www.samajalive.in
Sunday, December 14, 2025
26.1 C
Bhubaneswar

ବିଧାୟକ ପଢ଼ିବେ କୋଭିଡ୍ ପାଠ : ବୁଧବାର ଭିଡ଼ିଓ କନ୍‌ଫରେନ୍ସରେ ମୁଖ୍ୟମନ୍ତ୍ରୀ ଦେବେ ଉଦ୍‌ବୋଧନ

ଭୁବନେଶ୍ବର : କୋଭିଡ୍-୧୯ ମହାମାରୀକୁ ନେଇ ନିଜ ଦାୟିତ୍ବ ସମ୍ପର୍କରେ ବିଧାୟକମାନଙ୍କୁ ଅବଗତ କରାଯିବ। ଏସମ୍ପର୍କିତ ବିଭିନ୍ନ ଦିଗକୁ ନେଇ ବିଧାୟକମାନଙ୍କୁ ସଚେତନ କରାଯିବ। ବୁଧବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକମାନଙ୍କୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ବିଧାୟକଙ୍କୁ ପତ୍ର ଲେଖି ଜଣାଇଛନ୍ତି ଯେ ବୁଧବାର ଅପରାହ୍ନ ୫ଟା ସମୟରେ ବିଧାୟକମାନଙ୍କ ପାଇଁ ଏକ କୋଭିଡ୍-୧୯ ସଚେତନତା କର୍ମଶାଳା ଆୟୋଜିତ ହେବ। ବିଧାୟକମାନେ ନିଜ ନିଜ ଜିଲାରେ ଉପସ୍ଥିତ ରହି ଅପରାହ୍ନ ୪.୫୫ ସୁଦ୍ଧା ଭିଡ଼ିଓ କନଫରେନ୍‌ସିଂ ଜରିଆରେ କର୍ମଶାଳାରେ ଯୋଗଦେବେ। ପ୍ରଥମେ ପ୍ରାଣ ହରାଇଥିବା କୋଭିଡ୍ ଯୋଦ୍ଧାଙ୍କ ସ୍ମରଣାର୍ଥେ ନିରବ ପ୍ରାର୍ଥନା କରାଯିବା ପରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ସ୍ବାଗତ ଭାଷଣ ପ୍ରଦାନ କରିବେ। ମୁଖ୍ୟ ଶାସନ ସଚିବ ଓ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ବିଧାୟକମାନଙ୍କୁ ଅବଗତ କରାଇବେ। ଏହା ପରେ ବିଧାନସଭାରେ ବିରୋଧୀଦଳ ନେତା ଓ କଂଗ୍ରେସ୍ ବିଧାୟକ ଦଳ ନେତା ଉଦ୍‌ବୋଧନ ଦେବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମ୍ବୋଧନ କରିବେ। ଶେଷରେ ବିଧାନସଭାର ବାଚସ୍ପତି ଧନ୍ୟବାଦ ଅର୍ପଣ କରିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ନିର୍ଦ୍ଧାରିତ ସମୟରେ ଭିଡ଼ିଓ କନ୍‌ଫରେନ୍ସ ଆରମ୍ଭ ପାଇଁ ପଦକ୍ଷେପ ନେବାକୁ ଜିଲାପାଳମାନଙ୍କୁ କୁହାଯାଇଛି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories