www.samajalive.in
Saturday, December 13, 2025
21.1 C
Bhubaneswar

ରାଜ୍ୟରେ ବଢ଼ିଲା, କେନ୍ଦ୍ରରେ କମିଲା

କୋଭିଡ଼ ପାଇଁ ଲକଡାଉନ ଓ ସଟଡାଉନ ଭିତରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସ ଏପ୍ରିଲରୁ ଜୁନ ଭିତରେ ରାଜ୍ୟରେ ଜିଏସଟି ସଂଗ୍ରହ ହାର କମିଥିବା ବେଳେ ଜୁଲାଇରେ ଏଥିରେ ଉନ୍ନତି ଘଟିଛି। ଏପ୍ରିଲରେ ୬୧ ପ୍ରତିଶତ କମିଥିବାବେଳେ ମେରେ ୨୫ ଓ ଜୁନରେ ୫ରୁ ୬ପ୍ରତିଶତ ଜିଏସଟଇ ସଂଗ୍ରହ କମିଥିଲା। ତେବେ ଜୁଲାଇରେ ୧୩ ପ୍ରତିଶତ ବଢ଼ିଛି। ଗତ ବର୍ଷ ଜୁଲାଇରେ ଜିଏସଟି ସଂଗ୍ରହ ୭୦୨.୪୪କୋଟି ଟଙ୍କା ଥିବାବେଳେ ଚଳିତ ଜୁଲାଇରେ ୭୯୪.୦୨କୋଟି ଟଙ୍କାକୁ ବୃଦ୍ଧି ପାଇଛି। ବାଣିଜ୍ୟ କର ଓ ଜିଏସଟି କମିଶନର ଏସ.କେ.ଲୋହାନୀ ଏବଂ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ରାଜ୍ୟ ଜିଏସଟି ସଂଗ୍ରହ ସ୍ଥିତି ନେଇ ଅନୁଷ୍ଠିତ ସମୀକ୍ଷାରୁ ଏହା ଜଣାପଡ଼ିଛି। ରାଜ୍ୟ ଭିତରେ ଓ ରାଜ୍ୟ-ରାଜ୍ୟ ଭିତରେ ମାଲ ପରିବହନ କଟକଣା ମୁକ୍ତ ହେବା ପରେ ଏହାର ପ୍ରଭାବରେ ଅର୍ଥନୀତି କିଛି ମାତ୍ରାରେ ଚଳଚଞ୍ଚଳ ହୋଇଛି।

ଅନ୍ୟ ପକ୍ଷରେ ଗତ ଜୁଲାଇରେ ଦେଶରେ ଦ୍ରବ୍ୟ ଓ ସେବା ଟିକସ (ଜିଏସଟି) ସଂଗ୍ରହରେ ୧୪.୬% ହ୍ରାସ ଘଟିଛି। ଜୁନରେ ଜିଏସଟି ସଂଗ୍ରହ ୯୦,୯୧୭ କୋଟି ଟଙ୍କା ରହିଥିବା ବେଳେ ଜୁଲାଇ ରେ ଏହା ୮୭,୪୨୨ କୋଟି ଟଙ୍କା ରହିଥିଲା। ତେବେ ପୂର୍ବ ବର୍ଷର ଜୁଲାଇ ତୁଳନାରେ ଏହା ୧୪.୬% କମ୍ ଥିବା ଜଣାଯାଇଛି। ତେବେ କୋଭିଡ-୧୯ର ପ୍ରଭାବରେ ଜିଏସଟି ସଂଗ୍ରହରେ ଏଭଳି ହ୍ରାସ ଘଟିଥିବା କୁହାଯାଉଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

Related Articles

Popular Categories