www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରଧାନମନ୍ତ୍ରୀ ଫସଲ ବୀମା ଅବଧି ବଢ଼େଇବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ପତ୍ର ଲେଖିଲେ ସାଂସଦ ସୁରେଶ ପୂଜାରୀ

ବରଗଡ଼ : ଚଳିତ ବର୍ଷ ଖରିଫ ଚାଷ ର ଫସଲ ବୀମା ପାଇଁ ଗତ ୨୨ ତାରିଖରେ ରାଜ୍ୟସରକାର କରିଥିବା ବିଜ୍ଞପ୍ତି ଜାରି କରିଛନ୍ତି । ଉକ୍ତ ବିଜ୍ଞପ୍ତିକୁ ଜିଲାପାଳ ମନେ ୨୩ ତାରିଖ ରେ ନିଜ ନିଜ ଜିଲାରେ ପ୍ରକାଶିତ କରିଛନ୍ତି ।  ଚଳିତ ମାସ ଅର୍ଥାତ ଜୁଲାଇ ୩୧ ତାରିଖ ସୁଦ୍ଧା ଫସଲ ବୀମାର ପ୍ରିମିୟମ ଜମା କରିବାକୁ ଉଲ୍ଲେଖ ରହିଛି । କିନ୍ତୁ ବର୍ତ୍ତମାନ ସମ୍ବଲପୁର, ବରଗଡ଼, ଝାରସୁଗୁଡା ସମେତ ଅନେକ ଜିଲା ସଟଡାଉନରେ ଅଛି । କୋଭିଡ-୧୯ କଟକଣା ଯୋଗୁଁବ୍ୟାଙ୍କ ଗୁଡିକ ମଧ୍ୟ ୩୦% କର୍ମଚାରୀଙ୍କୁ ନେଇ କାମ କରୁଛନ୍ତି । ଏଭଳି ପରିସ୍ଥିତିରେ ଏତିକି କମ ସମୟ ଭିତରେ ଫସଲ ବୀମାର ପ୍ରମିୟମ ଦାଖଲ କରିବା ସମ୍ଭବପର ନୁହେଁ । ତେଣୁ ପ୍ରିମିୟମ ଦାଖଲର ଶେଷ ତାରିଖକୁ ଅଗଷ୍ଟ ୧୫ ଯାଏଁ ବୃଦ୍ଧି କରାଯିବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ ।

ପୂଜାରୀ ତାଙ୍କ ପତ୍ରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି। ମିଳିତ ପରିବାରର କିପରି ଏକଜମାଲି ପଟ୍ଟାରେ ଥିବା ଜମି ଗୁଡିକର ଫସଲ ବୀମା ଜମି ମାଲିକାନା ସତ୍ୱରେ ଥିବା ଅନ୍ୟ ସହଭାଗୀ ମାନଙ୍କର ଅନୁମତି ନେଇ ଇଚ୍ଛୁକ ଥିବା ଜମି ଗୁଡିକ କିଭଳି  ଫସଲ ବୀମା ଓ କୃଷି ଋଣରେ ଅନ୍ତର୍ଭୁକ୍ତ ହୋଇ ପାରିବ ସେଥିପ୍ରତି ଦୃଷ୍ଟି ଦେଇ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories