ପିଲା ବିକାଳି ନନ୍‍ ଗିରଫ

0

ରାଞ୍ଚି : ମଦର ଟେରେସା ନାମକ ଏକ ଖ୍ରୀଷ୍ଟିଆନ ମିସନାରୀ ଦାତବ୍ୟ ଅନୁଷ୍ଠାନର ଦୁଇ ଜଣ ନନଙ୍କୁ ଝାଡ଼ଖଣ୍ଡ ପୁଲିସ୍‍ ପିଲା ବିକ୍ରି ଅଭିଯୋଗରେ ଗୁରୁବାର ଗିରଫ କରିଛି। ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଏହି ଦୁଇ ନନ ଆନ୍ତଃରାଜ୍ୟ ପିଲା ବିକ୍ରି ରାକେଟ୍‍ ଚଲାଉଥିଲେ। ରାଞ୍ଚି ପୁଲିସ୍‍ ଡିଏସ୍‍ପି ଶ୍ୟାମାନନ୍ଦ ମଣ୍ଡଳ କହିଛନ୍ତି ଯେ ଏହି ଦୁଇ ନନ୍‍ ୪ଟି ପିଲାଙ୍କୁ ବିକ୍ରି କରିଛନ୍ତି। ସେଥିମଧ୍ୟରୁ ୩ ଜଣ ପିଲାଙ୍କୁ ଝାରଖଣ୍ଡରେ ବିକ୍ରି କରାଯାଇଥିବା ବେଳେ ଗୋଟିଏ ପିଲାକୁ ଉତ୍ତରପ୍ରଦେଶରେ ବିକ୍ରି କରାଯାଇଛି। ଏନେଇ ଅଧିକ ଅନୁସନ୍ଧାନ ଜାରି ରହିଛି। ନନ ଦ୍ୱୟଙ୍କ ବିରୋଧରେ ଆଇପିସି ଧାରା ୩୭୦ରେ ମାମଲା ରୁଜୁ କରାଯାଇଛି। ରାଞ୍ଚି ଶିଶୁ କଲ୍ୟାଣ ସମିତି ପକ୍ଷରୁ ପ୍ରାଥମିକ ତଦନ୍ତ ପରେ ମାମଲା ରୁଜୁ କରାଯାଇଛି। ଏନେଇ ନନ ଦ୍ୱୟଙ୍କୁ ପଚରାଉଚୁରା କରାଯାଉଛି। ଉତ୍ତରପ୍ରଦେଶରେ ବିକ୍ରି କରାଯାଇଥିବା ଶିଶୁ ପାଇଁ ସେମାନେ ଏକ ଦମ୍ପତିଙ୍କ ଠାରୁ ୧.୨ ଲକ୍ଷ ଟଙ୍କା ଆଣିଥିଲେ। ଏହା ଡାକ୍ତରଖାନା ଦେୟ ହିସାବରେ ଦିଆଯାଇଥିଲା।

kalyan agarbati
Leave A Reply