www.samajalive.in
Sunday, December 14, 2025
26.1 C
Bhubaneswar

ଜିଲାପାଳ କାର୍ଯ୍ୟାଳୟରେ ଧସେଇ ପଶିଲେ ୨ ବିଧାୟକ, ସମ୍ବଲପୁର ଟାଉନ ଥାନାରେ ମାମଲା ରୁଜୁ

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ଅଭିଯୋଗ କରିବା କ’ଣ ଭୂଲ?

ଜନ ପ୍ରତିନିଧିଙ୍କ ଲାଗି କଟକଣା କାହିଁକି: ଜୟନାରାୟଣ

ସମ୍ବଲପୁର: ସମ୍ବଲପୁର ଜିଲାପାଳ କାର୍ଯ୍ୟାଳୟ ପରିସରରେ ପ୍ରବେଶ ଉପରେ ପ୍ରଶାସନ ପକ୍ଷରୁ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ କଟକଣା ଲଗାଯାଇଛି। ମଙ୍ଗଳବାର ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରୀ ନାଏକଙ୍କ ସମେତ ବିଜେପି ପ୍ରତିନିଧି ଦଳ ପଶ୍ଚିମ ଓଡ଼ିଶାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଏବଂ ସମ୍ବଲପୁର ଜିଲାରେ କୋଭିଡ ପରିଚାଳନାରେ ନୀତିଗତ ତ୍ରୁଟି ଓ ଅପାରଗତା ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେବାକୁ  ଜିଲାପାଳ କାର୍ଯ୍ୟାଳୟ ପରିସରରେ ଧସେଇ ପଶିବା ଅଭିଯୋଗରେ  ସେମାନଙ୍କ ନାମରେ ମାମଲା ରୁଜୁ ହୋଇଛି । ଅନ୍ୟପକ୍ଷରେ  ସମ୍ବଲପୁର ବିଧାୟକ ଶ୍ରୀ ମିଶ୍ର ଜନପ୍ରତିନିଧିଙ୍କ ପାଇଁ କଟକଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।


ସମ୍ବଲପୁରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡିଛି।  କୋଭିଡ-୧୯ ଚିକିତ୍ସା ଆଳରେ ସାଧାରଣ ରୋଗୀଙ୍କୁ ଚିକିତ୍ସା କରାଯାଉନାହିଁ। ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଥିବା ବେଳେ ଏହାର ଲାଭ ଘରୋଇ ଚିକିତ୍ସାଳୟ ଓ କ୍ଳିନିକ୍‌ ମାନେ ପାଉଛନ୍ତି। ଫଳରେ ଗରିବ ରୋଗୀ ମାନେ ଆର୍ଥିକ କ୍ଷେତ୍ରରେ ଶୋଷିତ ହେଉଛନ୍ତି। ସ୍ୱାସ୍ଥ୍ୟସେବା ପାଇଁ ବୁର୍ଲା ଭୀମସାର ଉପରେ ପଶ୍ଚିମ ଓଡିଶା ତଥା ପଡୋଶୀ ଛତିଶଗଡ, ମଧ୍ୟପ୍ରଦେଶ ଆଦି ଅଞ୍ଚଳର ଲୋକେ ନିର୍ଭର କରିଥାନ୍ତି। ମାତ୍ର ରାଜ୍ୟ ସରକାରଙ୍କ ନୀତିଗତ ଓ ପରିଚାଳନା ଗତ ତ୍ରୁଟି ଯୋଗୁଁ ଜିଲାର ସ୍ୱାସ୍ଥ୍ୟ ସମସ୍ୟା ସଙ୍ଗୀନ ହୋଇ ପଡିଛି। ସାଧାରଣ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି। ଏପରିକି ଅବହେଳା କାରଣରୁ ଅନେକ ସମୟରେ ଅଣକୋଭିଡ ରୋଗୀ ମୃତ୍ୟୁବରଣ କରୁଥିବା ନଜିର ରହିଛି। କେବଳ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ହେଉଛି କିନ୍ତୁ ଅଞ୍ଚଳକୁ ସାନିଟାଇଜ୍‌ କରିବା ଓ ଅନ୍ୟାନ୍ୟ ସୁବିଧା ଦିଆଯାଉନାହିଁ। ସମ୍ବଲପୁର ଜିଲାରେ ଭୁଶୁଡି ପଡିଥିବା ସ୍ୱାସ୍ଥ୍ୟସେବାର ସୁଧାର ଦାବିରେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେବା ପାଇଁ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରୀ ନାଏକଙ୍କ ନେତୃତ୍ୱରେ କଚେରୀ ଛକ ସ୍ଥିତ ଦଳୀୟ କାର୍ଯ୍ୟାଳୟରୁ ମଙ୍ଗଳବାର ଏକ ପ୍ରତିନିଧି ଦଳ ଜିଲାପାଳ କାର୍ଯ୍ୟାଳୟକୁ ଯାଇଥିଲେ। ଅଫିସ୍‌ ସମ୍ମୁଖରେ ପହଞ୍ଚିବା ପରେ ଉପସ୍ଥିତ ପୁଲିସ ଅଧିକାରୀ ଓ ଫୋର୍ସ ସେମାନଙ୍କୁ ମୁଖ୍ୟ ଫାଟକରେ ଅଟକାଇଥିଲେ। ଏସଡ଼ିପିଓ ତପନ ମହାନ୍ତି ଓ ଟାଉନ ଥାନା ଆଇଆଇସି ରମେଶ ଚନ୍ଦ୍ର ଦୋରା ଭିତରକୁ ଯିବାକୁ ମନା କରିବାରୁ ବିଧାୟକ ଶ୍ରୀ ମିଶ୍ର ପାଟିକରି ସର୍ବସାଧାରଣଙ୍କ ଅଫିସକୁ ଯିବାରେ ମନା କରିପାରିବ ନାହିଁ, ମୁଁ ଜନପ୍ରତିନିଧି ମୁଁ ଭିତରକୁ ଯିବି କହି ଗେଟ ଠେଲି ସମ୍ବଲପୁର ବିଧାୟକ ଶ୍ରୀ ମିଶ୍ର ଓ ତାଙ୍କ ସମର୍ଥକ ମାନେ ଧସେଇ ପଶିଥିଲେ। ଟାଉନ ଥାନା ଅଧିକାରୀ ରମେଶ ଦୋରା ତାଙ୍କୁ ଅଟକାଇବାକୁ ଉଦ୍ୟମ କରିଥିବା ବେଳେ ବିଧାୟକ ତାଙ୍କୁ ଗାଳିଦେବା ସହ ନାଲି ଆଖି ଦେଖାଇଥିବା ଅଭିଯୋଗ ହେଉଛି। ଏହାପରେ ସେମାନେ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ଉମାକାନ୍ତ ରାଜଙ୍କୁ ତାଙ୍କ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରିଥିଲେ।
ସମ୍ବଲପୁର ଜିଲାର ୨ ବିଜେପି ବିଧାୟକଙ୍କ ନାମରେ କୋଭିଡ ଆଇନ ଉଲ୍ଲଂଘନ ଅଭିଯୋଗ ହୋଇଛି। ଏନେଇ ଟାଉନ ଥାନାରେ ୨୭୩/୨୦ରେ ଦଫା ୧୪୩/୧୮୮/୪୪୭/୩୩୨/୩୫୩/୨୯୪/୨୬୯/୨୭୦/୩୩୬/୫୦୬/୧୪୯ ଓ ୭ କ୍ରିମିନାଲ ଆମେଣ୍ଟମେଣ୍ଟ ଆକ୍ଟ , ଧାରା ୩ ମହାମାରୀ ରୋଗ ସଂକ୍ରମଣ ପ୍ରତିରୋଧକ/ ୫୧ ବିପର୍ଯ୍ୟସ୍ତ ପରିଚାଳନା ଆଦି ଲାଗୁ ହୋଇଛି। ସମ୍ବଲପୁର ବିଧାୟକ ଶ୍ରୀ ମିଶ୍ର, ରେଙ୍ଗାଲି ବିଧାୟକ ଶ୍ରୀ ନାଏକଙ୍କ ସହ ରାଜ୍ୟ ସାଧାରଣ ସଂପାଦକ ରବି ନାରାୟଣ ନାଏକ, ରାଜ୍ୟ ସଂପାଦକ ସୀମାଞ୍ଚଳ ଖଟେଇ ଓ ଟଙ୍କଧର ତ୍ରିପାଠୀ, ଜିଲା ସଭାପତି ଗିରୀଶ ପଟେଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର ଓ ରାମଚନ୍ଦ୍ର ମେହେର, ଗଣମାଧ୍ୟମ ସଂଯୋଜକ ମାନସ ରଂଜନ ବକ୍ସି, ଜିଲା ସାଧାରଣ ସଂପାଦକ ଅନିଲ ବେହେରା, ମଣ୍ଡଳ ସଭାପତି ସୁଶାନ୍ତ କୁମାର ପୁରୋହିତ, ଫଣିଭୂଷଣ ମିଶ୍ର, ଅଶ୍ୱିନୀ ମାଝି, ଶିବ ଦିୱାନ, କାହ୍ନୁରାମ ଶର୍ମା, ମୋହନ କୁମାର ଦାଶ, ଅରୁଣ କୁମାର ଦାସ, ଜୟନ୍ତ ଦାଶ, ଶମ୍ଭୁ ବରେଲିଆ, ଗିରିଜା ସାହୁ, ସରୋଜ ଘଡେଇ ପ୍ରମୁଖ ଥିଲେ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories