ଗୁଜବ ରୋକିବାକୁ ହ୍ୱାଟ୍ସଆପକୁ କରନ୍ତୁ ସହଯୋଗ: ମିଳିବ ୫୦ହଜାର ଡଲାର

0

ନୂଆଦିଲ୍ଲୀ: ଭାରତ ପରି ଦେଶରେ ମିଥ୍ୟା ଖବର ତଥା ଗୁଜବ ପ୍ରଚାର ଦ୍ୱାରା ମୃତ୍ୟୁ ଘଟଣାକୁ ରୋକିବାକୁ ହ୍ୱାଟ୍ସଆପ୍‍ ପରି ସଂସ୍ଥା ଅଣ୍ଟାଭିଡ଼ିଛି। କମ୍ପାନୀ ପକ୍ଷରୁ ଏଭଳି ଗୁଜବ ରୋକିବାକୁ ହ୍ୱାଟ୍ସଆପ୍‍କୁ ସହଯୋଗ କରିବାକୁ ଥିବା ବ୍ୟକ୍ତିଙ୍କୁ ୫୦ହଜାର ଡଲାର ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ନିଜସ୍ୱଭାବେ ଗବେଷଣା କରୁଥିବା ବ୍ୟକ୍ତିବିଶେଷଙ୍କୁ ଏହି ପ୍ରକ୍ରିୟାରେ ସାମିଲ ହେବାକୁ ହ୍ୱାଟ୍ସଆପ୍‍ ପକ୍ଷରୁ ଆମନ୍ତ୍ରଣ କରାଯାଇଛି। ହ୍ୱାଟ୍ସଆପ ପରି ଆପ୍‍ରେ କେଉଁ ଉପାୟରେ ଏଭଳି ପଦକ୍ଷେପ ଗ୍ରହଣ କରାଯିବ ସେ ସମ୍ପର୍କରେ ବିସ୍ତୃତ ସୁରକ୍ଷାକବଚ ପ୍ରସ୍ତୁତ କରିବାକୁ ପଡ଼ିବ। ତେବେ ଏଥିପାଇଁ ହ୍ୱାଟ୍ସଆପ୍‍ ବାବଦରେ କୌଣସି ତଥ୍ୟ କମ୍ପାନୀ ପ୍ରଦାନ କରିବାକୁ ମନା କରିଦେଇଛି। ତେଣୁ ସ୍ୱତନ୍ତ୍ର ଭାବରେ ନିଜସ୍ୱ ଜ୍ଞାନକୌଶଳରେ ଏଭଳି ପ୍ରକ୍ରିୟାକୁ ବିକାଶ କରିବାକୁ ପଡ଼ିବ ବୋଲି ହ୍ୱାଟ୍ସଆପ୍‍ ସ୍ପଷ୍ଟ କରିଛି। ଏଥିପାଇଁ ହ୍ୱାଟ୍ସଆପ୍‍ ପକ୍ଷରୁ ୨ଟି କର୍ମଶାଳା ଅନୁଷ୍ଠିତ ହେବାକୁ ଯାଉଛି। ଏହି କର୍ମଶାଳରେ ଆବେଦନକାରୀ ଗବେଷକଙ୍କୁ ଯୋଗ ଦେବାର ବ୍ୟବସ୍ଥା କରାଯାଇଛି। ନିକଟରେ ହ୍ୱାଟ୍ସଆପ ଗ୍ରୁପ୍‍ ଆଡମିନଙ୍କୁ ଏଭଳି ଦାୟିତ୍ୱ ଦେଇଛି। ଏହାଦ୍ୱାରା ହ୍ୱାଟ୍ସଆପ ଗ୍ରୁପ୍‍ ଆଡ଼ମିନ କିଏ ମେସେଜ ପଠାଇବ ଓ କିଏ କେବଳ ପଢିବ ଏହା ସ୍ଥିର କରି ପାରିବେ। ହେଲେ କେନ୍ଦ୍ର ସରକାର ଗୁଜବ ପ୍ରଚାର ପ୍ରକ୍ରିୟାରେ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିବାକୁ ହ୍ୱାଟ୍ସଆପକୁ ନିର୍ଦେଶ ଦେବା ପରେ କମ୍ପାନୀ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

Leave A Reply