www.samajalive.in
Tuesday, December 9, 2025
17.1 C
Bhubaneswar

ରାଉରକେଲା ଆଇଜିଏଚରେ ପ୍ଲାଜମା ଥେରାପି ବ୍ୟବସ୍ଥାର ଶୁଭାରମ୍ଭ

ରାଉରକେଲା : ରାଉରକେଲା ଆଇଜିଏଚରେ ଶୁକ୍ରବାର ପ୍ଲାଜମା ଥେରାପି ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଏହି ବ୍ୟବସ୍ଥାର ଶୁଭ ଉଦଘାଟନ କରିଛନ୍ତି। ଏହି ବ୍ୟବସ୍ଥାର ଉଦଘାଟନ ଫଳରେ ଅଂଚଳ ବାସୀ କୋଭିଡ ସଂକ୍ରମଣ ରୁ ବେଶ ଉପକୃତ ହେବେ ବୋଲି ଆଶା କରାଯିବା ସହ ମୂଲ୍ୟବାନ ପ୍ଲାଜମା ଦାନ କରିବା ନିମନ୍ତେ ଯୋଗ୍ୟ ବ୍ୟକ୍ତି ବିଶେଷ ଆଗେଇ ଆସିବାକୁ ଅନୁରୋଧ କରାଯାଇଛି l

- Advertisement -

ଉଦଘାଟନ ସମୟରେ  ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ  ଟୁକୁନି ସାହୁ , ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ସୁଶାନ୍ତ ସିଂ, ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ନିରଞ୍ଜନ ସାହୁ, ରାଉରକେଲା ବିଧାୟକ ଓ ଜିଲ୍ଲା ଯୋଜନା ବୋର୍ଡ଼ ଅଧକ୍ଷ୍ୟ ସାରଦା ପ୍ରସାଦ ନାୟକ, ବୀରମିତ୍ରପୁର, ବିଧାୟକ ଶଙ୍କର ଓରାମ, ଜିଲ୍ଲାପାଳ ଶ୍ରୀ ନିଖିଲ ପବନ କଲ୍ୟାଣ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେ, ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡା, ସିଡିଏମଓ ସରୋଜ କୁମାର ମିଶ୍ର,ଉପଜିଲ୍ଲାପାଳ ପାନପୋଷ ବିଶ୍ୱଜିତ ମହାପାତ୍ର, ଆରଜିଏଚ ଓ ଆଇଜିଏଚର ନିର୍ଦ୍ଦେଶକ ଏବଂ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ଶୁକ୍ରବାର ପ୍ଲାଜମା ଥେରାପି ବ୍ୟବସ୍ଥାର ଶୁଭାରମ୍ଭ ଅବସରରେ ଜଣେ ପ୍ଲାଜମl ଦାନ କରିଥିବା ବେଳେ ଆଜି ସୂଚନା ଅନୁଯାୟୀ ଅଦ୍ୟାବଧି ଜିଲ୍ଲାର ପ୍ରାୟ ୧୦୦ ଜଣ ବ୍ୟକ୍ତି ପ୍ଲାଜମା ଦାନ କରିବା ନିମନ୍ତେ ଇଚ୍ଛା ପ୍ରକାଶ କରିଥିବା ଏହି ଅବସରରେ ସୂଚନା ଦିଆଯାଇଥିଲା

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories