www.samajalive.in
Saturday, December 13, 2025
21.1 C
Bhubaneswar

ମେଗା ଉଠା ଜଳସେଚନ ପ୍ରକଳ୍ପ ଫେଲ, ପାଣି ଅଭାବରୁ ଉଜୁଡି ଗଲାଣି ଚାଷ

ବେଲଗାଁ:  ସମ୍ପ୍ରତି ବର୍ଷାଭାବ ନେଇ ସଇଁନ୍ତଲା ବ୍ଲକର ବିଭିନ୍ନ ଅଂଚଳରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏନେଇ ଚାଷୀକୂଳ ମଧ୍ୟରେ ହାହାକାର ପରିସ୍ଥିତି ଉପୁଜିଛି। ବେଲଗାଁ ଅଞ୍ଚଳରେ ଶହ ଶହ ଚାଷ ଜମିରେ ବୁନ୍ଦାଏ ମଧ୍ୟ ପାଣି ନାହିଁ। ଏନେଇ ଚାଷୀ ଚିନ୍ତାରେ ପଡିଲେଣି। ଋଆବିହୁଡା କାର୍ଯ୍ୟ ବନ୍ଦ ପଡିଛି। ଋଆ ପାଇଁ କ୍ଷେତରେ ରହିଥିବା ଧାନ ପହ୍ଲା ଟାଣ ଖରାରେ ପୋଡି ପୁଆଲ ହୋଇଗଲାଣି। ଚାଷୀ ଭାରରେ ପାଣି ବୋହି ଧାନ ପହ୍ଲାରେ ସିଂଚି ବଂଚେଇବାକୁ ଶେଷ ଉଦ୍ୟମ ମଧ୍ୟ ଫସର ଫାଟିଛି। ଶହ ଶହ ଏକର ଚାଷ ଜମି ପଡିଆ ପଡିଛି। ପାଣି ନଥିବାରୁ ଚାଷୀ ଅଦ୍ୟାବଧି ପହ୍ଲା ରୋପଣ କରିପାରିନାହିଁ। ବୁଣା ହୋଇଥିବା ଧାନ ଗଛ ବିହୁଡା ହୋଇପାରି ନଥିବା ବେଳେ ଶୁଖିଲା ଜମିରେ ଚାରା ମରିବାକୁ ଲାଗିଲାଣି। ଏପରିପ୍ରେକ୍ଷୀରେ ବେଲଗାଁ ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମିତ ମେଗା ଉଠା ଜଳସେଚନ ପ୍ରକଳ୍ପ ଚାଷୀଙ୍କ ପାଇଁ ହାସ୍ୟସ୍ପଦ ପାଲଟିଛି।

ଗତ ୨୦୧୮ରେ କାର୍ଯ୍ୟକ୍ଷମ ଏହି ପ୍ରକଲ୍ପରୁ ପାଣି ପାଇ ଖରିଫରେ ଧାନ ଚାଷ ସୁନିଶ୍ଚିତ ହେବ ବୋଲି ଚାଷୀ ଆଶା ବାନ୍ଧିଥିଲେ। ହେଲେ ଫସଲ ପ୍ରାୟ ୭୦ ପ୍ରତିଶତ କ୍ଷତିଗ୍ରସ୍ତ ହୋଇସାରିଥିବା ବେଳେ ପ୍ରକଳ୍ପ ସୁଫଳ ଚାଷୀଙ୍କ ଭାଗ୍ୟକୁ ଜୁଟିନି। ଏନେଇ ସରକାରଙ୍କ ୯ କୋଟି ଟଙ୍କା ପାଣିରେ ପଡିଲା ବୋଲି ଚାଷୀ ଅଭିଯୋଗ କରିଛନ୍ତି। ବେଲଗାଁ ପଂଚାୟତ ଅଂଚଳର ଚାଷୀ ଉମେଶ ମାଝୀ, ଡମ୍ବରୁ ମାଝୀ, କୁଞ୍ଜ ମାଝୀ, ନୃତ ମାଝୀ, ଡମ୍ବରୁ ମାଝୀ, କଲମ ମାଝୀ, ଝରଲାଲ ମାଝୀ, ଯୁଗେଶ୍ୱର ମାଝୀ, ଉଦ୍ୟାପନ ମାଝୀ, ତିଲରାମ ମାଝୀ, କୁଶଲ ମାଝୀ ମଣ୍ଟୁ ମାଝୀ ପ୍ରମୁଖ ଶତାଧିକ ଚାଷୀଙ୍କ ଶହ ଶହ ଏକର ଚାଷ ଜମିର ଧାନ ପାଣି ଅଭାବ ନେଇ ନଷ୍ଟ ହୋଇସାରିଛି। ସରପଞ୍ଚ ଶିର ରଣା ତାଙ୍କ ଫସଲ ମଧ୍ୟ ପାଣି ଅଭାବରୁ ସମ୍ପୁର୍ଣ୍ଣ ନଷ୍ଟପ୍ରାୟ ହୋଇପଡିଥିବା କହିଛନ୍ତି।

- Advertisement -

ସେହିପରି ପଂଚାୟତ ଅନ୍ତର୍ଗତ ସିଲେଟପଡା ଗ୍ରାମର ତେଜରାଜ ମାଝୀ, ତ୍ରିନାଥ ଭୋଇ, ବିଜେକୁମର ଭୋଇ, ହାଡୁ ଭୋଇ, ଡମବୁଢା ମାଝୀ, ବ୍ରଜରାଜ ମାଝୀ, ଭଦ୍ରଶ୍ୟାମ ଭୋଇ, ସିଂଦେଓ ମାଝୀ ପ୍ରମୁଖ ଅନେକ ଚାଷୀ ବାହାଲ ଜମିରେ ଟୋପାଏ ପାଣି ନଥିବା ନେଇ ଋଆ କାର୍ଯ୍ୟ ସାରି ପାରିନଥିବା କହିଛନ୍ତି। ଚାଷୀଙ୍କ ଏହି ଦୁର୍ଦ୍ଦିନରେ କୌଣସି ସରକାରି ଅଧିକାରୀ କିମ୍ବା କୃଷି କର୍ମଚାରୀଙ୍କ ଦେଖା ମିଳୁନଥିବା ଅଭିଯୋଗ ହୋଇଛି। ଏନେଇ ଚାଷୀ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି। ଏପରିପ୍ରେକ୍ଷିରେ ରାଜ୍ୟ ସରକାର ବିହିତ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories