ହ୍ରିତିକଙ୍କ ଗୀତରେ ନଜର ଆସିଲେ ଡବ୍ୱୁ ଅଙ୍କଲ
ମଧ୍ୟପ୍ରଦେଶ : ଡବ୍ୱୁ ଅଙ୍କଲ ଓରଫ ସଂଜୀବ ଶ୍ରୀବାସ୍ତବ ନିଜର ଭିନ୍ନ ଧରଣର ନୃତ୍ୟ ଶୈଳୀ ପାଇଁ ସାମାଜିକ ଗଣମାଧ୍ୟମରେ ନିଜର ଲୋକପ୍ରୟତା ବୃଦ୍ଧି କରିଥିଲେ। ସଂଜୀବ ନିଜର ଶଳା ବିବାହରେ ଗୋବିନ୍ଦାଙ୍କ ଗୀତରେ ନୃତ୍ୟ କରି ସମସ୍ତଙ୍କ ନଜରରେ ଆସିଥିଲେ। ଗୋବିନ୍ଦାଙ୍କ ଗୀତ ପରେ ବର୍ତ୍ତମାନ ଡବ୍ୱୁ ଅଙ୍କଲ ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗୀତରେ ନାଚିଛନ୍ତି। ଏହି ନୃତ୍ୟ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ସଂଜୀବ ଶ୍ରୀବାସ୍ତବ ଏହି ନୃତ୍ୟରେ ହ୍ରିତିକ ରୋଶନଙ୍କ ଅଭିନୀତ କୋଇ ମିଲ ଗୟାର ଲୋକପ୍ରିୟ ଗୀତ ଏକ ପଲ ହେ ଜିନାରେ ନୃତ୍ୟ କରିଥିଲେ।
ନିଜର ନୃତ୍ୟପାଇଁ ସଂଜୀବ ଶ୍ରୀବାସ୍ତବ ବଲିଉଡ କଳାକାର ମାନଙ୍କ ପ୍ରଶଂସାର ପାତ୍ର ହୋଇଥିଲେ। ବଲିଉଡ ଅଭିନେତା ସଲମନ ଖାନଙ୍କ ଲୋକପ୍ରିୟ ଶୋ ଦଶ କା ଦମରେ ନଜର ଆସିଥିଲେ। ଏଥିରେ ସେ ସଲମନ ଖାନଙ୍କ ସହ ନୃତ୍ୟ କରୁଥିବାର ଦେଖିବାକୁ ମିଳିଥିଲା। ଏହାପରେ ସଂଜୀବ ନିଜର ପ୍ରିୟ କଳାକାର ଗୋବିନ୍ଦାଙ୍କ ସହ ଦେଖାକରିଥିଲେ। କଲର୍ସ ଚ୍ୟାନେଲରେ ପ୍ରସାରିତ ନୃତ୍ୟଭିତ୍ତିକ ଡ୍ୟାନ୍ସ ଶୋ ଡ୍ୟାନ୍ସ ଦିାବାନେରେ ଦେଖାକରିଥିଲେ।