ଉମର ଖାଲିଦ ଏବଂ କହ୍ନେୟା କୁମାରଙ୍କ ଦଣ୍ଡ କାଏମ ରଖିଲା ଜେଏନ୍‍ୟୁ

0

ନୂଆଦିଲ୍ଲୀ : ଜବାହାରଲାଲ୍‍ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‍ୟୁ)ର ଉଚ୍ଚସ୍ତରୀୟ ତଦନ୍ତ କମିଟି ବିଶ୍ୱବିଦ୍ୟାଳୟ ପରିସରରେ ୨୦୧୬ ଫେବୃଆରୀ ୯ର ଘଟଣା ପାଇଁ ଛାତ୍ର ଉମର ଖାଲିଦଙ୍କୁ ବହିଷ୍କାର ଏବଂ କହ୍ନେୟା କୁମାରଙ୍କ ଉପରେ ଲଗାଯାଇଥିବା ୧୦ ହଜାର ଟଙ୍କା ଜୋରିମାନାକୁ କାଏମ ରଖିଛନ୍ତି। ପ୍ରକାଶ ଯେ ଜେଏନୟୁ ପ୍ୟାନେଲ ଆତଙ୍କବାଦୀ ଅଫଜଲ ଗୁରୁକୁ ଫାଶି ଦେବା ବିରୋଧରେ ବିଶ୍ୱବିଦ୍ୟାଳୟ ପରିସରରେ ୨୦୧୬ ଫେବୃଆରୀ ୯ରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିବା ଅଭିଯୋଗରେ ଉମର ଖାଲିଦ ଏବଂ ଅନ୍ୟ ୨ ଛାତ୍ରଙ୍କୁ ବହିଷ୍କାର କରିବା ସହ ତତ୍କାଳୀନ ଛାତ୍ର ସଂସଦ ସଭାପତି କହ୍ନେୟା କୁମାରଙ୍କ ଉପରେ ୧୦ ହଜାର ଟଙ୍କା ଜୋରିମାନା ଳଗାଇଥିଲା। ଘଟଣା ଦିନ ଦେଶ ବିରୋଧୀ ସ୍ଲୋଗାନ ଦିଆଯାଇଥିଲା। ସୂଚନା ଅନୁସାରେ ଖାଲିଦ ଏବଂ କହ୍ନେୟାଙ୍କ ମାମଲାରେ କମିଟି ନିଜ ନିଷ୍ପତ୍ତିକୁ କାଏମ ରଖିଛି। ତେବେ କେତେକ ଛାତ୍ରଙ୍କ ଜୋରିମାନାକୁ ହ୍ରାସ କରିଦିଆଯାଇଛି। ୫ ସଦସ୍ୟ ବିଶିଷ୍ଟ ପ୍ୟାନେଲ ଅନୁଶାସନାତ୍ମକ ନିୟମର ଉଲ୍ଲଙ୍ଘନ ପାଇଁ ୧୩ ଅନ୍ୟ ଛାତ୍ରଙ୍କ ଉପରେ ଜୋରିମାନା ଳଗାଇଛନ୍ତି। ବିବାଦୀୟ କାର୍ଯ୍ୟକ୍ରମ ମାମଲାରେ ରାଷ୍ଟ୍ର ଦ୍ରୋହ ଅଭିଯୋଗରେ କହ୍ନେୟା ଏବଂ ଅନିର୍ବାଣ ଭଟ୍ଟାଚାର୍ଯ୍ୟ ଗିରଫ ହୋଇଥିଲେ। ଏବେ ସେମାନେ ଜାମିନରେ ଅଛନ୍ତି।

kalyan agarbati
Leave A Reply