www.samajalive.in
Saturday, December 6, 2025
26.1 C
Bhubaneswar

ସୂଚନା କମିସନର ସଭ୍ୟଙ୍କ ନିଯୁକ୍ତି ପ୍ରକ୍ରିୟାକୁ ଗୁରୁତ୍ଵ, ୪ ସଭ୍ୟ ନିଯୁକ୍ତି ଶୀଘ୍ର

ଭୁବନେଶ୍ବର: ଦୀର୍ଘ ଦିନର ପ୍ରତିକ୍ଷା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଅଧିକାର ଆୟୋଗରେ ସଭ୍ୟ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ବୁଧବାର ତିନି ଜଣ ସଭ୍ୟଙ୍କ ଲାଗି ସ୍କ୍ରିନିଂକମିଟି ସରକାରଙ୍କୁ ନାମ ସୁପାରିସ କରିଛି। ସ୍କ୍ରିନିଂ କମିଟି ମୁଖ୍ୟ ତଥା ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଏହା ଜଣା ଯାଇଛି। ସୂଚନା ଅନୁଯାୟୀ ସୂଚନା କମିସନରରେ ଏବେ ଚାରୋଟି ସଭ୍ୟ ପଦ ଖାଲି ରହିଛି। ପ୍ରଥମେ ତିନୋଟି ସଭ୍ୟ ପଦ ପାଇଁ ମାର୍ଚ୍ଚ ୧୮ରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତିନାମା ପ୍ରକାଶ ପାଇଥିଲା। ଏହାର ଆବେଦନ ତାରିଖ ଏପ୍ରିଲ ୧୮ ଧାର୍ଯ୍ୟ କରାଯାଇଥିଲା।

ଏହି ସମୟ ମଧ୍ୟରେ ପ୍ରାୟ ୨୫ଜଣ ବିଶିଷ୍ଟ ବ୍ୟକ୍ତି ସୂଚନା କମିସନର ସଭ୍ୟ ପଦ ପାଇଁ ଆବେଦନ କରିଥିଲେ। ନିୟମ ଅନୁଯାୟୀ ସଭ୍ୟ ନିଯୁକ୍ତି ପ୍ରକ୍ରିୟା ଦୁଇମାସ ମଧ୍ୟରେ ଶେଷ ହେବା କଥା। ମାତ୍ର ନିଯୁକ୍ତି ପ୍ରକ୍ରିୟାରେ ଅହେତୁକ ବିଳମ୍ବ ହେବାରୁ ଆସାୟୀମାନେ ନିରାଶା ଭିତରକୁ ଚାଲିଯାଇଥିଲେ। ଏହାକୁ ନେଇ ସୂଚନା ଅଧିକାର କର୍ମୀ ଓ ଆସାୟୀମାନେ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ଅାରଟିଆଇ କମିସନଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ସଭ୍ୟ ପଦ ତୁରନ୍ତ ପୂରଣ କରିବାପାଇଁ କୁହାଯାଇଥିଲା। ଏହାକୁ ନେଇ ୩ଟି ସଭ୍ୟ ପଦ ଲାଗି ବୁଧବାର ସ୍କ୍ରିନିଂକମିଟି ବସିଥିବାବେଳେ ଜୁନ୍‌ରେ ଅବସର ନେଇଥିବା ସଭ୍ୟ ଶଶିପ୍ରଭା ବିନ୍ଧାଣୀଙ୍କ ସ୍ଥାନରେ ନୂତନ ସଭ୍ୟ ନିଯୁକ୍ତି ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପୁନଶ୍ଚ ବିଜ୍ଞପ୍ତି ପ୍ରକାଶ ପାଇଛି। ସରକାରଙ୍କ ଏହି ପ୍ରକ୍ରିୟାରୁ ସ୍ପଷ୍ଟ ହେଉଛି ଯେ ଖୁବ୍ ଶୀଘ୍ର ରାଜ୍ୟ ସୂଚନା କମିସନ ଆୟୋଗର ୪ଟି ସଭ୍ୟ ନିଯୁକ୍ତି ହେବେ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories