ବିଜୟ ଉତ୍ସବ ପାଳନ ପାଇଁ ୧୦୦ ଟଙ୍କା ଅନୁଦାନ ଲୋଡ଼ିଲା ଆପ୍‍

0

ନୂଆଦିଲ୍ଲୀ : କ୍ଷମତା କନ୍ଦଳ ସମ୍ବନ୍ଧୀୟ ରାୟ ପ୍ରକାଶ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ଆମ୍‍ ଆଦ୍‍ମୀ ପାର୍ଟି (ଆପ୍‍) ଆନନ୍ଦୋତ୍ସବ ପାଳନ ଯୋଜନା କରିଛି। ଏନେଇ ଦଳ ଏହାର ସମର୍ଥକମାନଙ୍କଠାରୁ ୧୦୦ ଟଙ୍କା ଲେଖାଏଁ ଅନୁଦାନ ଲୋଡିଛି। ଦଳ ପକ୍ଷରୁ ବୁଧବାର ଇମେଲ୍‍ ଯୋଗେ ବିଧିବଦ୍ଧଭାବେ ଜାରି କରାଯାଇଥିବା ସର୍କୁଲାରରେ କୁହାଯାଇଛି ଯେ କ୍ଷମତା କନ୍ଦଳରେ ଦିଲ୍ଲୀର ବିଜୟ ଘଟିଛି। ଏହା ବାସ୍ତବରେ ଗଣତନ୍ତ୍ର ଏବଂ ଭାରତୀୟ ସମ୍ବିଧାନର ବିଜୟ। ୧୦୦ ଟଙ୍କା ଅନୁଦାନ ସହିତ ଏହି ଆନନ୍ଦୋତ୍ସବ ପାଳନ କରାଯାଉ ବୋଲି ଇମେଲ୍‍ରେ ଦର୍ଶାଯାଇଛି। ତେବେ ଆପ୍‍ ପାଇଁ ଏଭଳି ଅନୁଦାନ ଲୋଡାଯିବା କିଛି ନୂତନ କଥା ନୁହେଁ। ୨୦୧୭ ଡିସେମ୍ବରରେ ଦିଲ୍ଲୀରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀଙ୍କ ଏକ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ଆମନ୍ତ୍ରଣ କରା ନ ଯିବା ପରିପ୍ରେକ୍ଷୀରେ ତାଙ୍କ ସମର୍ଥକମାନେ ୧୦୦ ଟଙ୍କା ଅନୁଦାନ ଲୋଡି ଚର୍ଚ୍ଚାକୁ ଆସିଥିଲେ।

kalyan agarbati
Leave A Reply