www.samajalive.in
Saturday, December 6, 2025
26.1 C
Bhubaneswar

ବର୍ଷା ଅଭାବରୁ ଚାଷ ପାଇଁ ଜମିରେ ପାଣି ନାହିଁ; କାମରେ ଲାଗୁନି ଜଳସେଚନ ପ୍ରକଳ୍ପ

ଟିଟିଲାଗଡ଼: ଚଳିତ ବର୍ଷ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଥିଲା। ହେଲେ ସମ୍ପ୍ରତି ଅବସ୍ଥା ଆଉ ଚାଷ ଅନୁକୁଳ ହୋଇରହିନାହିଁ। ଶ୍ରାବଣ ମାସରେ ଆକାଶରୁ ମେଘ ଉଭାନ ହୋଇଛି। ଏନେଇ ଟିଟିଲାଗଡ ବ୍ଲକର ବିଭିନ୍ନ ଅଞ୍ଚଳରେ ଚାଷ ଜମିରେ ପାଣି ଟୋପାଏ ନାହିଁ। ରୋଇବାକୁ ଥିବା ପହ୍ଲା ଗଛ ଟାଣ ଖରାରେ କୋଉଠି ସବୁଜରୁ କଳା ମିଶିମିଶା ଦିଶିଲାଣି ତ କୋଉଠି ପାଳ ପାଲଟିଛି। ରୋଇବାକୁ ଧାନ ପହ୍ଲା ଆଉ ଯୋଗ୍ୟ ହୋଇରହିନାହିଁ। ଯୋଉଠି ପୁର୍ବରୁ ଋଆବିହୁଡା ସରିଛି ସେଇଠି ପାଣି ଅଭାବ ନେଇ ଜମି ଫାଟି ଅାଁ କରିବାରୁ ଧାନ ଗଛ ମରିବାକୁ ବସିଲାଣି। ବିଶେଷ କରି ବ୍ଲକର ଭାଲେଗାଁ, ବାଞ୍ଜିପଦର, ବିଜେପୁର ଆଦି ଗ୍ରାମପଞ୍ଚାୟତ ଅଞ୍ଚଳରେ ସମସ୍ୟା ଉତ୍କଟ ହୋଇଛି। ଭାଲେଗାଁରେ ଗତ ଦୁଇ ବର୍ଷ ହେଲା କାର୍ଯ୍ୟକ୍ଷମ ମେଗା ଉଠା ଜଳସେଚନ ପ୍ରକଳ୍ପ୍ପ ଚାଷୀଙ୍କ ଜମିକୁ ଜଳସେଚନ ବ୍ୟବସ୍ଥା ପ୍ରଦାନରେ ବିଫଳ ହୋଇଛି। ଓପିଟିସିଏଲ ଅଧିକ ଲୋଡ ରେଲବାଇକୁ ଦେଉଥିବାରୁ ମେଗା ପ୍ରକଳ୍ପକୁ ବିଦ୍ୟୁତ ଯୋଗାଣ ବ୍ୟାହତ ହେଉଥିବା ସମ୍ପୃକ୍ତ ବିଭାଗ ହାତ ଟେକି ଦେଇଥିବା ଚାଷୀ ବେଣୁଧର ଝାଙ୍କର ଅଭିଯୋଗ କରିଛନ୍ତି। ମେଗା ଉଠାଜଳସେଚନ ପ୍ରକଳ୍ପ ସହକାରୀ ନିର୍ବାହି ଯନ୍ତ୍ରୀ ବିଭୁତି ମାଝୀ ଏଭଳି ସମସ୍ୟା ସମ୍ପର୍କରେ ଅନେକ ଥର ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କୁ ଜଣାଇସାରିଥିବା କହିଛନ୍ତି। ଅପରପକ୍ଷରେ ମାଲିଝେର ତେଲନଦୀରେ ଥିବା ଉଠା ଜଳସେଚନ ପ୍ରକଳ୍ପ ଗତ ଦୁଇ ବର୍ଷ ତଳେ ବନ୍ୟା ପାଣିରେ କ୍ଷତିଗ୍ରସ୍ତ ହୋଇଛି। ଏନେଇ ଚାଷୀମାନେ ବିଭାଗୀୟ ଅଧିକାରୀଙ୍କ ଠାରେ ଫେରାଦ ହୋଇଥିôଲେ। ତେବେ ଟିଟିଲାଗଡ ଉଠାଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ବିବି ନାୟକ ମୋ ପାଖରେ କୌଣସି ଖବର ନାହିଁ କହିବା ବିସ୍ମିତ କରିଛି। ସରକାର ସମସ୍ତ ଅଚଳ ଉଠାଜଳସେଚନ ପ୍ରକଳ୍ପ ଗୁଡିକୁ ସଚଳ କରିବା ପାଇଁ ଅର୍ଥ ବ୍ୟବସ୍ଥା କରୁଛନ୍ତି। ଏପରିପ୍ରେକ୍ଷୀରେ କୋଉଠି ପ୍ରକଳ୍ପ ଅଚଳ ହେଲେ ବିଭାଗୀୟ ଯନ୍ତ୍ରୀଙ୍କ ପାଖରେ ଖବର ନଥିବା କହି ନିଜ ଦାୟିତ୍ୱରୁ ଖସିବାକୁ ଉଦ୍ୟମ ଚାଷୀ ବିରୋଧି ବୋଲି ଅଭିଯୋଗ ହୋଇଛି। ସେହିପରି ମାଥନପଲା ଜଳସେଚନ ଡ୍ୟାମ ଚାଷୀଙ୍କ ଜମିକୁ ପାଣି ଦେବାରେ ବିଫଳ ହୋଇଛି। କେବଳ କାଗଜପତ୍ରରେ ଜଳସେଚିତ ଅଞ୍ଚଳ ନାମରେ ଜଳକର ବାନ୍ଧୁଛୁ, ମରୁଡି ହେଲା ବିମା ସହାୟତା ମିଳୁନି ବୋଲି ସ୍ଥାନୀୟ ବାସିନ୍ଦା ଜୟଜଗନ୍ନାଥ ପାଣି, ପଞ୍ଚାୟତ ସମ୍ପାଦକ ନୃପରାଜ ବିଶି ଅଭିଯୋଗ କରିଛନ୍ତି। ବିଗତ ଚାରି ବର୍ଷ ହେଲା କେନାଲ ସଫା ପାଇଁ ଟଙ୍କାଟିଏ ପାଣି ପଞ୍ଚାୟତକୁ ଆସିନି। କେନାଲ ଲାଇନିଂ କାମ ବାରମ୍ବାର ଦାବି ସତ୍ୱେ କେବେ ହେଲା ନାହିଁ। ଏପରିପ୍ରେକ୍ଷୀରେ ଚାଷୀ ଟଙ୍କିଆ ଚାଉଳ ଖାଇ କେତେ ଦିନ ବଞ୍ଚିବ ବୋଲି ଚାଷୀ ବିଶି ନିରାଶା ପ୍ରକଟ କରିଛନ୍ତି। ସେହିପରି ବିଜେପୁର, ତରାସିଂହା ଆଦି ଅଞ୍ଚଳରେ ଶତାଧିକ ହେକ୍ଟର ଚାଷ ଜମିର ଫସଲ ନଷ୍ଟ ପ୍ରାୟ ହୋଇପଡିଥିବା ବିଜେପୁର ସରପଞ୍ଚ ପ୍ରତିନିଧି ସୁବାଶ ମହାନନ୍ଦ ଅଭିଯୋଗ କରିଛନ୍ତି। ଜଳସେଚିତ ଅଞ୍ଚଳ ଗୁଡିକରେ ଚାଷ କାର୍ଯ୍ୟର ଏଭଳି ଦୁର୍ଗତି ହୋଇଥିବା ବେଳେ ବ୍ଲକର ଅନ୍ୟ ଅଞ୍ଚଳରେ ଅବସ୍ଥା ଅନୁମେୟ ବୋଲି ଆଲୋଚନା ହୋଇଛି। ଏସମ୍ପର୍କରେ ଟିଟିଲାଗଡ କୃଷି ଜିଲା ଅଧିକାରୀ ବାଲକୃଷ୍ଣ ଗୌଡ ଜୁଲାଇ ମାସରେ ପାଣିର ନିତାନ୍ତ ଆବଶ୍ୟକତା ରହିଥିବା ବେଳେ ପ୍ରକୃତିର ଦାଉ କାଳ ସାଜିଛି ବୋଲି ସ୍ୱୀକାର କରିଛନ୍ତି। ସରକାରୀ ସ୍ତରରେ ଏନେଇ ତତ୍ପରତା ପ୍ରକାଶ ସହ ଜଳସେଚନ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସ୍ଥାନୀୟ କ୍ଷତିଗ୍ରସ୍ତ ଚାଷୀ ଦାବି କରିଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories