www.samajalive.in
Monday, December 8, 2025
13.1 C
Bhubaneswar

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା : ପିପୁଲ୍‌ ଫର୍‌ ସେବାର ୩ ସଦସ୍ୟଙ୍କ ପରେ ଆଜି ପତ୍ନୀ ଓ ପରିବାର ଲୋକଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ ଆରମ୍ଭ କରୁଥିବା କ୍ରାଇମବ୍ରାଞ୍ଚ ତାର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି । ଗତକାଲି ଏହି ଘଟଣାର ତଦନ୍ତ ଭାର ପାଇବା ପରେ କ୍ରାଇମବ୍ରାଞ୍ଚ ପ୍ରଥମେ ଭୁବନେଶ୍ଵର ଜିଆରପି ପୁଲିସ ଠାରୁ ସମସ୍ତ କାଗଜପତ୍ର ଆଣିବା ସହ ଲିଙ୍ଗରାଜ ଷ୍ଟେସନ ଯାଇ ଆଦିତ୍ୟଙ୍କ ମୃତଦେହ ପଡିଥିବା ସ୍ଥାନରେ ଛାନଭିନ୍ କରିଥିଲା । ଏହାପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଗତକାଲି ଆଦିତ୍ୟ କରିଥିବା ପିପୁଲ ଫର୍ ସେବାର ତିନି ସଦସ୍ୟ ପପୁ, ବିକାଶ ଓ ପ୍ରୀତମଙ୍କୁ ପଚରାଉଚରା କରିଥିଲା । ୧ ଘଣ୍ଟା ଧରି ପପୁ, ବିକାଶ ଓ ପ୍ରୀତମଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା କରିବା ପରେ ଛାଡିଥିଲା ।

ଏହାପରେ ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ପରିବାର ଲୋକଙ୍କୁ ଜେରା କରିବ ବୋଲି ଜଣାପଡିଛି । ମୃତ୍ୟୁକୁ ୨୪ ଦିନ ବିତିଯାଇଥିଲେ ସୁଦ୍ଧା ଏ ଯାଏଁ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରୁନାହିଁ । ଯାହା ସମସ୍ତଙ୍କ ମନରେ ଏକ ସନ୍ଦେହ ସୃଷ୍ଟି କରୁଛି ।

- Advertisement -

ସୂଚନାଯୋଗ୍ୟ ବହୁଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲା ଏବେ ବି ରହସ୍ୟ ଘେରରେ ରହିଛି । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେନେଇ ଖୋଳତାଡ଼ ଜାରିରହିଛି । ଇତିମଧ୍ୟରେ ଅନେକ ଲୋକଙ୍କୁ ଜେରା କରାଯାଇଥିଲେବି ରହସ୍ୟର ପେଡ଼ି ଖୋଲିପାରୁନାହିଁ । ଅପରପକ୍ଷରେ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଭିନ୍ନ ମହଲରେ ଦାବି ହୋଇଆସୁଥିଲା । ଏହି ଘଟଣାରେ ଉଚ୍ଚ ସ୍ଥରୀୟ ତଦନ୍ତ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ। ଏହା ସହ ସାମଜିକ ଗଣାମଧ୍ୟମରେ ଆଦିତ୍ୟଙ୍କ ବନ୍ଧୁ ଓ ପ୍ରଶଂସକମାନେ ମଧ୍ୟ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଆସୁଥିଲେ । ଫଳରେ ଗତକାଲି ରାଜ୍ୟ ସରକାର ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ପ୍ରଦାନ କରିଥିଲେ ।  ଏନେଇ ଗୁରୁବାର ସକାଳେ ପୁଲିସ ମହାନିର୍ଦେଶକ ଅଭୟ ଟ୍ବିଟ ଯୋଗେ ସୂଚନା ଦେଇଥିଲେ। ପୂର୍ବରୁ ଜିଆରପି ପୁଲିସ ଏହାର ତଦନ୍ତ କରୁଥିବାବେଳେ କ୍ରାଇମବ୍ରାଞ୍ଚ ତଦନ୍ତରୁ ସତ ମିଛର ପର୍ଦ୍ଧାଫାଶ ହେବବୋଲି ଆଦିତ୍ୟଙ୍କ ବନ୍ଧୁ ଓ ପ୍ରଶଂସକମାନେ ଆଶ ବାନ୍ଧି ବସିଛନ୍ତି ।

 

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories