କଂଗ୍ରେସ ମୁଖପାତ୍ର ପ୍ରିୟଙ୍କାଙ୍କୁ ଟ୍ୱିଟରରେ ଧମକ ଦେଇଥିବା ବ୍ୟକ୍ତି ଗିରଫ
ମୁମ୍ବଇ : ଟ୍ୱିଟ୍ରରେ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀଙ୍କ ୧୦ ବର୍ଷିୟା ଝିଅକୁ ବଳାତ୍କାର ଧମକ ଦେଇଥିବା ଅଭିଯୁକ୍ତକୁ ପୁଲିସ୍ ଗିରଫ କରିଛି। ପୁଲିସ୍ ଅଭିଯୁକ୍ତକୁ ଅହମଦାବାଦରୁ ଗିରଫ କରିଥିବା ସୂଚନା ମିଳିଛି। ଅଭିଯୁକ୍ତକୁ ଧରିବା ପାଇଁ ଦିଲ୍ଲୀ ପୁଲିସ୍ ଏବଂ ମୁମ୍ବଇ ପୁଲିସ୍ ମିଳିତ ଅଭିଯାନ ଆରମ୍ଭ କରିଥିଲେ। ମଧ୍ୟପ୍ରଦେଶର ମନ୍ଦସର ବଳାତ୍କାର ମାମଲାରେ ଭାଇରାଲ ହେଉଥିବା ଏକ ମିଥ୍ୟା ବାର୍ତ୍ତାକୁ ନେଇ ଅଭିଯୁକ୍ତ ଏହି ଧମକ ଦେଇଥିବା ଜଣାପଡିଛି। ପ୍ରକାଶ ଯେ ପ୍ରିୟଙ୍କା ଏନେଇ ଗତ ସୋମବାର ଗୋରେଗାଓଁ ଥାନାରେ ଅଭିଯୋଗ କରିଥିଲେ। ଟ୍ୱିଟ୍ର ଯୋଗେ ତାଙ୍କ ୧୦ ବର୍ଷର ଝିଅକୁ ବଳାତ୍କାର ଧମକ ଦିଆଯାଇଥିବା ସେ ଅଭିଯୋଗରେ ଦର୍ଶାଇଥିଲେ। ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁମ୍ବଇ ପୁଲିସ୍ ତାଙ୍କୁ ଆଶ୍ୱାସନା ଦେଇଥିଲା। ଗିରିଶକେ୧୬୦୫ ନାମକ ଜଣେ ଟ୍ୱିଟର ଆକାଉଣ୍ଟଧାରୀ ତାଙ୍କ ନାବଳିକା ଝିଅକୁ ବଳାତ୍କାରର ଧମକ ଦେଇଥିଲା। ଟ୍ୱିଟର ଆକାଉଣ୍ଟଧାରୀ ପ୍ରୋଫାଇଲରେ ପ୍ରଭୁ ରାମଙ୍କ ଫଟୋ ଥିଲା। ମୁମ୍ବଇ ଓ ଦିଲ୍ଲୀ ପୁଲିସ୍ ଦଳ ମିଳିତ ଭାବେ ଟ୍ୱିଟ୍ର ଆକାଉଣ୍ଟଧାରୀ ଗିରିଶ ମାହେଶ୍ୱରୀଙ୍କୁ ଅହମଦାବାଦରୁ ଗିରଫ କରିଛି। ପୁଲିସ୍ ଅଭିଯୁକ୍ତକୁ ପଚରାଉଚୁରା କରୁଛି। ଶୁକ୍ରବାର ଅଭିଯୁକ୍ତକୁ କୋର୍ଟ ଚାଳଣ କରାଯିବ ବୋଲି ସୂଚନା ମିଳିଛି। ଗିରିଶ ଆଜେମେରର କିଶାନଗଞ୍ଜ ବାସୀ ବୋଲି ଜାଣିବାକୁ ମିଳିଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ନିର୍ଦେଶ ପରେ ମୁମ୍ବଇ ଏପୁଲିସ୍ ମହଙ୍ଗଳବାର ଏନେଇ ମାମଲା ରୁଜୁ କରିଥିଲା। ଅଭିଯୁକ୍ତ ବିରୋଧରେ ଆଇପିସି ଧାରା ୫୦୯ରେ ମାମଲା ରୁଜୁ ହୋଇଛି।