ରଥ ଯାତ୍ରା ଅବସରରେ ଦୁଇଟି ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ରେଳମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଚିଠି

0

ନୂଆଦିଲ୍ଲୀ  / ଭୁବନେଶ୍ୱର :  ପବିତ୍ର ରଥ ଯାତ୍ରା ଅବସରରେ ଭକ୍ତ ମାନଙ୍କର ସୁବିଧା ପାଇଁ ପଶ୍ଚିମ ଓ ଦକ୍ଷିଣ ଓଡିଶାରୁ ଦୁଇଟି ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରଥଯାତ୍ରା ସମୟରେ ରାଉରକେଲାରୁ ପୁରୀ ଭାୟା ଚକ୍ରଧରପୁର ଓ ପାରଳାଖେମୁଣ୍ଡି ଠାରୁ ପୁରୀ ଦୁଇଟି ଟ୍ରେନ ଚଳାଇବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେବାକୁ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ପତ୍ର ଲେଖି ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।
ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଆଗାମୀ ୧୪ଜୁଲାଇରେ ପୁରୀରେ ପବିତ୍ର ରଥ ଯାତ୍ରା ଅନୁଷ୍ଠିତ ହେବ। ଏଥିରେ ଦଶ ଲକ୍ଷରୁ ଅଧିକ ଭକ୍ତ ଯୋଗ ଦେବେ। ଏଥିରେ ଭକ୍ତ ମାନଙ୍କର ଭିଡକୁ ଆଖି ଆଗରେ ରଖି ଓ ସେମାନଙ୍କର ସୁବିଧା ପାଇଁ ରାଉରକେଲାରୁ ପୁରୀ ଭାୟା
ଚକ୍ରଧରପୁର ଓ ପାରଳାଖେମୁଣ୍ଡି ଠାରୁ ପୁରୀ ଦୁଇଟି ଟ୍ରେନ ଚଳାଇବାକୁ ସେ ଅନୁରୋଧ କରିଛନ୍ତି।
ଏହା ଦ୍ୱାରା ପଶ୍ଚିମ ଓ ଦକ୍ଷିଣ ଓଡିଶା ସହ ଛତିଶଗଡ ଓ ଝାଡଖଣ୍ଡର ଭକ୍ତ ମାନେ ମଧ୍ୟ ଉପକୃତ ହୋଇ ପାରିବେ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।

Leave A Reply