www.samajalive.in
Sunday, December 14, 2025
23.1 C
Bhubaneswar

ମଧ୍ୟାହ୍ନଭୋଜନ ସାମଗ୍ରୀ ସହ ବିଦ୍ୟାର୍ଥୀଙ୍କୁ ମିଳିବ ଆଇରନ୍‍ ଟାବଲେଟ୍‍

ଭୁବନେଶ୍ବର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ମଧ୍ୟାହ୍ନ ଭୋଜନ ପାଇଥିବା ବିଦ୍ୟାର୍ଥୀଙ୍କୁ ରାସନ୍‍ ସହ ଏଣିକି ଆଇରନ୍‍ ଟାବଲେଟ୍‍ ପ୍ରଦାନ କରାଯିବ। ନ୍ୟାସନାଲ ଆଇରନ୍‍ ପ୍ଲସ୍‍ ଇନିସିଏଟିଭ୍‍ ଅଭିଯାନରେ ଛାତ୍ରଛାତ୍ରୀଙ୍କୁ ଆଇରନ୍‍ ଟାବ୍‌ଲେଟ୍‍ ଯୋଗାଇଦେବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ରାଜ୍ୟ ନୋଡ଼ାଲ ଅଫିସର ଗଙ୍ଗାଧର ସାହୁ ସବୁ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି।

ଚିଠିରେ ଉଲ୍ଲେଖ କରାଯାଇଛି ଯେ ୩୧ ଅଗଷ୍ଟ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କରୋନା ଜନିତ ଲକ୍‍ଡ଼ାଉନ୍‍ କାରଣରୁ ଛାତ୍ରଛାତ୍ରୀଙ୍କ ପୋଷଣ ତଥା ରୋଗପ୍ରତିରୋଧକ କ୍ଷମତା ଉପରେ ଗୁରୁତର ପ୍ରଭାବ ପଡ଼ିଛି। ସେଥିପାଇଁ ମଧ୍ୟାହ୍ନ ଭୋଜନରେ ରାସନ ସହ ଆଇରନ୍‍ ଫୋଲିକ୍‍ ଏସିଡ୍‌ ଟାବଲେଟ୍‍ ବଣ୍ଟନ କରାଯିବ। । ଶୁଖିଲା ଖାଦ୍ୟ ସହ ଏହି ଆଇରନ୍‍ ଟାବଲେଟ ବଣ୍ଟନ ଦାୟିତ୍ୱ ଶିକ୍ଷକମାନେ ତୁଲାଇବେ। ଜୁଲାଇ ଓ ଅଗଷ୍ଟ ମାସ ପାଇଁ ପ୍ରତି ପିଲା ପିଛା ୧୦ଟି ଲେଖାଏଁ ଟାବଲେଟ୍‍ ପ୍ରଦାନ କରାଯିବ। ପିଲାମାନେ ସପ୍ତାହକୁ ଗୋଟିଏ ଲେଖାଏଁ ଟାବଲେଟ୍‍ ଖାଇବେ । ଶ୍ରେଣୀ ଅନୁସାରେ ଦୁଇ ପ୍ରକାରର ଟାବଲେଟ୍‍ ପିଲାଙ୍କୁ ଯୋଗାଇ ଦିଆଯିବ । ଗୋଲାପୀ ଓ ନୀଳ ଏହିପରି ଦୁଇ ପ୍ରକାର ଟାବଲେଟ୍‍ ବିଦ୍ୟାଳୟଗୁଡ଼ିକରେ ପହଞ୍ଚିବ ।

- Advertisement -

ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପିଲାଙ୍କୁ ନୀଳ ରଙ୍ଗର ଆଇରନ୍‍ ଟାବଲେଟ୍‍ ପ୍ରଦାନ କରାଯିବ। ସେହିପରି ଷଷ୍ଠ ଠାରୁ ଦଶମ ଶ୍ରେଣୀ ପିଲାଙ୍କୁ ଗୋଲାପୀ ରଙ୍ଗର ଆଇରନ୍‍ ଟାବଲେଟ୍‍ ବଣ୍ଟନ କରାଯିବ। ଶିକ୍ଷକ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ଏହି ଟାବଲେଟ୍‍ ପ୍ରଦାନ କରିବେ । ଟାବଲେଟ୍‌ ବିତରଣ ସମୟ‌େ‌ର ଏହାର ବୈଧତାକୁ ଶିକ୍ଷକ ଯାଞ୍ଚ କରିବେ । ଛାତ୍ରଛାତ୍ରୀ ଠିକ୍‌ ସମୟ ବ୍ୟବଧାନରେ କିପରି ଏହି ଟାବଳେଟ୍‍ ଖାଇବେ ସେନେଇ ଶିକ୍ଷକମାନେ ଅଭିଭାବକଙ୍କୁ ସଚେତନ କରିବେ । ଟାବଲେଟ୍‍ ବଣ୍ଟନ ବେଳେ ଯେପରି କୋଭିଡ୍‌-୧୯ ନିୟମ ସଠିକ୍‌ ଭାବେ ପାଳନ କରିବାକୁ ଜିଲାପାଳଙ୍କୁ ଅବଗତ କରାଯାଇଛି । ବିଦ୍ୟାର୍ଥୀ ଘରେ ରହି ମଧ୍ୟ ଏହି ଟାବଲେଟ୍‍ ସେବନ କରିବେ। ଆବଶ୍ୟକସ୍ଥଳେ ଛାତ୍ରଛାତ୍ରୀ ଓ ଅଭିଭାବକ ଶିକ୍ଷକଙ୍କ ପରାମର୍ଶ ନେଇପାରିବେ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories