www.samajalive.in
Monday, December 8, 2025
24.1 C
Bhubaneswar

ଆକାଂକ୍ଷୀ ଜିଲ୍ଲା ତାଲିକାରେ ଦେଶରରେ ୧୮ତମ ଓ ରାଜ୍ୟରେ ପ୍ରଥମ ସ୍ଥାନରେ କଳାହାଣ୍ଡି

ଭବାନୀପାଟଣା : ନୀତି ଆୟୋଗ ଦ୍ୱାରା ପ୍ରକାଶିତ ସଦ୍ୟ ତାଲିକାରେ ଦେଶରେ ଆକାଂକ୍ଷୀ ଜିଲ୍ଲା ମଧ୍ୟରେ ୧୮ ତମ ସ୍ଥାନରେ ରହିଛି କଳାହାଣ୍ଡି। ଜାତୀୟ ସ୍ତରରେ କଳାହାଣ୍ଡି ୧୮ ତମ ସ୍ଥାନରେ ରହିବା ସହ ରାଜ୍ୟର ୧୦ ଟି ଆକାଂକ୍ଷୀ ଜିଲ୍ଲା ମଧ୍ୟରେ କଳାହାଣ୍ଡି ପ୍ରଥମ ସ୍ଥାନରେ ରହିଛି। ଫେବୃୟାରୀ ମାସରେ ନୀତି ଆୟୋଗ ଦ୍ୱାରା କରାଯାଇଥିବା ଆକଳନରେ କଳାହାଣ୍ଡି ୫୪.୮୦ ନମ୍ବର ରଖିଥିବା ବେଳେ ଜୁନ୍ ମାସରେ ଶେଷରେ ଏଥିରେ ଉନ୍ନତି ଘଟି କଳାହାଣ୍ଡି ୫୫.୨୦ ନମ୍ବର ରଖି ଜାତୀୟ ସ୍ତରରେ ଆକାଂକ୍ଷୀ ଜିଲ୍ଲାଗୁଡିକ ମଧ୍ୟରେ ୧୮ତମ ସ୍ଥାନରେ ରହିଛି। କରୋନା ମହାମାରୀ ସଂକ୍ରମଣଜନିତ ସମସ୍ୟା ସତ୍ତେ୍ୱ ଜୁନ୍ ମାସରେ ନୀତି ଆୟୋଗ ଦ୍ୱାରା କରାଯାଇଥିବା ଆକଳନରେ ସ୍ୱାସ୍ଥ୍ୟସେବା ଓ ପୋଷଣ କ୍ଷେତ୍ରରେ ୨୮ ତମ ସ୍ଥାନରୁ ୧୭ ତମ ସ୍ଥାନକୁ କଳାହାଣ୍ଡି ଆସିଛି। ସେହିପରି ଶିକ୍ଷା କ୍ଷେତ୍ରରେ ୯୪ତମ ସ୍ଥାନରୁ ୩୮ ତମ ସ୍ଥାନକୁ ଆସିଥିବା ବେଳେ କୃଷି ୭୪ ତମ ସ୍ଥାନରୁ ଉନ୍ନୀତ ହୋଇ ୬୫ ତମ ସ୍ଥାନରେ ପହଞ୍ଚିଛି। ମୌଳିକ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଫେବୃୟାରୀ ମାସରେ ୧୧୨ ତମ ସ୍ଥାନରେ ରହିଥିବା ବେଳେ ଜୁନ୍ ମାସରେ ଏଥିରେ ଉନ୍ନତି ଘଟି ୭୮ ତମ ସ୍ଥାନରେ ରହିଛି। ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଜରିଆରେ ନୀତି ଆୟୋଗ ଦେଶର ୧୧୭ ଟି ଆକାଂକ୍ଷୀ ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଓ ପୋଷଣ, ଶିକ୍ଷା, କୃଷି ଓ ଜଳ ସମ୍ପଦ, ଭିତ୍ତିଭୂମି ବିକାଶ, ଆର୍ଥିକ ଓ ଦକ୍ଷତା ବିକାଶ ଉପରେ ଗୁରୁତର ଦେଇ କାର୍ଯ୍ୟ କରୁଛି। ଏହି ସମସ୍ତ ବିକାଶମୂଳକ କାର୍ଯ୍ୟକ୍ରମର ଜିଲ୍ଲା ପ୍ରଶାସନ ଦ୍ୱାରା ନିୟମିତ ସମୀକ୍ଷା ଓ ତଦାରଖ ଯୋଗୁଁ କଳାହାଣ୍ଡି ଜିଲ୍ଲା ଏହି ସବୁ କ୍ଷେତ୍ରରେ ଉନ୍ନତି ଘଟି ନୀତି ଆୟୋଗ ଦ୍ୱାରା ପ୍ରକାଶିତ ସଦ୍ୟତମ ତାଲିକାରେ ୧୮ ତମ ସ୍ଥାନରେ ରହିବା ସହ ଓଡିଶାର ୧୦ ଟି ଆକାଂକ୍ଷୀ ଜିଲ୍ଲା ମଧ୍ୟରେ ପ୍ରଥମ ସ୍ଥାନରେ ରହିପାରିଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories