www.samajalive.in
Sunday, December 14, 2025
26.1 C
Bhubaneswar

କଂଗ୍ରେସରେ ବିଏସପି ବିଧାୟକଙ୍କ ମିଶ୍ରଣ ବିରୋଧରେ ବିଜେପିର ପିଟିଶନ ଖାରଜ, ଗେହଲଟ ଆଶ୍ଵସ୍ତ

ଜୟପୁର: ରାଜସ୍ଥାନ କଂଗ୍ରେସ ସରକାରରେ ୬ ବିଏସପି ବିଧାୟକଙ୍କ ବିଲୟ ବିରୋଧରେ ବିଜେପି ଦାୟର କରିଥିବା ପିଟିଶନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ବିଜେପି ବିଧାୟକ ମଦଲ ଦିଲାୱର ଏହି ପିଟିଶନ ଦାଖଲ କରିଥିଲେ। ସେ ପ୍ରଥମେ ବାଚସ୍ପତି ସି.ପି. ଯୋଶୀଙ୍କ ନିକଟରେ ଅଭିଯୋଗ କରିଥିଲେ। ବାଚସ୍ପତି କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଦିଲାୱର ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସୋମବାର ହାଇକୋର୍ଟ ମାମଲାର ଶୁଣାଣି କରି ପିଟିଶନକୁ ଖାରଜ କରିଦେଇଥିଲେ। ଫଳରେ ବାଚସ୍ପତିଙ୍କ ଅଶ୍ଵସ୍ତି ମିଳିଛି।

ଅନ୍ୟପଟେ ଦିଲାୱରଙ୍କ ପିଟିଶନରେ ପକ୍ଷଭୁକ୍ତ ହେବାକୁ ବିଏସପି ଦାଖଲ କରିଥିବା ପିଟିଶନକୁ ବି ହାଇକୋର୍ଟ ଖାରଜ କରିଦେଇଛନ୍ତି। ଯେହେତୁ ଦିଲାୱରଙ୍କ ପିଟିଶନ ଖାରଜ ହୋଇଯାଇଛି ସେଥିରେ ପକ୍ଷଭୁକ୍ତ ହେବାର ଆବଶ୍ୟକତା ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ବିଏସପି ବିଧାୟକ ଲଖନ ସିଂହ, ରାଜେନ୍ଦ୍ର ସିଂହ ଗୁଢ଼ା, ଦିପଚନ୍ଦ ଖେଡିୟା, ଯୋଗେନ୍ଦର ସିଂହ ଅୱାନା, ସନ୍ଦୀପ କୁମାର ଏବଂ ବାଜିବ ଅଲୀ କଂଗ୍ରେସରେ ମିଶିଥିଲେ। ୪ ମାସ ତଳେ ଏହା ବିରୋଧରେ ଦିଲାୱର ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଥିଲେ। ବିଧାୟକମାନେ ଦଳବଦଳ ଆଇନର ଅବମାନନା କରିଥିବାରୁ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଦିଲାୱର ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ। ମାତ୍ର ବାଚସ୍ପତି ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories