www.samajalive.in
Sunday, December 14, 2025
26.1 C
Bhubaneswar

ହାଇୱା ଧକ୍କାରେ ମହିଳା ମୃତ

ଲାଞ୍ଜିଗଡ଼ : ଲାଞ୍ଜିଗଡ ବ୍ଲକରେ ଦିନକୁ ଦିନ ସଡକ ଦୁର୍ଘଟଣା ବୃଦ୍ଧି ପାଉଥିବାବେଳେ ଆଜି ଏକ ହୃଦୟ ବିଦାରକ ସଡକ ଦୁର୍ଘଟଣା ଅଞ୍ଚଳରେ ଚର୍ଚ୍ଚାର ପରିସରକୁ ଆସିଛି। ସୂଚନା ଅନୁସାରେ, ବିଶ୍ୱନାଥପୁର ସ୍ଥିତ ଜ୍ୟୋତି ପୋଡୱାଲ ଓ ତାଙ୍କ ବଡ ଭଉଣୀ ନମିତା ଜୈନ(୪୨) ଆମ୍ବାଦୋଳାରୁ ଘର ବିଶ୍ୱନାଥପୁର ଫେରୁଥିବାବେଳେ ପୋଖରୀବନ୍ଧ ସ୍ଥିତ ରାଧେ କ୍ରସରର ଏକ ହାଇୱା ଗାଡି ଓଡି-୧୮(ଜି)୧୦୧୧ ବିଶ୍ୱନାଥପୁର ଅଭିମୁଖେ ଦ୍ରୁତ ଗତିରେ ଆସୁଥିବାବେଳେ ବିଶ୍ୱନାଥପୁର ବିଦ୍ୟୁତ ବିଭାଗ ଷ୍ଟ୍ରକଚର ପାଖରେ ମଟରସାଇକଲକୁ ଧକ୍କା ଦେଇଥିଲା । ଜ୍ୟୋତି ପୋଡୱାଲର ଭଉଣୀ ନମିତା ଜୈନ ହାଇୱା ତଳେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ଓ ତାଙ୍କ ଭାଇ ଜ୍ୟୋତି ପୋଡୱାଲ ଖଣ୍ଡିଆ ଖାବରା ହୋଇ ଅତ୍ୟନ୍ତ ଗୁରୁତର ହୋଇଥିବା ଜଣାପଡିଛି। ଏ ଘଟଣା ଘଟିବା ପରେ ଦୁର୍ଘଟଣା ଘଟାଇଥିବା ଗାଡିକୁ ଅଞ୍ଚଳବାସୀ ଦିର୍ଘ ଏକଘଣ୍ଟା ଅଟକାଇ ରଖିଥିଲେ। ଘଟଣାର ଖବର ପାଇ ବିଶ୍ୱନାଥପୁର ଆଇଆଇସି ରୁନୁ ମାଝୀ ଘଟଣା ସ୍ଥଳରେ ପହଞ୍ଚି ଗାଡି ଓ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏ ନେଇ ବିଶ୍ୱନାଥପୁର ଥାନା କେସ ନଂ-୩୩/୨୦୨୦ ଆପିସି ୨୭୯/୩୦୪(ଏ)ରେ ଏକ କେସ୍ ରୁଜୁ କରି ତଦନ୍ତ ଜାରି ରଖିଥିବା କହିଛନ୍ତି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories