www.samajalive.in
Saturday, December 6, 2025
26.1 C
Bhubaneswar

ଝାରସୁଗୁଡା ଜିଲ୍ଲାରେ ମାତିଛନ୍ତି ଖଣି ମାଫିଆ,ବ୍ୟାପକ ଅଞ୍ଚଳରୁ ଲଘୁ ଖଣିଜ ସମ୍ପଦ ଲୁଟ

ଝାରସୁଗୁଡ଼ା : ଜିଲ୍ଲାର ବିଭିନ୍ନ ଅଂଚଳରେ ଲଘୁ ଖଣିଜ ସମ୍ପଦ ର ବ୍ୟାପକ ଚୋରି ହେଉଛି ।  ଗ୍ରାମାଞ୍ଚଳ ନିକଟରେ ଥିବା ଜଙ୍ଗଲିଆ ଅଂଚଳ ହେଉ କି ସହରାଞ୍ଚଳ ହେଉ ସବୁ ଅଞ୍ଚଳରେ ଏହି ଖଣି ମାଫିଆ ମାନେ ସକ୍ରିୟ ହୋଇ ରହିଛନ୍ତି । ପ୍ରଶାସନର ନାକ ତଳେ ଖଣିଜ ସମ୍ପଦ ଖୋଲାଖୋଲି ଲୁଟ ହେଉଛି । ପ୍ରତିବାଦ କରୁଥିବା ଜନସାଧାରଣ ଙ୍କୁ ଏହି ମାଫିଆ ମାନେ ନାନାପ୍ରକାର ଧମକ ଚମକ ଦେଉଛନ୍ତି । ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନଥିବାରୁ ଏହି ଲୁଟ ରେ ପ୍ରଶାସନିକ ଅଧିକାରୀମାନେ ସାମିଲ ଥିବା ଅଭିଯୋଗ ହୋଇଆସୁଛି ।

ଗ୍ରାମାଞ୍ଚଳରେ ଓ ଜଙ୍ଗଲିଆ ଅଞ୍ଚଳରେ ଥିବା ପାହାଡ଼ ଓ ଢେପ ଅଞ୍ଚଳରେ ମୋରମ ଓ ପଥର ଖନନ ଚାଲିଛି ।  ବିଡମ୍ବନା ଯେ,  ଝାରସୁଗୁଡା  ସହରାଞ୍ଚଳରେ ବିସ୍ତୃତ ଅଞ୍ଚଳରେ ବେଆଇନ ମୋରମ ଖନନ ଚାଲିଛି । ସମସ୍ତ ଅଧିକାରୀ ଅ ସମ୍ବନ୍ଧରେ ଅବଗତ ଥିଲେ ମଧ୍ୟ ନିରବଦ୍ରଷ୍ଟା ସାଜିଛନ୍ତି । ଆହୁରି ଗୁରୁତର ଘଟଣା ହେଲା ଯେ, ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛ ପଟରେ ଥିବା ସହରାଞ୍ଚଳର ପଞ୍ଚପଡା ୯ ନମ୍ବର ୱାର୍ଡ ର ଏକ ବିସ୍ତ୍ରୁତ ଅଞ୍ଚଳରେ ମାଫିଆ ମାନେ ଏହି ଖନନ କାର୍ଯ୍ୟ କରୁଛନ୍ତି । ଏହି ଅଞ୍ଚଳର ରକ୍ଷିତ ଖାତା ନମ୍ବର ୮୭୬ ପ୍ଲଟ ନମ୍ବର ୨୪୦୮ ରେ ଥିବା ୫୧.୮୭ ଏକର ଜମିର ବ୍ୟାପକ ଅଞ୍ଚଳରେ ବଡ ବଡ ମେସିନ ଲଗାଇ ଏହି ମୋରମ ଓ ମାଟି ଖନନ ଚାଲିଛି ।  ଶହଶହ ହାଇବା ଲଗାଇ ମୋରମ ବୁହା ଚାଲିଛି ।  ମାତ୍ର ଏ ସମ୍ବନ୍ଧରେ କୌଣସି ସରକାରୀ ଅଧିକାରୀ ମୁହଁ ଖୋଲିବାକୁ ଅନିଚ୍ଛୁକ । ଦୀର୍ଘ ଏକବର୍ଷ ହେଲା ଏଠାରେ ଖନନ ଚାଲିଛି , ମାତ୍ର ଏହାକୁ ବନ୍ଦ କରିବା ଅବା ଏହି ଲଘୁ  ଖଣିଜ ସମ୍ପଦ ଲୁଟ କୁ ରୋକିବା ପାଇଁ   କୌଣସି  କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ।ଘଟଣା ସମ୍ବନ୍ଧରେ  ଝାରସୁଗୁଡା ଉପଜିଲ୍ଲା ପାଳପାଳ ଶିବା ଟପ୍ପୋ କହିଛନ୍ତି ଯେ ସ୍ୱ ତହସିଲଦାର କୁ ତଦନ୍ତ ପାଇଁ କହିଛନ୍ତି । ସରଜମିନ ତଦନ୍ତ ପରେ ରାଜସ୍ୱ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି  ସେ କହିଛନ୍ତି ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories