www.samajalive.in
Sunday, December 7, 2025
26.1 C
Bhubaneswar

ଅଗଷ୍ଟ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଭୁବନେଶ୍ୱର :କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଚଳିତ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଏହି ସମୟରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ଗର୍ଭବତୀ ଓ ପ୍ରସୂତୀ ମହିଳା ତଥା ଶିଶୁମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧୀନରେ ଅତିରିକ୍ତ ପୁଷ୍ଟିସାଧନ କାର୍ଯ୍ୟକ୍ରମ ଯେଭଳି ବାଧାପ୍ରାପ୍ତ ନ ହୁଏ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି । ପ୍ରତିମାସର ୧ ତାରଖରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ହିତାଧିକାରୀମାନଙ୍କୁ ବଣ୍ଟନ କରାଯାଉଥିବା ଶୁଖିଲା ରାସନକୁ ଅଙ୍ଗନବାଡ଼ି
କର୍ମୀମାନେ ହିତାଧିକାରୀଙ୍କ ଘରେ ପହଞ୍ଚି ଅଗଷ୍ଟ ମାସ ପାଇଁ ବଣ୍ଟନ କରିଛନ୍ତି । ଏହି ବଣ୍ଟନ ସମୟରେ ଅଙ୍ଗନବାଡ଼ି କର୍ମୀମାନେ କୋଭିଡ୍‌-୧୯ ନିୟମାବଳୀ କଡ଼ାକଡ଼ି ଭାବେ ଅନୁପାଳନ କରୁଛନ୍ତି । ରାଜ୍ୟର ୩୩୮ଟି ଆଇସିଡିଏସ୍‌ ପ୍ରକଳ୍ପ ଅଧୀନରେ ସମନ୍ୱିତ ପୁଷ୍ଟିସାଧନ ଯୋଜନାରେ ୪୨ ଲକ୍ଷ ମହିଳା ଓ ଶିଶୁ ଉପକୃତ ହେଉଛନ୍ତି । କୋଭିଡ୍‌ ମହାମାରୀ ସମୟରେ ଓଡ଼ିଶାକୁ ଫେରିଥିବା ପ୍ରବାସୀମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀମାନ ଙ୍କୁ ମଧ୍ୟ ଏହି ଯୋଜନା ଅଧୀନ ରେ ଶୁଖିଲ । ରାସନ ଯୋଗାଇ ଦ ଅି ।ଯାଉଛି । ଅଙ୍ଗ ନବାଡ଼ି କ ର୍ମୀମାନେ ଗ୍ରାମାଞ୍ଚଳରେ ସ୍ଥାପିତ ବିଭିନ୍ନ ଟିଏମ୍‌ସିରେ ଥିବା ଯୋଗ୍ୟ ମହିଳା ଓ ଶିଶୁଙ୍କୁ ଶୁଖିଲା ରାସନ ବଣ୍ଟନ କରିଛନ୍ତି । ସେହିଭଳି
ଦୁର୍ଗମ ଏବଂ ଅପହଞ୍ଚ ଅଞ୍ଚଳରେ ଥିବା ଶିଶୁ ଓ ମହିଳାଙ୍କୁ ଶୁଖିଲା ରାସନ ଦିଆଯାଉଛି । ଅଙ୍ଗନବାଡ଼ି କେନ୍ଦ୍ରରେ ୩ରୁ ୬ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କୁ ଦିଆଯାଉଥିବା ରନ୍ଧାଖାଦ୍ୟ ବଦଳରେ ସେମାନଙ୍କ ଘରେ ଶୁଖିଲା ରାସନ୍‌ ବଣ୍ଟନ କରାଯାଉଛି । ଏହି ଶୁଖିଲା ରାସନରେ ରହିଛି ପ୍ରତ୍ୟେକ ବୟସ ସୀମା ପାଇଁ ଆନୁପାତିକ ପରିମାଣର ଛତୁଆ, ଚିକି ଏବଂ ଲଡ଼ୁ । ରନ୍ଧାଖାଦ୍ୟ
ପରିବର୍ତ୍ତେ ଶିଶୁମାନଙ୍କ ପାଇଁ ଘରେ ଚାଉଳ, ଡାଲି, ତେଲ, ଅଣ୍ଡା ଏବଂ ପନିପରିବା ଯୋଗାଇ ଦିଆଯାଉଛି । ରାଜ୍ୟ ସରକାରଙ୍କ ୫‘ଟି’ ସୂତ୍ର ଆଧାରରେ ଛତୁଆ ବଣ୍ଟନରେ ସ୍ୱଚ୍ଛତା ଆଣିବା ଏବଂ ଗୁଣାତ୍ମକ ମାନ ବଜାୟ ରଖିବା ନିମନ୍ତେ ‘ମୋ ଛତୁଆ’ ଆପ୍‌ ଏବଂ େୱବ୍‌ସାଇଟ୍‌ ଜରିଆରେ ନିର୍ଦ୍ଦିଷ୍ଟ ଦିନରେ ଛତୁଆ ମିଶ୍ରଣ ଏବଂ ବଣ୍ଟନ ପ୍ରକ୍ରିୟାକୁ ତଦାରଖ କରାଯାଉଛି ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories