www.samajalive.in
Saturday, December 13, 2025
26.1 C
Bhubaneswar

ବିଷକୁ ମୃଦୁ ପାନୀୟ ଭାବି ପିଇଦେଲେ ନାବାଳିକା, ଚାଲିଗଲା ଜୀବନ

ବାଲେଶ୍ଵର: ଥଣ୍ଡା ବୋତଲରେ ରହିଥିଲା ବିଷ। କିନ୍ତୁ ତାହାକୁ ମୃଦୁ ପାନୀୟ ଭାବି ଅଜାଣତରେ ପିଇଦେଲେ ନାବାଳିକା। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ବାଲେଶ୍ଵର ଜିଲା ବାହାନଗା ବ୍ଲକ କୋଚିଆ କୋଇଲି ଗ୍ରାମରେ ଏପରି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ, ବାବୁ ମଲିକଙ୍କ ଘରେ ଏକ ଥଣ୍ଡା ବୋତଲରେ ଉକୁଣି ମାରିବାକୁ ବିଷାକ୍ତ ଔଷଧ ରଖାଯାଇଥିଲା। ବାବୁଙ୍କ ଝିଅ ତାହାକୁ ଥଣ୍ଡା ଭାବି ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକ ଉଦ୍ଧାର କରି ପ୍ରଥମେ ସୋର ଡାକ୍ତରଖାନା ଓ ପରେ ବାଲେଶ୍ବର ଡାକ୍ତରଖାନା ନେଇ ଯାଇଥିଲେ । ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଉଥିଲା। କିନ୍ତୁ ବାଟରେ ବାଟରେ ଝିଅର ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ପରିବାର ଲୋକେ ସୋର ଡାକ୍ତରଖାନାକୁ ନେଇଆସିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ସୋର ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories