www.samajalive.in
Friday, December 12, 2025
26.1 C
Bhubaneswar

ଚମକିଲେ କାଶୀପୁର ଛାତ୍ର ସତ୍ୟବ୍ରତ, ରାୟଗଡା ଜିଲା ଟପ୍ପର

କାଶୀପୁର : ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାସ ପାଇଛି। ରାୟଗଡା ଜିଲା କାଶୀପୁର ବ୍ଲକର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ସତ୍ୟବ୍ରତ ନାୟକ ସର୍ବାଧିକ ୫୭୭ (୯୬.୧୬%) ନମ୍ବର ରଖି ଜିଲା ଟପ୍ପର ହେବାର ସୌଭାଗ୍ୟ ଅର୍ଜନ କରିବା ସହ ରାୟଗଡା ଜିଲା ପାଇଁ ସଫଳତା ଲାଭ କରିଛନ୍ତି। ସତ୍ୟବ୍ରତ ନାୟକଙ୍କ ପିତା ପ୍ରଶନ କୁମାର ନାୟକ କାଶୀପୁର ସ୍ଥିତି ଯୁକ୍ତ ଦୁଇ ମାଣାକେଶ୍ବରୀ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟାପକ ହୋଇଥିବା ବେଳେ। ମା କବିତା ମିଶ୍ର କାଶୀପୁର ସରକାରି ନୋଡାଲ ହାଇସ୍କୁଲର ଶୀକ୍ଷୟତ୍ରୀ ରୂପେ କାର୍ଯ୍ୟ କରୁଛନ୍ତି। ଭବିଷ୍ୟତରେ ଜଣେ ଭଲ ଇଞ୍ଜିନିୟର ହେବା ପାଇଁ ଲକ୍ଷ ରଖିଥିବା ‘ସମାଜ’କୁ ନିଜ ପ୍ରତିକ୍ରିୟା ପ୍ରକାସ କରିବା ସହ ସଫଳତାର ସମସ୍ତ ଶ୍ରେୟ ନିଜ ପିତା ମାତା,ସମସ୍ତ ଗୁରୁଜି ଗୁରୁମା,ଏବଂ ଭଗବାନଙ୍କୁ ପ୍ରଦାନ କରିଛନ୍ତି।କାଶୀପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଚଳିତ ବଷ ୧୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳ ବିଦ୍ୟାଳୟରେ ଶତ ପ୍ରତିଶତ ରିଜଲ୍ଟ ହେବେ ସହ ଏ୧ ରେ ଜଣେ, ଏ୨ରେ ୬ଜଣ, ବି୧ ରେ ୨ଜଣ, ବ୨ ରେ ୪ସି ରେ ୨, ଡିରେ ୨ ଜଣ ଉତିର୍ଣ୍ଣ ହୋଇଛନ୍ତି।କାଶୀପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ସତ୍ୟବ୍ରତ ନାୟକ ଜିଲା ଟପ୍ପର ହୋଇଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଛାର ଶୁଅ ଛୁଟିଛି। ସେ ଏଭଳି ସଫଳତା ପାଇବେ ବୋଲି ପୂର୍ବରୁ ବିଦ୍ୟାଳୟର ଶୋକ୍ଷକ ଶୀକ୍ଷୟତ୍ରୀ ଆଶା ରଖିଥିଲେ।ଏବଂ ସେ ପାଠ ପଢା ସହ ଅନାନ୍ୟ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ପାଇ ଆସୁଥିଲେ ବୋଲି ବିଦ୍ୟାଳୟର ଗୁରୁଜି ଗୁରୁମା ପ୍ରକାଶ କରିଛନ୍ତି।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories