www.samajalive.in
Wednesday, December 10, 2025
14.1 C
Bhubaneswar

ବିବାହ ଶେଷ ପରେ ନବଦମ୍ପତି ସିଧା ଥାନାରେ ; ଆଉ ତା’ପରେ

କଲକାତା : ପଶ୍ଚିମବଙ୍ଗର ହାଓଡ଼ାରେ ଏକ ଅଜୀବ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ବିବାହ ପରେ ବର-କନ୍ୟା ମନ୍ଦିର କିମ୍ବା ନିଜ ଘରକୁ ନଯାଇ ପୁଲିସ ଥାନାକୁ ଯାଇଛନ୍ତି। ନବଦମ୍ପତିକୁ ଥାନରେ ଦେଖି ପୁଲିସ କର୍ମଚାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଚିନ୍ତାରେ ପଡ଼ିଯାଇଥିଲେ ଏଭଳି କେଉଁ କାରଣ ପାଇଁ ବର-କନ୍ୟା ସିଧାସଳଖ ମଣ୍ଡପରୁ ଥାନା ଆସିଛନ୍ତି।
ଥାନା ପହଂଚିବା ପରେ ବର-କନ୍ୟା ଏହା କହି ସଭିଁଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ ଯେ ସେମାନେ ପୁଲିସ କର୍ମଚାରୀଙ୍କ ଆଶୀର୍ବାଦ ନେବାକୁ ଆସିଛନ୍ତି। ସେମାନେ କହିଛନ୍ତି ବର୍ତମାନ କରୋନା ପାଇଁ ଯେଭଳି ସ୍ଥିତି ଲାଗି ରହିଛି, ସେଥିପାଇଁ ପୁଲିସ କର୍ମୀମାନେ ପ୍ରଂଶସାର ପାତ୍ର। ଲୋକଙ୍କୁ ଯଥାସମ୍ଭବ ସାହାଯ୍ୟ କରିବା ସହ ଦିନରାତି ଡ଼୍ୟୁଟି କରୁଛନ୍ତି।ସମ୍ପୂର୍ଣ୍ଣ ସମାଜ ପୁଲିସଙ୍କ ପାଇଁ ଗର୍ବ ଅନୁଭବ କରିବା ଆବଶ୍ୟକ। ଏହି କାରଣରୁ ହିଁ ବିବାହ ଶେଷ ହେବା ପରେ ପୁଲିସଙ୍କ ଆଶୀର୍ବାଦ ନେବା ପାଇଁ ନବଦମ୍ପତି ଥାନାରେ ପହଂଚିଛନ୍ତି।
ବରକନ୍ୟାଙ୍କର ଏହି କଥା ଶୁଣି ପୁଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।ଏହି ଘଟଣା ବାଗନାଥ ଥାନାର ହିଜଲକ ଗାଁର। ରବିବାର ରାତିରେ ଦମ୍ପତିଙ୍କ ବିବାହ ଶେଷ ହେବା ସହ ବିବାହ ସମୟରେ ସାମାଜିକ ଦୂରତାର ଧ୍ୟାନ ମଧ୍ୟ ରଖାଯାଇଥିଲା। ବିବହାରେ ସାମିଲ ହୋଇଥିବା ପ୍ରତ୍ୟେକ ଲୋକେ ମାସ୍କ ପିନ୍ଧିଥିଲେ। ପୁଲିସଙ୍କ ପକ୍ଷରୁ ଏହି ନବଦମ୍ପତିଙ୍କୁ ୫୦ ମାସ୍କ ଓ ସାନିଟାଇଜର ଉପହାରରେ ଦିଆଯାଇଥିଲା। ଶୁଭକାମନା ମଧ୍ୟ ଜଣାଯାଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories