www.samajalive.in
Tuesday, December 9, 2025
16.1 C
Bhubaneswar

ଏହି ହୋଟେଲରେ ଗୋଟିଏ ରାତି ରହିବାର ଭଡ଼ା ୧ଲକ୍ଷ ଟଙ୍କା

ସ୍ୱିଡ଼େନରେ ଏପରି ଏକ ହୋଟେଲ ଅଛି, ଯାହା ପ୍ରତ୍ୟେକ ବର୍ଷ ନିର୍ମାଣ କରାଯାଏ ଓ ଏହା ନଦୀରେ ଭାସିଯାଏ। ଏହା ଆଇସି ହୋଟେଲ ବା ବରଫ ହୋଟେଲ ନାମରେ ଜଣାଶୁଣା।
ସ୍ୱିଡ଼େନର ଏହି ବରଫ ହୋଟେଲକୁ ପ୍ରତ୍ୟେକ ବର୍ଷ ଶୀତ ଦିନେ ନିର୍ମାଣ କରାଯାଏ। ଏହି ହୋଟେଲକୁ ନିର୍ମାଣକୁ କରିବାର ପରମ୍ପରା ୧୯୮୯ ଠାରୁ ଆରମ୍ଭ ହୋଇଛି ବୋଲି କୁହାଯାଏ।
ଏହି ହୋଟେଲକୁ ଟୋରନେ ନଦୀ କୂଳରେ ନିର୍ମାଣ କରାଯାଏ। ଏହାକୁ ନିର୍ମାଣ କରିବାକୁ ନଦୀରୁ ପ୍ରାୟ ୨୫୦୦ ଟନ୍‍ ବରଫ କଢାଯାଇଥାଏ । ଅକ୍ଟୋବର ମାସରୁ ଏହି ହୋଟେଲର ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇଥାଏ। ଏହାକୁ ନିର୍ମାଣ କରିବା ପାଇଁ ସାରା ଦୁନିଆରୁ ବହୁ କଳାକାର ଆସିଥାଆନ୍ତି। ପର୍ୟ୍ୟଟକମାନେ ରହିବା ପାଇଁ ଏହି ହୋଟେଲରେ ବହୁ କକ୍ଷ ମଧ୍ୟ ନିର୍ମାଣ କରାଯାଏ।
ଏହି ହେଟେଲର ବାହାର ଓ ଭିତର ଉଭୟର ଦୃଶ୍ୟ ଖୁବ ମନୋଲୋଭା। ମେ ମାସ ଯାଏ ଏହି ହୋଟେଲ ରହିଥାଏ। ଏହାପରେ ଏହି ବରଫ ତରଳିବାକୁ ଆରମ୍ଭ ହୋଇଥାଏ। ତେଣୁ ହୋଟେଲକୁ ବନ୍ଦ କରାଯାଇଥାଏ। ହୋଟେଲରେ ଗୋଟିଏ ରାତି ରହିବା ପାଇଁ ଭଡ଼ା ୧୭ ହଜାରରୁ ଆରମ୍ଭ ହୋଇ ୧ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ରହିଛି। ଏହି ହୋଟେଲକୁ ଇକୋ ଫେଣ୍ଡଲୀ ହୋଟେଲ ଅର୍ଥାତ ପରିବେଶ ପାଇଁ ଅନୁକୂଳ ବୋଲି କୁହାଯାଏ। । ଏଠାରେ କେବଳ ସୌରଶକ୍ତିରେ ଚାଳିତ ହେଉଥିବା ଉପକରଣ ବ୍ୟବହାର କରାଯାଏ। ଏହି ହୋଟେଲର ଅନ୍ୟ ସ୍ୱତନ୍ତ୍ରତା ହେଉଛି ଏଠାରେ ପର୍ୟ୍ୟଟକ ପାନୀୟ ଦ୍ରବ୍ୟକୁ ପିଇବା ପାଇଁ ବରଫରେ ପ୍ରସ୍ତୁତ ଗ୍ଲାସକୁ ବ୍ୟବହାର କରିଥାଆନ୍ତି। ପିଲାମାନଙ୍କ ପାଇଁ ମଧ୍ୟ ଏଠାରେ ସେମାନଙ୍କ ମନପସନ୍ଦର କ୍ରିଏଟିବ୍‍ ଯୋନ ତିଆରି ହୋଇଛି। ଯାହା ସେମାନଙ୍କୁ ଖୁବ ପସନ୍ଦ ଆସିଥାଏ।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories