www.samajalive.in
Thursday, December 11, 2025
16.1 C
Bhubaneswar

ସାପ କମୁଡାରେ ଯୁବକ ମୃତ୍ୟୁ ଅଭିଯୋଗ

ମୁରିବାହାଲ : ମୁରିବାହାଲ ଥାନା ଇଛାପରା ପଂଚାୟତ ରେଙ୍ଗାଲି ଗ୍ରାମକୁ ଦନାର ବରିହାଙ୍କ ପୁଅ ଅକ୍ଷୟ ବରିହା (୨୫) ଯୁବକ ଜଣକ ବେଲପରା ଥାନା ବିଲେଇମରା ଗ୍ରାମକୁ ତାଙ୍କର ଭିନୋଇ ମଧୁ ବରିହା ଘରକୁ ଆସିଥିଲେ। ସେଠାରେ ରବିବାର ରାତି ୨ ଟାରେ ଶୋଇଥିବା ସମୟରେ ବିଶାକ୍ତ ସାପ କାମୁଡିଥିଲା ତାଙ୍କ ଗ୍ରାମରେ ଝଡାଫୁଙ୍କା କରିଥିଲେ ତାପରେ ତାଙ୍କର ଭିନୋଇ ରେଙ୍ଗାଲି ଗ୍ରାମକୁ ଆଣିଥିଲେ। ଏହିସମୟରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡ୍ୟୁଟିରେ ଥିବା ଡାକ୍ତର ସଂଗ୍ରାମ କେଶରୀ ନାଏକ ଯୁବକକୁ ପରୀକ୍ଷା କଲା ପରେ ତାଙ୍କୁ ମୃତ ଘୋଷଣା କରି ପୁଲିସକୁ ଖବର ଦେଇଥିଲେ। ମୁରିବାହାଲ ଏଏସଆଇ ପଦ୍ମନାଭ ରାଉତ ଶବକୁ ଜବତ କରି କଣ୍ଟାବାଞ୍ଜି ପୋଷ୍ଟମଟମ ପାଇଁ ପଠାଇଥିଲେ କିନ୍ତୁ ସେଠି ତାଙ୍କର ସ୍ତ୍ରୀ ବ୍ୟବଚ୍ଛେଦ ପାଇଁ ମନା କରିଥିଲେ। ପୁଲିସ କେସ ନଂ ୮/୨୦୨୦  ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ଥିବା ସୂଚନା ମିଳିଛି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories