ପୁରୀ ଜିଲା ଜଜ୍‌ ଦେଲେ ରିପୋର୍ଟ ; ପାଳନ ହେଉନି ନିର୍ଦେଶନାମା

0

ନୂଆଦିଲ୍ଲୀ : ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶସତ୍ତ୍ବେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ପୂର୍ବଭଳି ସେବକ, ସେବାୟତଙ୍କ ଦ୍ୱାରା ଦାନ ଦକ୍ଷିଣା ଆଦାୟ କରାଯାଉଥିବା ବିଷୟରେ ପୁରୀ ଜିଲା ଦୌରା ଜଜଙ୍କ ରିପୋର୍ଟ ପରେ ଅସନ୍ତୁଷ୍ଟ ସୁପ୍ରିମକୋର୍ଟ ପୂର୍ବ ନିର୍ଦେଶ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଦୋହରାଇଛନ୍ତି। ଜନସାଧାରଣଙ୍କ ଅବଗତି ନିମନ୍ତେ ଏଣିକି ଜିଲା ଦୌରାଜଜଙ୍କ ରିପୋର୍ଟ କେନ୍ଦ୍ର ସଂସ୍କୃତି ମନ୍ତ୍ରାଣଳୟ ଏବଂ ସୁପ୍ରିମକୋର୍ଟଙ୍କ ୱେବସାଇଟରେ ଦୁଇ ସପ୍ତାହ ନିମନ୍ତେ ଉପଲବ୍‍ଧ ରହିବ। ଏହି ରିପୋର୍ଟ ଉପରେ ବ୍ୟକ୍ତିବିଶେଷ ଏବଂ ସଂଗଠନ ନିଜ ମତ ରଖିପାରିବେ ବୋଲି ବିଚାରପତି ଆଦର୍ଶ କୁମାର ଗୋଏଲ ଓ ବିଚାରପତି ଅବଦୁଲ ଏସ ନଜିରଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଜୁନ ୮ ନିର୍ଦେଶ ଅନୁଯାୟୀ କେନ୍ଦ୍ର ସରକାର ଅଦ୍ୟାବଧି ଜଗନ୍ନାଥ ମନ୍ଦିର ସଂପର୍କିତ କମିଟି ଗଠନ କରି ନ ଥିବାରୁ ଖଣ୍ଡପୀଠ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଣଳୟ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟ ତାଗିଦ କରିଛନ୍ତି।
ମାମଲାର ଶୁଣାଣି ବେଳେ ଶ୍ରୀମନ୍ଦିର ସେବକ, ସେବାୟତଙ୍କ ପାଇଁ ଡ୍ରେସ କୋଡ ପ୍ରଚଳନ, ମନ୍ଦିର ବୁଲିବାକୁ ଆସୁଥିବା ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଠାରୁ ଏକ ଘୋଷଣାନାମା ଗ୍ରହଣ କରିବା ଆଦି ପ୍ରସ୍ତାବ ଲାଗୁ କରିବା ବିଷୟରେ ମନ୍ଦିର ପ୍ରଶାସନ ଏବଂ ଅନ୍ୟ ସମସ୍ତ ପକ୍ଷ ସହ ଆଲୋଚନା କରିବା ପାଇଁ ଆମିକ୍ୟୁସକ୍ୟୁରୀ ଗୋପାଳ ସୁବ୍ରମଣ୍ୟମଙ୍କୁ ଖଣ୍ଡପୀଠ ଅନୁରୋଧ କରିଥିଲେ। ଏହାଦ୍ୱାରା ଅନ୍ୟ ମତବାଦରେ ବିଶ୍ୱାସୀ ବ୍ୟକ୍ତିବିଶେଷ, ମନ୍ଦିରକୁ ବୁଲିବାକୁ ଆସୁଥିବା ଭକ୍ତ, ପର୍ଯ୍ୟଟକମାନେ ମନ୍ଦିରର କାରୁକାର୍ଯ୍ୟ, ଶିଲ୍ପୀକଳା, ରୀତିନୀତି, ନୀତିକାନ୍ତି ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ବିଷୟରେ ଜାଣିବାକୁ ଅଧିକ ସୁବିଧା ପାଇପାରିବେ। ଶ୍ରୀମନ୍ଦିର ଗସ୍ତବେଳେ ଆମିକ୍ୟୁସକ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ସମସ୍ତ ପକ୍ଷଙ୍କ ସହ ଏସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ପରାମର୍ଶ ଦେଇଛନ୍ତି।
ସେହିପରି ଶ୍ରୀମନ୍ଦିର ପରିଚାଳନାରେ ସୁଧାର ଓ ସଂସ୍କାର ଅଣାଯିବା, ନିର୍ବିଘ୍ନରେ ଶ୍ରୀଜୀଉ ଦର୍ଶନ, ମନ୍ଦିର ପରିସରରେ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ଏକ ସୁସ୍ଥ ବାତାବରଣ ଗଠନ, ଜୋରଜବରଦସ୍ତ ଦାନଦକ୍ଷିଣା ଆଦାୟ ବ୍ୟବସ୍ଥାକୁ ବନ୍ଦ କରିବା ତଥା ସେବାୟତଙ୍କ ସ୍ୱାର୍ଥକୁ ସୁରକ୍ଷା କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରି ସୁପ୍ରିମକୋର୍ଟଙ୍କୁ ଜଣାଇବେ ବୋଲି ଆଡଭୋକେଟ ସୁବ୍ରମଣ୍ୟମ ପ୍ରସ୍ତାବ ଦେଇଥିଲେ। ରଥଯାତ୍ରା ଉତ୍ସବ ଚାଲିଥିବାରୁ ଯୋଗୁଁ ତାଙ୍କ ପୁରୀ ଗସ୍ତ ବିଳମ୍ବ ହେଉଥିବା ଦର୍ଶାଇ ଖୁବ୍‍ଶୀଘ୍ର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଏକ ବିସ୍ତୃତ ରିପୋର୍ଟ ଦେବେ ବୋଲି ସେ କହିଥିଲେ। ବିଭିନ୍ନ ସମୟରେ ଶ୍ରୀମନ୍ଦିର ପରିଚାଳନା ଏବଂ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଉପଲବ୍ଧ ତତ୍କାଳୀନ ରାଜ୍ୟପାଳ ବି ଡି ଶର୍ମା, ଅବସରପ୍ରାପ୍ତ ବିଚାରପତି ବି ପାତ୍ର, ଅବସରପ୍ରାପ୍ତ ବିଚାରପତି ପି କେ ମହାନ୍ତି, ଅବସରପ୍ରାପ୍ତ ବିଚାରପତି ବି ପି ଦାସଙ୍କ କମିଶନଙ୍କ ରିପୋର୍ଟ ସମେତ ପୁରୀ ଜିଲା ଦୌରାଜଜ୍‌ଙ୍କ ରିପୋର୍ଟକୁ ଅନୁଧ୍ୟାନ କରୁଛନ୍ତି ବୋଲି ଗୋପାଳ ସୁବ୍ରମଣ୍ୟମ କୋର୍ଟଙ୍କୁ ଜଣାଇଥିଲେ।
ମାମଲାର ଶୁଣାଣି ବେଳେ ଭିତର ନିଯୋଗର ଓକିଲ ପ୍ରଭୁ ପ୍ରସନ୍ନ ବେହେରା ବିରୋଧ କରି ଦର୍ଶାଇଥିଲେ ଯେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ-୧୯୫୫ର ଧାରା ୨୮(ଖ)ରେ ଅନୁରୋଧ କରିଥିଲେ। ଏହାଦ୍ୱାରା ଅନ୍ୟ ମତବାଦରେ ବିଶ୍ୱାସୀ ବ୍ୟକ୍ତିବିଶେଷ, ମନ୍ଦିରକୁ ବୁଲିବାକୁ ଆସୁଥିବା ଭକ୍ତ, ପର୍ଯ୍ୟଟକମାନେ ମନ୍ଦିରର କାରୁକାର୍ଯ୍ୟ, ଶିଲ୍ପୀକଳା, ରୀତିନୀତି, ନୀତିକାନ୍ତି ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ବିଷୟରେ ଜାଣିବାକୁ ଅଧିକ ସୁବିଧା ପାଇପାରିବେ। ଶ୍ରୀମନ୍ଦିର ଗସ୍ତବେଳେ ଆମିକ୍ୟୁସକ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ସମସ୍ତ ପକ୍ଷଙ୍କ ସହ ଏସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ପରାମର୍ଶ ଦେଇଛନ୍ତି।
ସେହିପରି ଶ୍ରୀମନ୍ଦିର ପରିଚାଳନାରେ ସୁଧାର ଓ ସଂସ୍କାର ଅଣାଯିବା, ନିର୍ବିଘ୍ନରେ ଶ୍ରୀଜୀଉ ଦର୍ଶନ, ମନ୍ଦିର ପରିସରରେ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ଏକ ସୁସ୍ଥ ବାତାବରଣ ଗଠନ, ଜୋରଜବରଦସ୍ତ ଦାନଦକ୍ଷିଣା ଆଦାୟ ବ୍ୟବସ୍ଥାକୁ ବନ୍ଦ କରିବା ତଥା ସେବାୟତଙ୍କ ସ୍ୱାର୍ଥକୁ ସୁରକ୍ଷା କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରି ସୁପ୍ରିମକୋର୍ଟଙ୍କୁ ଜଣାଇବେ ବୋଲି ଆଡଭୋକେଟ ସୁବ୍ରମଣ୍ୟମ ପ୍ରସ୍ତାବ ଦେଇଥିଲେ। ରଥଯାତ୍ରା ଉତ୍ସବ ଚାଲିଥିବାରୁ ଯୋଗୁଁ ତାଙ୍କ ପୁରୀ ଗସ୍ତ ବିଳମ୍ବ ହେଉଥିବା ଦର୍ଶାଇ ଖୁବ୍‍ଶୀଘ୍ର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଏକ ବିସ୍ତୃତ ରିପୋର୍ଟ ଦେବେ ବୋଲି ସେ କହିଥିଲେ। ବିଭିନ୍ନ ସମୟରେ ଶ୍ରୀମନ୍ଦିର ପରିଚାଳନା ଏବଂ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଉପଲବ୍ଧ ତତ୍କାଳୀନ ରାଜ୍ୟପାଳ ବି ଡି ଶର୍ମା, ଅବସରପ୍ରାପ୍ତ ବିଚାରପତି ବି ପାତ୍ର, ଅବସରପ୍ରାପ୍ତ ବିଚାରପତି ପି କେ ମହାନ୍ତି, ଅବସରପ୍ରାପ୍ତ ବିଚାରପତି ବି ପି ଦାସଙ୍କ କମିଶନଙ୍କ ରିପୋର୍ଟ ସମେତ ପୁରୀ ଜିଲା ଦୌରାଜଜ୍‌ଙ୍କ ରିପୋର୍ଟକୁ ଅନୁଧ୍ୟାନ କରୁଛନ୍ତି ବୋଲି ଗୋପାଳ ସୁବ୍ରମଣ୍ୟମ କୋର୍ଟଙ୍କୁ ଜଣାଇଥିଲେ।
ମାମଲାର ଶୁଣାଣି ବେଳେ ଭିତର ନିଯୋଗର ଓକିଲ ପ୍ରଭୁ ପ୍ରସନ୍ନ ବେହେରା ବିରୋଧ କରି ଦର୍ଶାଇଥିଲେ ଯେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ-୧୯୫୫ର ଧାରା ୨୮(ଖ)ରେ ସିଧାସଳଖ ଦାନ ଗ୍ରହଣକୁ ମନା କରାଯାଇଛି। ପୂର୍ବରୁ ସେବାୟତ ଏବଂ କର୍ମଚାରୀ ଭକ୍ତଙ୍କ ଠାରୁ ଦାନ ଗ୍ରହଣ କରି ହୁଣ୍ଡିରେ ପକାଉଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦେଶନାମା ମନ୍ଦିର ପରିସରରେ ବିଚିତ୍ର ବାତାବରଣ ସୃଷ୍ଟି କରିଛି ବୋଲି ଆଡ଼ଭୋକେଟ ବେହେରା ଦର୍ଶାଇଥିଲେ। ଶ୍ରୀଜଗନ୍ନାଥ ମନ୍ଦିର ବ୍ୟତୀତ ଆସାମର କାମାକ୍ଷା ଦେବୀ ମନ୍ଦିର, କଲିକତାର କାଳିବାଡ଼ି, ଆଜମେରର ଦରଘା ଆଦି ଧାର୍ମିକ ଅନୁଷ୍ଠାନର ପରିଚାଳନାଗତ ସୁଧାର ଏବଂ ଶ୍ରଦ୍ଧାଳୁଙ୍କ ଶୋଷଣ ରେକିବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ସୁପ୍ରିମକୋର୍ଟ ଜବାବ ତଲବ କରିଥିଲେ। ପ୍ରତି ଜିଲା ଦୌରାଜଜ ନିଜ ଅଞ୍ଚଳର ଧର୍ମାନୁଷ୍ଠାନ ବିଷୟରେ ଅନୁଧ୍ୟାନ କରିବା ସହ ଆବଶ୍ୟକ ପଡ଼ିଲେ ନିଜ ଅଞ୍ଚଳର ଉଚ୍ଚ ନ୍ୟାୟାଳୟକୁ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ସେପଟେମ୍ବର ୫ରେ ହେବ।

Leave A Reply