www.samajalive.in
Friday, December 12, 2025
15.1 C
Bhubaneswar

ମହାମାରୀ ପ୍ରତି ନାହିଁ ଭୟ; ଭୋକପାଇଁ ଜୀବନ ଅଥୟ

ହରଭଙ୍ଗା : ଚଳିତ ମାସରେ ପ୍ରାଣଘାତୀ ମହାମାରୀ କରୋନାର କାୟାବିସ୍ତାରକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ଘରୁ ବାହାରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ସଂପ୍ରତି କରୋନା କଟକଣାରେ ଦୋକାନ,ବଜାର ସାଙ୍ଗକୁ ଗାଡି ଚଳାଚଳ ବନ୍ଦ ଯୋଗୁଁ ରାସ୍ତାଘାଟ ଜନଶୂନ୍ୟ ହୋଇପଡିଛି। କୋରୋନା ଭୟରେ ସଚେତନ ମଣିଷ ନିଜ ଜୀବନ ସାଙ୍ଗକୁ ପରିବାରବର୍ଗଙ୍କ ଜୀବନ ସୁରକ୍ଷା ପାଇଁ ସରକାରୀ ନୀତିନୟମକୁ ପାଳନ କରି ଘର ଚାରିକାନ୍ଥ ଭିତରେ ସୁରକ୍ଷିତ ରହିବାକୁ ଉଚିତ୍‍ ମନେକରୁଛି। କରୋନା ଭୟ ସମସ୍ତଙ୍କୁ ଘାରିଥିବାବେଳେ ଏଭଳି ବିପଦପୂର୍ଣ୍ଣ ପରିସ୍ଥିତିରେ ହରଭଙ୍ଗାବ୍ଲକ ସଦରମହକୁମା ଚାରିଛକ ବଜାରରେ ଜଣେ ଅସହାୟ ମହିଳା ମହାମାରୀକୁ ଖାତିର ନକରି ନିର୍ଭୟରେ ନିଜର ଦେଢ ବର୍ଷର କୋମଳମତି ଶିଶୁକୁ ଧରି ମାଗିଯାଚି ପରପିଣ୍ଡାରେ ଜୀବନ ବିତାଉଥିବା ଘଟଣା ସମସ୍ତଙ୍କ ମନରେ ଅନେକ ଅସମାହିତ ପ୍ରଶ୍ନ ଛିଡାକରିଛି। ଏଭଳି ଏକ ସମ୍ବେଦନଶୀଳ ଚିତ୍ର ଗଣମାଧ୍ୟମ ନଜରକୁ ଆସିଥିଲା। ମହିଳାଙ୍କ ବିଷୟରେ ପଚରାଉଚରା ପରେ ସେ ତାଙ୍କ ନାମ ଭେଟଲି ଭୋକ୍ତା ଏବଂ ତାଙ୍କ ଘର ଧଳପୁର ପଂଚାୟତ ଅର୍ନ୍ତଗତ କଙ୍କଲା ଗ୍ରାମର ବୋଲି କହିଥିଲେ।

ଗତ କିଛି ବର୍ଷ ତଳେ ସେ କନ୍ଧମାଳ ଜିଲ୍ଲା ଖଜୁରୀପଡା ଅଂଚଳରେ ବିବାହ କରିଥିଲେ। କୌଣସି କାରଣରୁ ଶଶୁର ଘର ଲୋକେ ତାଙ୍କୁ ସେଠାରୁ ତଡିଦେବାରୁ ସେ ଗତ ୩ବର୍ଷହେଲା ବାପ ଘରେ ରହିଆସୁଥିଲେ। ଗତ ଦେଢବର୍ଷ ତଳେ ସେ  ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ତାକୁ ଧରି ସେ ବର୍ତମାନ ଚାରିଛକ ବଜାରରେ ମାଗିଯାଚି ଚଳୁଛନ୍ତି। ରାତିହେଲେ ଅସୁରକ୍ଷିତ ଅବସ୍ଥାରେ ୟା,ତା ଦୋକାନ ପିଣ୍ଡାରେ କୋମଳମତି ଶିଶୁପୁତ୍ରକୁ ଧରି ଅସହାୟ ଅବସ୍ଥାରେ ରାତି କାଟୁଥିବା ସେ କହିଛନ୍ତି।ଏଭଳି ପରିସ୍ଥିତିରେ ଜଣେ ଅସହାୟ ପରିତ୍ୟକ୍ତ ମହିଳାଙ୍କ ପାଖେରେ  କୌଣସି ବିକଳ୍ପ ରାସ୍ତା ନଥିବାରୁ ନିଜର କୋମଳମତି ଶିଶୁ ମୁହଁରେ ଦୁଇମୁଠା ଆହାର ଦେବାପାଇଁ ଏଭଳି ଅବସ୍ଥାରେ ଜୀବନ କାଟୁଥିବା ଘଟଣା ସରକାରଙ୍କ ଗରିବ କଲ୍ୟାଣ ଏବଂ ମହିଳା ଓ ଶିଶୁ ସୁରକ୍ଷା ଯୋଜନା ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ତୁରନ୍ତ ଅସହାୟ ମହିଳାଙ୍କ ଉପରେ ଜିଲ୍ଲାପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ତାଙ୍କୁ ଥଇଥାନ କରି ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇଦେବାକୁ ବୁଦ୍ଧିଜୀବି ମହଲରୁ ଦାବୀଉଠୁଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories