାରି କରିଛି।

ଗତ ମଙ୍ଗଳବାର ମନ୍ତ୍ରଣାଳୟ ପକ୍ଷରୁ ଏହାର ୱେବସାଇଟ୍‌ରେ ଅପଲୋଡ୍‌ କରାଯାଇଥିବା ଡକ୍ୟୁମେଣ୍ଟ ଅନୁସାରେ, ଚୀନ ସୈନ୍ୟ ଗୁଗରାଙ୍ଗ ନାଳ(ହଟ୍‌ ସ୍ପ୍ରିଙ୍ଗର ଉତ୍ତରରେ ଥିବା ପାଟ୍ରୋଲିଂ ପଏଣ୍ଟ ୧୫ ନିକଟ), ଗୋଗରା(ପିପି-୧୭ଏ) ଏବଂ ପେନ୍‌ଗୋଙ୍ଗ ସୋ ହ୍ରଦର ଉତ୍ତର ତଟରେ ମେ ୧୭-୧୮ରେ ଅନୁପ୍ରବେଶ କରିଥିଲେ। ତେବେ ଚୀନ ସହିତ ଏଲଏସିରେ ଅନୁପ୍ରବେଶ ପାଇଁ ଭାରତ ଦ୍ବାରା ବ୍ୟବହାର କରାଯାଉଥିବା ‘ଅତିକ୍ରମଣ’ ଶବ୍ଦ କୌଣସି ଅଧିକାରୀଙ୍କ ମନ୍ତବ୍ୟ କିମ୍ବା ଦସ୍ତାବେଜ୍‌ରେ ଉଲ୍ଲେଖ କରାଯାଇ ନାହିଁ।

- Advertisement -

ମେ ୫ ଏବଂ ୬ ତାରିଖରେ ପେନ୍‌ଗୋଙ୍ଗ ସୋ ହ୍ରଦର ଉତ୍ତର ପାର୍ଶ୍ଵରେ ଭାରତୀୟ ଏବଂ ଚୀନ ସୈନିକଙ୍କ ମଧ୍ୟରେ ପ୍ରଥମେ ସଂଘର୍ଷ ଘଟିଥିଲା। ଦସ୍ତାବେଜ୍‌ରେ ଦର୍ଶାଯାଇଛି ଯେ ଡେଡଲକ୍ ଦୀର୍ଘ ସମୟ ପାଇଁ ଜାରି ରହିପାରେ ଏବଂ ଉପୁଜୁଥିବା ପରିସ୍ଥିତିର ମୁକାବିଲା ପାଇଁ ତ୍ଵରିତ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ହୋଇପାରେ। ସୂଚନାଯୋଗ୍ୟ, ଏହାପୂର୍ବରୁ ମେ ’ଶେଷରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ଟେଲିଭିଜନ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ କହିଥିଲେ ଯେ, ବହୁ ସଂଖ୍ୟକ ଚୀନ୍ ସୈନିକ ପୂର୍ବ ଅପେକ୍ଷା ଟିକେ ଆଗକୁ ଆସିଛନ୍ତି। କିନ୍ତୁ ଏ ନେଇ ସରକାରୀ ସ୍ତରରେ ସ୍ପଷ୍ଟ କରାଯାଇଥିଲା ଯେ, ଏହାର ଅର୍ଥ ନୁହେଁ ଯେ ଚୀନ ସୈନ୍ୟ ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କରିଛନ୍ତି। ଏହାକୁ ଭୁଲ ଭାବରେ ବ୍ୟାଖ୍ୟା କରାଯିବା ଉଚିତ ନୁହେଁ ଆନୁଷ୍ଠାନିକ ଭାବେ କୁହାଯାଇଥିଲା।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories