www.samajalive.in
Sunday, December 7, 2025
26.1 C
Bhubaneswar

୯ଲକ୍ଷ ଅତିକ୍ରମ କଲା କୋଭିଡ-୧୯ ଆରୋଗ୍ୟଙ୍କ ସଂଖ୍ୟା; ମୃତ୍ୟୁ ସଂଖ୍ୟା ୩୨, ୭୭୧

ନୂଆଦିଲ୍ଲୀ : ଦେଶରେ କୋଭିଡ-୧୯ ଆରୋଗ୍ୟଙ୍କ ସଂଖ୍ୟା ୯ଲକ୍ଷକୁ ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୧ହଜାର ୯୯୧ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିବା ସହ ଦେଶରେ କୋଭିଡ୍‍ ନାଇଣ୍ଟିନ୍‍ରୁ ଆରୋଗ୍ୟଙ୍କ ସଂଖ୍ୟା ଏବେ ୯ଲକ୍ଷ ୧୭ହଜାର ୫୬୮ରେ ପହଞ୍ଚିଛି। ଫଳରେ କୋଭିଡ୍‍ ଆରୋଗ୍ୟ ହାର ୬୩. ୯/୨%କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ କୋଭିଡ୍‍ ମୃତ୍ୟୁ ହାର ୨.୨୮% ହ୍ରାସ ପାଇଛି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି,  ଦେଶରେ ଗୋଟିଏ ଦିନରେ ସର୍ବାଧିକ ୪୯ ହଜାର ୯୩୧ ଜଣ ନୂଆ ଲୋକ ଭୂତାଣୁରେ ସଂକ୍ରମିତ ହେବା ସହ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୧୪ ଲକ୍ଷ ୩୫ ହଜାର ୪୫୩ ରହିଛି। ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ୪ଲକ୍ଷ ୮୫ ହଜାର ୧୧୪ ଜଣ ସଂକ୍ରମିତ ବ୍ୟକ୍ତି ଚିକିତ୍ସିତ ହେଉଛନ୍ତି। ଗୋଟିଏ ଦିନରେ ଆଉ ୭୦୮ ଜଣ ସଂକ୍ରମିତ ବ୍ୟକ୍ତି ମୃତ୍ୟୁ ଘଟିବା ସହ କୋଭିଡ୍‍-୧୯ ଜନତି ମୃତ୍ୟୁ ସଂଖ୍ୟା ୩୨ ହଜାର ୭୭୧ରେ ପହଞ୍ଚିଛି।
ତେବେ ରାଜଧାନୀ ଦିଲ୍ଲୀ ଆରୋଗ୍ୟ ହାରରେ  ସର୍ବୋଚ୍ଚ ସ୍ଥାନରେ ରହିଛି। ଦିଲ୍ଲୀର ଆରୋଗ୍ୟ ହାର ୮୭.୯୫ ଭାଗ ରହିଛି। ଲଦାଖ, ହରିଆଣା, ତେଲଙ୍ଗାନା ଓ ଆସାମ ଭଳି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକର ଆରୋଗ୍ୟ ହାର  ୭୪%ରୁ ଅଧିକ ରହିଛି।  ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆରୋଗ୍ୟ ହାର ଜାତୀୟ ଆରୋଗ୍ୟ ହାରଠାରୁ ଅଧିକ ରହିଛି। ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିରୁ ମହାରାଷ୍ଟ୍ର ଶୀର୍ଷ ସ୍ଥାନରେ ଥିବା ବେଳେ ତାମିଲନାଡୁ, ଦିଲ୍ଲୀ ଓ ଆନ୍ଧ୍ୟପ୍ରଦେଶ ତାହା ପଛକୁ ରହିଛନ୍ତି। ମୃତ୍ୟୁ ହାର ଦୃଷ୍ଟିରୁ ଦେଶର ୨୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୃତ୍ୟୁ ହାର ଜାତୀୟ ମୃତ୍ୟୁହାରଠାରୁ କମ୍‍ ରହିଛି।
ଅନ୍ୟପକ୍ଷରେ ଚିକିତ୍ସିତ ହେଉଥିବା ସଂକ୍ରମିତ ଲୋକମାନଙ୍କ ମଧ୍ୟରୁ  ୬୮.୮୩ ଭାଗ ସଂକ୍ରମିତ ବ୍ୟକ୍ତି କେବଳ ମହାରାଷ୍ଟ୍ର, କର୍ଣ୍ଣାଟକ,ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦେଶରୁ ରହିଛନ୍ତି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories