www.samajalive.in
Saturday, December 6, 2025
19.1 C
Bhubaneswar

ନବରଙ୍ଗପୁରରେ କାୟା ମେଲାଇ ଚାଲିଛି ‘କରୋନା’ ; ଦୈନିକ ବଜାର , ଦୋକାନ ଓ ବ୍ୟାଙ୍କରେ ପାଳନ ହେଉନି ସମଦୂରତା

ନବରଙ୍ଗପୁର : ନବରଙ୍ଗପୁର ଜିଲାରେ କରୋନା କାୟା ମେଲାଇ ଚାଲିଛି । ଆଜି ପୁଣି ୯ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ସେଥିମଧ୍ୟରୁ ୫ଜଣ ନବରଙ୍ଗପୁର ସହରର ହୋଇଥିବାବେଳେ ଡାବୁଗାଁର ଜଣେ ପାପଡାହାଣ୍ଡିର ଜଣେ ଓ ତେନ୍ତୁଳିଖୁଣ୍ଟିର ୨ଜଣ ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କୁ ନବରଙ୍ଗପୁର କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ଜିଲାପାଳଡଃ.ଅଜିତ୍‍ କୁମାର ମିଶ୍ର ପ୍ରକାଶ କରିଛନ୍ତି। ଜିଲାରେ ମୋଟ ଆକ୍ରାନ୍ତଙ୍କର ସଂଖ୍ୟା ୨୮୯ ହୋଇଥିବାବେଳେ ସେଥିମଧ୍ୟରୁ ୧୮୬ ଜଣ ସୁସ୍ଥ ହୋଇଥିବାବେଳେ ୧୦୩ ଜଣ ଚିକିତ୍ସିତ ହେଉଛନ୍ତି। ନବରଙ୍ଗପୁର ସହର, ଡାବୁଗାଁ କୋଡିଙ୍ଗା ଓ ଉମରକୋଟସହରରେ ଆକ୍ରାନ୍ତ ସଂଖ୍ୟା ଅଧିକ ରହିଥିବାରୁ ଏହା ଚିନ୍ତା ବଢାଇଛିା  ତେବେ ଜିଲାପ୍ରଶାସନ ପକ୍ଷରୁ କଣ୍ଟେନ୍‍ମେଣ୍ଟ ଜୋନ୍‍ ଓ ବଫର୍‍ ଜୋନ୍‍ କରାଯାଇଥିଲେ ହେଁ ଏହାକୁ ଲୋକ ମାନେ ମାନୁନଥିବା ଦେଖିବାକୁ ମିଳିଛି। ସହରରେ କରାଯାଇଥବା କଣ୍ଟେନ୍‍ମେଣ୍ଟ ଜୋନର ବାଡ ଡେଇଁ କିଛି ଲୋକ ସହରର ମାର୍କେଟ ବୁଲୁଥିବାବେଳେ ବିଭିନ୍ନ ଦୋକାନକୁ ଯାଇ ସଉଦା କିଣୁଥିବା ଅଭିଯୋଗ ହୋଇଛି। କଣ୍ଟେନମେଣ୍ଟ ଜୋନ୍‍ ଅଞ୍ଚଳରେ ଜରୁରୀକାଳୀନ ସେବା ଯୋଗାଇଦେବା ପାଇଁ ସରକାରୀ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ତାହା ପାଳନ କରାଯାଉନଥିବା ଅଭିଯୋଗ ହେଉଛି। ଦୁଇଦିନ ଧରି ସହରର କେତେକ ଅଞ୍ଚଳରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ହେଁ କଣ୍ଟେନମେଣ୍ଟ ଜୋନ ଘୋଷଣା ପରେ ମଧ୍ୟ ସଂପୃକ୍ତ ଅଞ୍ଚଳକୁ ସିଲ କରାଯାଇ ବାଡ ଦିଆଯାଇନି। ସହରର ଦ୍ୱାରକାନଗର ପ୍ରଥମ ଗଳିରେ ଦୁଇଜଣ କରୋନା ପଜିଟିଭ ବାହାରିଥିଲେହେଁ ଏହି ଅଞ୍ଚଳରେ କୈାଣସି ପଦକ୍ଷେପ ନିଆଯାଇନଥିବାରୁ ଏହି ଅଞ୍ଚଳରେ ଲୋକମାନେ ବିନା ବାଧାରେ ଖୁଲମଖୁଲା ବୁଲୁଥିବା ଜଣାପଡିଛି। ସେହିପରି ସହରରେଥିବା ଅଧିକାଂଶ ଦୋକାନ, ସେଲୁନରେ ସମଦୂରତା ପାଳନ କରାଯାଉନି। ସହରର ଅଧିକାଂଶ ବ୍ୟାଙ୍କରରେ ନିୟମକୁ ଖୋଲା ଉଲଙ୍ଘନ କରାଯାଇ ଗ୍ରାହକମାନଙ୍କୁ ବ୍ୟାଙ୍କର ଭିତରକୁ ଛାଡି ଦେଇ ଅଯଥା ଭିଡ କରାଯାଉଥିବା ଦେଖିବାକୁ ମିଳିଛି। ସବୁଠାରୁ ଅଧିିକ ଦୈନିକ ବଜାରରେ ଭିଡ ଦେଖାଦେଉଛି। ଏଠାରେ ଲୋକମାନେ ପନିପରିବା ପାଇଁ ଠେଲାପେଲା ହେଉଥିବାବେଳେ ଏହାର ବାରଣ ପାଇଁ ଜିଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି। ଖାଲି କାଗଜପତ୍ରରେ ନିୟମ ଘୋଷଣା କରାଯାଉଥିବାବେଳେ ଏହାର ସଠିକ ପାଳନ କରାନଗଲେ ଅଗାମୀ ଦିନରେ ଏହାଅଧିକ ଭୟାବହ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ। ଏପରିକି କେଉଁ ଅଞ୍ଚଳରେ କେତେ କରୋନା ଆକ୍ରାନ୍ତ ତାର ସଠିକ ତଥ୍ୟ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅବଗତ କରାଉନଥିବାରୁ ଅଧିକାଂଶଲୋକ ସନ୍ଦିହାନରେ ରହୁଛନ୍ତି। ଜିଲାରେ ୧୧ ଜଣ ଓଡିଶା ପୁଲିସ କର୍ମଚାରୀ ,ପ୍ରାୟ ୧୦ଜଣ ବିଏସଏଫ କର୍ମଚାରୀ, ଦୁଇ ଅଙ୍ଗନବାଡୀ କର୍ମୀ ଓ ପ୍ରାୟ ୫ଜଣ ସ୍ୱାସ୍ଥ୍ୟକର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇ ସାରିଲେଣି। ସହରର ଗୋଟିିଏ ପରିବାର ର ୮ଜଣ ଆକ୍ରାନ୍ତ ହୋଇଥିବା କୁହାଯାଉଛି। ତେବେ ଏହାକୁ ଦୃଷ୍ଟିରେ ରଖି ସହରଗୁଡିକର ଦୈନିକ ବଜାର, ଦୋକାନ ଓ ବ୍ୟାଙ୍କ ଗୁଡିକରେ କରୋନା ନିୟମ ମାନିବାପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରାନଗଲେ ଆଗାମୀ ଦିନରେ ପରିସ୍ଥିତ ଜଟିଳ ଆକାର ଧାରଣ କରିବା ସୁନିଶ୍ଚିତ ହୋଇଛିା

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories